‘ସହାୟତା ପାଇଁ ସର୍ବଦା ପ୍ରସ୍ତୁତ କିନ୍ନର’

ଢେଙ୍କାନାଳ ଅଫିସ, ୧୧।୫: କିନ୍ନର ସମାଜ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ। ସୁଯୋଗ ମିଳିଲେ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଢେଙ୍କାନାଳ ପୌରାଞ୍ଚଳର ବନମାଳିପ୍ରସାଦସ୍ଥିତ ହିମାଳୟ ବସ୍ତିରେ ରହୁଥିବା କିନ୍ନର ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଜିଲା ରେଡ୍‌କ୍ରସ୍‌ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ବସ୍ତିରେ ନିଆରା ଢଙ୍ଗରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ କରାଯାଇଥିଲା। ଏହି ଉପଲକ୍ଷେ କିନ୍ନରଙ୍କୁ କରୋନାର ଭୟାବହତା, ସଂକ୍ରମଣ ରୋକିବାର ଉପାୟ, ସାମାଜିକ ଦୂରତ୍ୱ ଅବଲମ୍ବନ, ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ଆଦି ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା। ପ୍ରତି କିନ୍ନରଙ୍କୁ ଡିଗ୍ନିଟି କିଟ୍‌ ପ୍ରଦାନ କରାଯାଇଥିଲା। ଉକ୍ତ କିଟ୍‌ରେ ଲୁଗା, ପ୍ୟାଣ୍ଟ, ଗାମୁଛା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ରହିଥିଲା। ଏହି ଅବସରରେ ବସ୍ତିର ଛବି କିନ୍ନର କହିଲେ, ସୁଯୋଗ ମିଳିଲେ ଜନସାଧାରଣଙ୍କ ସେବା କରିବାକୁ କିନ୍ନର ସମାଜ ଆଗେଇ ଆସିବ। ପ୍ରାରମ୍ଭରେ ଛବି କିନ୍ନର ଏବଂ ଜିଲା ରେଡ୍‌କ୍ରସ୍‌ ସୋସାଇଟି ଉପାଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ପାଣି କେକ୍‌ କାଟିଥିଲେ। ରାଜକିଶୋର ବେହେରା ରେଡ୍‌କ୍ରସ୍‌ର ଲକ୍ଷ୍ୟ, କାର୍ଯ୍ୟକ୍ରମ, ଭାରତୀୟ ରେଡ୍‌କ୍ରସ୍‌ର ଜନ୍ମ ବୃତ୍ତାନ୍ତ ଏବଂ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ଜନ୍‌ ହେନେରୀ ଡୁନାଣ୍ଟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅକ୍ଷୟ ଜେନା, ନାରାୟଣ ପୋଦ୍ଦାର, ଦିଲୀପ ସାହାଣୀ, ରାମେଶ୍ୱର ମାଇତି, ସୌମ୍ୟବ୍ରତ ସାହୁ, ଶିବ ପ୍ରସାଦ ପଣ୍ଡା, ରଶ୍ମିତା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରହା ଫାଶରେ ଭାଲୁ

ଖଲ୍ଲିକୋଟ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟ ପଞ୍ଚାୟତର ପାରିନୁଆ ଗାଁ ଜଙ୍ଗଲରେ ଏକ ଭାଲୁ ବାରହା ଫାଶରେ ଫଶି ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ...

ଆଢୁଆଳରେ ଶ୍ରାବଣୀ ଝରଣା

ଖୋର୍ଦ୍ଧା ଅଫିସ,୭।୧୦: ସବୁଜ ବନାନୀ ପାହାଡ଼ ପର୍ବତ ଘେରରେ ବହିଯାଇଛି ଶ୍ରାବଣୀ ଝରଣା। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଝରଣା ଝରରେ...

ସଚେତନ କରିବାକୁ ବୈଠକ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସମ୍ପର୍କରେ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ସଚେତନ କରାଇବା ନିମନ୍ତେ ଏକ ବୈଠକ ରବିବାର କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ...

ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା।...

ଡକାୟତି ଉଦ୍ୟମ ଯୋଜନା ପଣ୍ଡ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ସୁନ୍ଦରଗଡ଼,୧୩।୧୧(ଡି.ଏନ୍‌.ଏ.): ବିଶ୍ରା ପେଟ୍ରୋଲ ପମ୍ପ୍‌ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ୩ ଜଣଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ଫଳରେ ସେମାନଙ୍କ ଉଦ୍ୟମ ପଣ୍ଡ ହୋଇଯାଇଛି।...

ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି।...

ଜଗାକୁ ଦେଖିବାକୁ ଭିଡ଼: ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ ଅଫିସ,୮।୧: ଶ୍ରୀଜିଉଙ୍କୁ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଶନିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା...

ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା...

Advertisement
Archives

Model This Week