Posted inଖେଳ

ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ଜଣ ଶିବିରାର୍ଥୀଙ୍କୁ ବହିଷ୍କାର କରାଯାଇଛି। ଲକ୍ଷ୍ନୌସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରଠାରେ ଆୟୋଜିତ ଜାତୀୟ କ୍ୟାମ୍ପରେ ୪୫ଜଣ ମହିଳା ରେସ୍‌ଲର ଟ୍ରେନିଂ ନେଉଥିଲେ। ୨୫ଜଣଙ୍କୁ ଛାଡ଼ି ୩ଜଣ ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନେ ହେଲେ ସାକ୍ଷୀ (୬୨କେଜି), ସୀମା ବିସ୍‌ଲା (୫୦କେଜି) ଏବଂ କିରନ (୭୬କେଜି)। ଏହି ୩ଜଣଙ୍କୁ ବୁଧବାର ସୁଦ୍ଧା ସେମାନଙ୍କ ଜବାବ ରଖିବା ଲାଗି କୁହାଯାଇଛି। ଅନ୍ୟମାନଙ୍କୁ ପୁନଃ ଆଦେଶ ନ ହେବା ପର୍ଯ୍ୟନ୍ତ ଜାତୀୟ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ସେମାନଙ୍କୁ ଆହୁରିମଧ୍ୟ ଚାରୋଟି ଅଣ ଅଲିମ୍ପିକ କାଟେଗୋରୀରେ ବିଶ୍ୱଚାମ୍ପିୟନଶିପ୍‌ ଟ୍ରାଏଲରେ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଇଛି। ଡବ୍ଲ୍ୟୁଏଫ୍‌ଆଇର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ କହିବା ଅନୁସାରେ ବେଲାରୁଷ ଏବଂ ଇସ୍ତୋନିଆ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ଲାଗି ଭାରତୀୟ ଦଳର ପ୍ରସ୍ତାନ ପରେ ଅବଶିଷ୍ଟ ରେସଲରମାନେ ବିନା ଅନୁମତିରେ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ସେ କହିଛନ୍ତି, ଆମେ କେବଳ ସାକ୍ଷୀ, ସୀମା ଏବଂ କିରନଙ୍କୁ କରଣ ଦର୍ଶାଅ ନୋଟିସର ଜବାବ ଦେବାକୁ କହିଛୁ। ଅନ୍ୟମାନଙ୍କୁ ଏହି ନୋଟିସ୍‌ ଜାରି କରାଯିବାର କୌଣସି ଆବଶ୍ୟକତା ଥିବା ଅନୁଭବ କରି ନ ଥିଲୁ। ଶୃଙ୍ଖଳା ଭଙ୍ଗ ପାଇଁ ସେମାନଙ୍କୁ କେବଳ ବହିଷ୍କାର କରାଯାଇଥିଲା ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଢ଼େଇ କରି ହାରିଲା ଭାରତ

ଲଢ଼େଇ କରି ହାରିଲା ଭାରତ ସିଡ୍‌ନୀ,୮।୧୨- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌କୁ ଆଗୁଆ ଜିତିସାରିଥିବା ଭାରତୀୟ ଦଳ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ପରାସ୍ତ...

ଦ୍ୱିତୀୟ ଟେଷ୍ଟ: ଆବିଦ୍‌, ମାସୁଦଙ୍କ ଶତକ; ପାକିସ୍ତାନର ଆଧିପତ୍ୟ

କରାଚୀ,୨୧।୧୨- ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୮୦ ରନ ପଛରେ ପଡିଥିଲେ ମଧ୍ୟ ପାକିସ୍ତାନ ଦ୍ୱିତୀୟ...

ବର୍ଷା ଯୋଗୁ ଘୁଞ୍ଚିଲା ଦୁଇଦିନ ପରେ ଥିବା ମ୍ୟାଚ୍‌

କରାଚୀ,୨୮।୯: ଦୀର୍ଘ ୧୦ ବର୍ଷ ପରେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ହେଲେ ଟସ୍‌ ପଡ଼ିବା ପୂର୍ବରୁ ମ୍ୟାଚ୍‌ ବାତିଲ ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ...

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା: ୨ ନୂଆ ମୁହଁଙ୍କୁ ସୁଯୋଗ, ଜାଡେଜା-ଶାମି ଗାଏବ

ନୂଆଦିଲ୍ଲୀ,୧୯।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି। ମାର୍ଚ୍ଚ ୨୩ରେ...

ସିରିଜ ବିଜୟୀ ଆଶାରେ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ...

ଭାରତର କ୍ଲିନ୍‌ ସୁଇପ୍‌: ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ; ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ

ରାଞ୍ଚି,୨୨।୧୦(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଆଉ ୨ ଉଇକେଟ ହାସଲ କରି ଶେଷରେ ବିଜୟର ଔପଚାରିକତା ପୂରଣ କରିଛି। ଦକ୍ଷିଣ ଆଫ୍ରିକା...

କ୍ୱାରାଣ୍ଟାଇନ ନିୟମ ଭାଙ୍ଗିଲେ ମେରୀକମ୍‌

ନୂଆଦିଲ୍ଲୀ,୨୧।୩:  କରୋନା ଭାଇରସ ଯୋଗୁ ପୂରା ବିଶ୍ୱ ଚିନ୍ତିତ। ବିଦେଶ ଫେରନ୍ତା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ)...

ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ, ୧୦।୯(ଏପି)-  ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି।...

Advertisement
Ten Cric Info


Archives

Model This Week