ସାଇକେଲରେ ବିଜୟୱାଡାରୁ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୧୬।୫ – ଲକ୍‌ଡାଉନ୍‌ କଷଣରେ ପେଷି ହେଉଛନ୍ତି ଗରିବ ଖଟିଖିଆ। ଜୀବନ ବଞ୍ଚାଇବାକୁ ଭିଟାମାଟି ଅଭିମୁଖେ ଗଣପଳାୟନ ଜାରି ରହିଥିବାବେଳେ ପ୍ରବାସୀଙ୍କ ଯନ୍ତ୍ରଣା ବଳିଗଲାଣି। ଦାଦନ ଦୁଃଖର ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାରେ। ଦୀର୍ଘ ୭ଦିନ ଧରି ସାଇକେଲ ଯାତ୍ରା କରି ବିଜୟଓ୍ବାଡାରୁ ଢେଙ୍କାନାଳ ଫେରିଥିବା ଜଣେ ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବ୍ରାହ୍ମଣୀ ନଦୀକୂଳରୁ ଉଦ୍ଧାର କରାଯାଇଛି। ସେ ହେଲେ ଗଁଦିଆ ବ୍ଲକ କାଲୁରିଆ ପଞ୍ଚାୟତ ଲତାଦେଈପୁର ଗ୍ରାମର ଜୀବନ ପଲେଇ (୨୦)। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜୀବନ ବିଜୟୱାଡାର ଏକ ପାୱାର ପ୍ଲାଣ୍ଟରେ କାମ କରୁଥିଲେ। କରୋନା ଲାଗି ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ତାଙ୍କର ଘରକୁ ଫେରିବା ବାଟ ବନ୍ଦ ହୋଇଯାଇଥିଲା। ଶେଷରେ ଏକ ପୁରୁଣା ସାଇକେଲ କିଣି ଗଁ। ଅଭିମୁଖେ ବାହାରିଥିଲେ। ୭ଦିନର ସାଇକେଲ ଯାତ୍ରା ପରେ ସେ ଶୁକ୍ରବାର ଲତାଦେଈପୁରରେ ପହଞ୍ଚତ୍ଥିଲେ। ତେବେ ବ୍ରାହ୍ମଣୀ ନଦୀକୂଳ ମାଳବନ୍ଧ ଦେଇ ଘରକୁ ଯାଉଥିବାବେଳେ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ସୂଚନା ପାଇ ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚତ୍ ଖାଇବାକୁ ଦେବା ପରେ ସେ ସୁସ୍ଥ ଅନୁଭବ କରିଥିଲେ। ସ୍ଥାନୀୟ ଅଙ୍ଗନୱାଡି କର୍ମୀଙ୍କ ସୂଚନା କ୍ରମେ ସରପଞ୍ଚ ସଞ୍ଜୟ ଜେନା ସମ୍ପୃକ୍ତ ଯୁବକଙ୍କୁ କରମୂଳସ୍ଥିତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ରାସ୍ତାରେ ଆସୁଥିବାବେଳେ ତାଙ୍କ ମୋବାଇଲ ଚୋରି ହୋଇଯାଇଥିବା ଜୀବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ନିଷ୍ଠା ସଫଳତାର ବାଟ ଦେଖାଏ

ବଲାଙ୍ଗୀର ଅଫିସ, ୨୮ା୭ – ବଲାଙ୍ଗୀର ସିଏନ୍‌ସି କଲେଜ ପରିସରରେ ଗ୍ରାଜୁଏସନ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଏନ୍‌ସି କଲେଜ ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଏବଂ ପ୍ରଦୀପ...

ଶ୍ରେଣୀଗୃହ ନିର୍ମାଣ, ଶିକ୍ଷକ ପଦବୀ ପୂରଣ ଦାବି: ୮ରୁ ଛାତ୍ରାଭିଭାବକଙ୍କ ଆନ୍ଦୋଳନ ଚେତାବନୀ

ଗଣିଆ,୩ା୭(ଡି.ଏନ.ଏ.)- ଗଣିଆ ବ୍ଲକର ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ତୁରନ୍ତ ଏ...

ଅଦିନିଆ ବର୍ଷାରେ ଫସଲ ପ୍ରଭାବିତ

ରସୁଲପୁର,୯ା୨(ଡି.ଏନ୍‌.ଏ.): ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ମାନବ ସମାଜ ପାଇଁ କାଳ ସାଜୁଛି। ଏଥିଯୋଗୁଁ ଲୋକମାନେ ବହୁ ଦୁଃସାଦ୍ଧ ରୋଗର ଶିକାର ମଧ୍ୟ ହେଉଛନ୍ତି। ଅନେକ ଗରୀବ...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଅପରାହ୍ନ ପ୍ରାୟ...

ପୋଲିସକୁ ଭୁଆଁ ବୁଲାଇଥିଲେ ଶର୍ମିଷ୍ଠା

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ, ୩୧।୩: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ୫ ଦିନିଆ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା...

ମୁରବିବିହୀନ ଜିଆର୍‌ପି ଥାନାରେ କର୍ମଚାରୀ ମରୁଡ଼ି

ବ୍ରହ୍ମପୁର ଅଫିସ,୧୭।୫: ବ୍ରହ୍ମପୁରରେ ଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନାରେ ଏବେ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି। ଗତ ୨୭ ତାରିଖରୁ ଇନ୍ସପେକ୍ଟର ଜ୍ୟୋତି...

ନିର୍ମାଣକୁ ୨ ମାସ ପୂରିଲାନି: ରାସ୍ତା ଫାଟିଲା

ମାହାଙ୍ଗା,୩ା୭(ଯଯାତି ସିଂହ): ସରକାର ଗ୍ରାମାଞ୍ଚଳରେ ଲୋକମାନଙ୍କ ଗମନାଗମନର ସୁବିଧା ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଉନ୍ନତୀକରଣ କରୁଛନ୍ତି। ତେବେ...

ରେଳଧାରଣାରେ କଟି କର୍ମଚାରୀ ମୃତ

ବ୍ରହ୍ମପୁର ଅଫିସ,୧୩।୯: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସରକାରୀ ରେଳବାଇ ଥାନା ଅନ୍ତର୍ଗତ ପୋଡ଼ାପଦର ରେଳଧାରଣାରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାର୍ଯ୍ୟରତ...

Advertisement
Archives

Model This Week