ସହାୟତା ଦାବି କଲେ ସେବାୟତ

ବାରିପଦା ଅଫିସ,୧ା୫- ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁ ବିଜେ ମନ୍ଦିରର ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଜିଲାପାଳଙ୍କଠାରେ ଦାବି କରାଯାଇଛି। ସେବାୟତମାନେ ଗୁରୁବାର ଏ ନେଇ ବାରିପଦା ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ ଦାବି କରିଛନ୍ତିି ଯେ, ମହାମାରୀ କରୋନା ଯୋଗୁଁ ମନ୍ଦିର ବନ୍ଦ ହୋଇଥିବା ବେଳେ ଭକ୍ତଙ୍କ ଆଗମନ ମଧ୍ୟ ବନ୍ଦ ହୋଇ ଯାଇଛି। ଯାହା ଫଳରେ ଭକ୍ତଙ୍କ ଦକ୍ଷିଣାରେ ଚଳୁଥିବା ସେବାୟତମାନଙ୍କ ପରିବାର ପ୍ରତିପୋଷଣ କରିବା ବର୍ତ୍ତମାନ କଷ୍ଟକର ହୋଇପଡିଛି। ପୂଜକ, ସୁପକାର, ଟହଲିଆ ଏବଂ କୋଠିଚାକର ସେବକବୃନ୍ଦ ବର୍ତ୍ତମାନ ହଇରାଣ ହେଉଛନ୍ତି। ଏ ନେଇ ସେବାୟତମାନେ ପୂର୍ବରୁ ଉପଜିଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ। ପୁରୀ ଶ୍ରୀମନ୍ଦିରର ପ୍ରଶାସକ ସେବାୟତମାନଙ୍କୁ କରୋନା ମହାମାରୀ ପାଇଁ ଜଣଙ୍କ ପିଛା ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିବା ବେଳେ ବାରିପଦା ଦେବୋତ୍ତର ବିଭାଗ ଏ ଦିଗରେ କିଛି ବି ପଦକ୍ଷେପ ନେଇ ନାହାନ୍ତିି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେବାୟତମାନେ ଦାବି କରିଛନ୍ତି। ପୂଜକ ଅରୁଣ କୁମାର ମିଶ୍ରଙ୍କ ସମେତ ଏକାଧିକ ସେବକ ଏହି ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ବାଡ଼, ୧୦ ପରିବାରର ଯାତାୟାତ ଠପ୍‌

ବରୀ,୨୪।୭(ଡି.ଏନ.ଏ.): ରାସ୍ତା ଅବରୋଧ ଯୋଗୁ ବରୀ ବ୍ଲକ୍‌ ଅଧୀନ ଅରଙ୍ଗାବାଦ ପଞ୍ଚାୟତ ୭ନଂ. ଓ୍ବାର୍ଡର ୧୦ରୁ ଊର୍ଦ୍ଧ୍ୱ ପରିବାର ଯାତାୟାତ ନିମନ୍ତେ ନାହିଁ ନ ଥିବା...

ଚାରି ଥାକିଆ ହେବ କେନ୍ଦୁଝର-ଡୁବୁରୀ ରାସ୍ତା

କେନ୍ଦୁଝର, ୮।୭(ସ୍ବ.ପ୍ର.) କେନ୍ଦୁଝର (ନରଣପୁର)ରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ଚାରି ଥାକିଆ ହେବ। ଏଥିପାଇଁ ଜମି ଅଧିଗ୍ରହଣ କମିଟି ଅନୁମୋଦନ ପାଇଁ ଭାରତୀୟ ଜାତୀୟ ରାଜପଥ...

ବିଷାକ୍ତ ତେଲ ପିଇ ମହିଳା ମୃତ

ବଇଣ୍ଡା, ୧୨।୪(ଡି.ଏନ.ଏ.)- ବିଷାକ୍ତ ତେଲ ପିଇ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୁରୁଣାପଣି ଗ୍ରାମର ମଞ୍ଜୁ ବିଶ୍ୱାଳ(୫୦)ଙ୍କ ରବିବାର ମୃତ୍ୟୁ ଘଟିଛି। ସ୍ବାମୀ ମଙ୍ଗୁଳୁ ବିଶ୍ୱାଳଙ୍କ...

ଦର୍ଶନ ଲାଗି ଧାଡ଼ିରେ ଠିଆ ହୋଇଥିଲେ, ବେକରୁ ଝାମ୍ପିନେଲେ ସୁନାହାର

ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ରବିବାର ହରିଶୟନ ଏକାଦଶୀ। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଗୋଶାଣୀନୂଆଗାଁ ଜଗନ୍ନାଥ...

ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର, ୨ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରିଥିତ୍ବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ ପରେ ସୋମବାର...

କଳାଯାଦୁରେ ପୁଅକୁ ଖୋଜିବାକୁ କହି ୪ଲକ୍ଷ ଠକେଇ

କାକଟପୁର,୭।୧୦(ଡି.ଏନ୍‌.ଏ.): କାକଟପୁର ଥାନା ଅଧୀନ ଜଣେ ବ୍ୟକ୍ତିଙ୍କ ନିଖୋଜ ପୁଅକୁ କଳାଯାଦୁ ଦ୍ୱାରା ଖୋଜି ଦେବାକୁ କହି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିବା ଅଭିଯୋଗରେ...

ଲଘୁଚାପ୍‌ ବରଷା ଦୂର କଲା ମର୍‌ଡି ଆଶଁକା:ଜୋର୍‌ଦାର ଚାଲିଛେ ରୁଆ ବିହିଡା

ବିଜେପୁର, ୧୭।୮ (ଡି.ଏନ୍‌.ଏ.): ଶରାବନ୍‌ ଯାଇ ଭୁଦୋ ଲାଗ୍‌ଲା। ଚଲତି ବଛର ବରଷା ପାଏନ୍‌ ଅଭାବୁ ବହୁତ ଜାଗାରେ ଚାଷ୍‌ବାସ ପଛେଇ ଯାଇଥିଲା। ହେଲେ ଶରାବନ୍‌...

ଲାଞ୍ଚ: ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଗିରଫ

କଟକ ଅଫିସ, ୨୩ା୧୧: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ। ସେ...

Advertisement
Archives

Model This Week