ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌ ଯେମିତି ଟିକିଲି ଟିକିଏ ବି ଜାଣି ନ ଥିଲେ, ସାଗରଙ୍କୁ ଦେଖୁ ଦେଖୁ ତାଙ୍କ ଭିତରେ ଖେଳିଯିବ ପ୍ରେମର ଫଗୁଣ। ଯାତ୍ରାନୁଷ୍ଠାନ ଇଷ୍ଟର୍ନ ବ୍ଲୁ’ର ମୁଖ୍ୟ ଡ୍ୟାନ୍ସର ଥିଲେ ସାଗର। ପାର୍ବତୀ ଗଣନାଟ୍ୟରେ ଡ୍ୟାନ୍ସ କରୁଥିଲେ ଟିକିଲି। ବାଘମାରୀରେ ଦୁଇପାର୍ଟିର ଯାତ୍ରା ହେଉଥାଏ। ଆଗରୁ ତ ଟିକିଲି ସାଗରଙ୍କ ବିଷୟରେ ଜାଣିଥିଲେ। ସେଇଠି ହିଁ ପ୍ରଥମେ ସେ ଭେଟିଲେ ସାଗରଙ୍କୁ। ବାସ୍‌, ଆରମ୍ଭ ହେଲା ସାଗର-ଟିକିଲି ଲଭ୍‌ଷ୍ଟୋରି।

ଟିକିଲିଙ୍କ ଜୀବନ ଯାତ୍ରା ଥିଲା ଭାରି ଦୁଃଖମୟ। ବାପାମା’ ଦୁହେଁ ଯାତ୍ରା କଳାକାର ଥିଲେ। ସେ ଥିଲେ ସେମାନଙ୍କର ଏକମାତ୍ର ସନ୍ତାନ। ଅକାଳରେ ବାପାମା’ ଚାଲିଗଲେ ଆରପାରିକୁ। ଏକୁଟିଆ ହୋଇଗଲେ ଟିକିଲି। ନା ରହିଲା ବାପାଙ୍କର ଭଲପାଇବା ନା ରହିଲା ମା’ର ମମତା। ପିଲାଟିବେଳୁ ବାପାମା’ଙ୍କ ପ୍ରଭାବ ପଡ଼ିଥିଲା ଟିକିଲି ଉପରେ। ସେ ଭଲ ଡ୍ୟାନ୍ସ କରୁଥିଲେ। ତେଣୁ ବାପାମା’ ଚାଲିଗଲା ପରେ ସେ ଆସି ଯୋଗଦେଲେ ଯାତ୍ରାରେ। ଆଉ ମନେ ମନେ ଖୋଜୁଥିଲେ ଏମିତି ଜଣେ ଜୀବନ ସାଥୀ ଯିଏ ବାପାଙ୍କ ପରି ତାଙ୍କର ଯତ୍ନ ନେଇପାରିବ ଆଉ ମା’ ପରି ସ୍ନେହ, ଭଲ ପାଇବା ଦେଇପାରିବ। କହିବା ଅନାବଶ୍ୟକ ଟିକିଲିଙ୍କ ସେଇ ସ୍ବପ୍ନର ପୁରୁଷ ଥିଲେ ସାଗର। ଉଭୟ ସାଗର ଏବଂ ଟିକିଲିଙ୍କ କହିବା ଅନୁଯାୟୀ, ଡ୍ୟାନ୍ସ ସେମାନଙ୍କର ଥିଲା ପ୍ରଥମ ପ୍ରେମ। ଆଉ ସେଇ ଡ୍ୟାନ୍ସ ହିଁ ସେମାନଙ୍କୁ ସଜେଇଦେଲା ପ୍ରେମିକ ପ୍ରେମିକା।

ସାଗରଙ୍କର ଆଉ ଏକ ବଡ଼ ପରିଚୟ ଥିଲା। ତାହା ହେଉଛି ତାଙ୍କର ମଉସା ହେଉଛନ୍ତି ଓଡ଼ିଶାର ଖ୍ୟାତନାମା ନାଟ୍ୟକାର ତଥା ପରିଚାଳକ ବଙ୍କିମ ସ୍ବାଇଁ। ବଙ୍କିମ ବାବୁଙ୍କର ମଧ୍ୟ କୌଣସି ଆପତ୍ତି ନ ଥିଲା ଟିକିଲିଙ୍କୁ ବୋହୂ କରିବା ପାଇଁ। ବାସ୍‌, ସାଗର ଟିକିଲି ପ୍ରେମିକ ପ୍ରେମିକାରୁ ପାଲଟିଗଲେ ସ୍ବାମୀ ସ୍ତ୍ରୀ। ଟିକିଲିଙ୍କ ପାଇଁ ସାଗର ହେଉଛନ୍ତି ସବୁକିଛି। ଷ୍ଟେଜରେ ଥିଲେ ବି ସେ ସାଗରଙ୍କ କଥା ଭାବୁଥାନ୍ତି। ସାଗର କୋଉଠି ଅଛନ୍ତି, ଖାଇଛନ୍ତି କି ନାହିଁ ଏସବୁ କଥା ତାଙ୍କ ମନ ଭିତରେ ଖେଳୁଥାଏ। ଏ ସମ୍ପର୍କରେ ଟିକିଲି ବେଶ୍‌ ଭାବପ୍ରବଣ ହୋଇ କହନ୍ତି: ବାପାମା’ଙ୍କୁ ହରେଇବା ପରେ ମୋର ଆଉ କିଏ ଅଛି? ଏକୁଟିଆ ସେଇ ସାଗର! ମୋର ସାହାଭରସା ସବୁକିଛି ସାଗର। ସେ ମୋ ଆଗରେ। ପୁଣି ସେ ବି ମୋ ପଛରେ। ଏ ଦୁନିଆରେ ଯଦି କେହିଜଣେ ମୋର ପ୍ରିୟ ଥାଏ ତା’ହେଲେ ସେ ହେଉଛନ୍ତି ସାଗର।

ଦିନେ ଡ୍ୟାନ୍ସର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଟିକିଲି ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ। ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ କରିବାରେ ସେ ଧୁରନ୍ଧର। ସେଇଭଳି ସାଗର ମଧ୍ୟ ଏବେ ଓଡ଼ିଶା ଯାତ୍ରା ଜଗତର ଜଣେ ନମ୍ବର ଓ୍ବାନ୍‌ କୋରିଓଗ୍ରାଫର। କେବଳ ଡ୍ୟାନ୍ସ କିମ୍ବା କୋରିଓଗ୍ରାଫିରେ ସାଗର ସୀମିତ ନାହାନ୍ତି; ସେ ମଧ୍ୟ ଅଭିନୟରେ ପାଦ ଥାପିଛନ୍ତି। ଚଳିତ ବର୍ଷ ‘ସ୍ବପ୍ନମହଲ’ ପ୍ରଯୋଜିତ ନାଟକ ‘ସିଆଇଡି ଦୟା’ରେ ଟିକିଲି ଖଳନାୟିକା ଭୂମିକାରେ ଅଭିନୟ କରୁଥିବା ବେଳେ ସାଗରଙ୍କୁ ମଧ୍ୟ ଏକ ଦମଦାର ଭୂମିକା ମିିଳିଛି। କ୍ୟୁଟ୍‌ ଝିଅ ଐଶ୍ୱର୍ଯ୍ୟାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି ଜଲିଉଡ୍‌ କପୁଲଙ୍କ ପାଇଁ ମଉସା ବଙ୍କିମ୍‌ ସ୍ବାଇଁ ହେଉଛନ୍ତି ପ୍ରେରଣା ତଥା ପଥ ପ୍ରଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ରାଜନୀତିରେ ପାଦ ଦେଇ ବାଜି ମାରିଲେ ଏହି ଦୁଇ ଅଭିନେତ୍ରୀ

କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଏଥର ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଅଭିନେତା ପ୍ରଥମଥର...

ସୁଶାନ୍ତଙ୍କ ହାତଲେଖାକୁ ନେଇ କରାଯାଉଛି ବିଶ୍ଳେଷଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ସହଜରେ ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି। ସମସ୍ତେ ଜାଣିବାକୁ...

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ...

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ...

କରିନାଙ୍କ ଫ୍ୟାଶନ ଟିପ୍ସ

କରିନା ଏବେ ଫ୍ୟାଶନ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ନିଜର ବଲିଉଡ୍‌ କ୍ୟାରିୟରରେ ସେ ଫ୍ୟାଶନ ବିଷୟରେ ଯେତିକି ଜ୍ଞାନ ଅର୍ଜନ କରିଛନ୍ତି ତାକୁ ସେ ନିଜ...

ପ୍ରଦୀପଙ୍କ ଶିବ ଓ ସାବିତ୍ରୀ

ପ୍ରଦୀପ ବେହେରା ଏକାଧାରରେ ଜଣେ ନାଟ୍ୟକାର ଆଉ ନିର୍ଦ୍ଦେଶକ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ନାଟକଗୁଡ଼ିକ ଚର୍ଚ୍ଚାରେ ରହିବ ବୋଲି...

କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *