ସାଢ଼େ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ଘଟଣା: ପୁଣି ଗଞ୍ଜେଇ ଚାଲାଣ ଗାଡ଼ି ମାଲିକ ଗିରଫ

ଫୁଲବାଣୀ ଅଫିସ, ୩୦୭-ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ବାଲନ୍ଦାପଡା ଫାଣ୍ଡି ଅଞ୍ଚଳରେ ପୋଲିସ ୨୧ ତାରିଖରେ ଏକ ଗାଡିରୁ ୯ କୁଇଣ୍ଟାଲ ୫୪ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ ଧରିଥିବାବେଳେ ଗାଡି ଜବତ କରିଥିଲେ। ପରେ ସେମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ଫେରାର ପଛରେ କେତେଜଣ ପୋଲିସ କର୍ମଚାରୀଙ୍କ ହାତଥିବା ଓ ଅର୍ଥନେଇ ଛାଡି ଦେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିପାରି ନ ଥିବାବେଳେ ଜବତ ହୋଇଥିବା ଗାଡିର ମାଲିକଙ୍କୁ ଶୁକ୍ରବାର ଗିରଫ କରିଛି। ସେ ଏକ ଇନୋଭାରେ ୫୦ କେଜି ଗଞ୍ଜେଇ ନେଇ ଯାଉଥିବବେଳେ ପୋଲିସ ତାଙ୍କୁ ଗିରଫ କରିଛି ା ସେ ହେଲେ କଳାହାଣ୍ଡି ଜିଲା ଆମପାଣି ଥାନା ଡାବ୍ରିଗୁଡାର ରୁପେଶ ସିଂ ବେଶ୍ରା ା
ପୋଲିସ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଧରପଗଡ କରୁଥିବାବେଳେ, ଥାନାଧିକାରୀ ଚିତ୍ତ ରଞ୍ଜନ ବେହେରା ଏହାର ନେତୃତ୍ୱ ନେଇଥିଲେ। ବାଲନ୍ଦାପଡା ଅଞ୍ଚଳରେ ପାଟ୍ରୋଲିଂ ବେଳେ ଏକ ଇନୋଭା(ନଂ.ଓଡି୧୭ଏ- ୦୦୦୬) ସୁଟାଣି ଘାଟିରେ ଯାଉଥିଲ। ଯାଞ୍ଚବେଳେ ସେଥିରୁ ୫୦ କେଜି ଗଞ୍ଜେଇ ମିଳିଥିଲା। ପଚରାଉଚରା କରିବାରୁ ରୂପେଶ ପୂର୍ବରୁ ଜବତ ହୋଇଥିବା ଗାଡିର ମାଲିକ ବୋଲି ଜଣାପଡିଥିଲା। ଏ ନେଇ ନଂ.୪୨/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଥାନାଧିକାରୀଙ୍କୁ ପଚାରିବାରୁ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି, ଅଟକ ଯୁବକ ଫେରାର ଘଟଣାର ମଧ୍ୟ ତଦନ୍ତ ଚାଲିଛି। ଏନେଇ ଏସ୍‌ପିଙ୍କୁ ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri