ସହାୟତା ଦେଲେ କେନ୍ଦ୍ରମନ୍ତ୍ରୀ

ସୋର,୪ା୫(ଡି.ଏନ.ଏ.)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଲକ୍‌ଡାଉନ୍‌ ସମୟରେ ଅସହାୟ, ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେ ୫୬ ବସ୍ତା ଚାଉଳ, ୪୦୦ ପ୍ୟାକେଟ୍‌ ଶୁଖିଲା ଖାଦ୍ୟ, ରାଶନ, ୧୫୦୦ ସାବୁନ ଓ ଏକ ପେଟି ମାସ୍କ ପ୍ରଦାନ କରିଛନ୍ତି। ସୋର ଭାଜପା ନେତା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ସୋର ଏବଂ ବାହାନଗା ବ୍ଲକର କେଶରୀପୁର, ଦାଣ୍ଡହରିପୁର, ଗୋପୀନାଥପୁର, ଜଡ଼ିଦା, ଓଡ଼ଶାଳ, ସାଶଂଖ, ପଣ୍ଡାଶୁଣୀ ପଞ୍ଚାୟତରେ ଏହା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ ଶ୍ରୀକାନ୍ତ ସାହୁ, ରାଜାରାମ ମହାପାତ୍ର, ଶ୍ରୀଧର ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପଣ୍ଡା, ଗଣେଶ ପଣ୍ଡା, ଭଜହରି ପୃଷ୍ଟି, ଈଶ୍ୱର ବେହେରା, ମାଧବ ଧଡ଼ା, ସନ୍ତୋଷ କୁମାର ସାହୁ, ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। କେଶରୀପୁର ଗ୍ରାମର ସୁଶାନ୍ତ ସାହୁ, ସୋର ପୌରପରିଷଦର ସାକିମ ଖାନ୍‌ ଓ ସିଦ୍ଧାର୍ଥ ବେହେରା ଏକ ହଜାର ଲେଖାଏଁ ମାସ୍କ ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସରକାର ବୁଝିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା: ୧୩ କୋଟି ଟଙ୍କା ବ୍ୟୟରେ…

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ ମଙ୍ଗଳବାର ହୋଇଛି।…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ…

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ…

ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ…

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri