ସହାୟତା ଦାବିରେ କାମ ବନ୍ଦ କଲେ ଟ୍ରକ୍‌ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୮ା୪-ଲକ୍‌ଡାଉନ୍‌ ସମୟରେ ଟ୍ରକ୍‌ ଡ୍ରାଇଭରମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦାବି କରି ମଙ୍ଗଳବାର ସଂଘର ସମସ୍ତ ଡ୍ରାଇଭର କାମ ବନ୍ଦ କରିଥିଲେ । ଫଳରେ ବଲାଙ୍ଗୀର ରେଳଷ୍ଟେଶନ୍‌ରୁ ପଶ୍ଚିମବଙ୍ଗ ମାଲଦାକୁ ଯିବାକୁ ଥିବା ଚାଉଳ ରେକ୍‌କୁ ଯାଇପାରିନାହିଁ । ବଲାଙ୍ଗୀର ଜିଲା ଟ୍ରକ୍‌ ଡ୍ରାଇଭର ଆସୋସିଏଶନ୍‌ ପକ୍ଷରୁ ଦାବି କରାଯାଇଛି ଯେ, କରୋନା ସଂକ୍ରମଣ ସମୟରେ ଟ୍ରକ୍‌ ଡ୍ରାଇଇଭରମାନେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଆସୁଛନ୍ତି । ଏଭଳି ସ୍ଥିତିରେ ସରକାର ସେମାନଙ୍କୁ ସହାୟତା ଯୋଗାଇବା କଥା । ମାତ୍ର ସରକାରୀସ୍ତରରେ କିଛି ବି ପଦକ୍ଷେପ ନିଆଯାଉନାହିଁ । ଏହାର ପ୍ରତିବାଦରେ ସଂଘର ଶତାଧିକ ଡ୍ରାଇଭର କାମ ବନ୍ଦ ଘୋଷଣା କରିଥିଲେ । ଫଳରେ ବଲାଙ୍ଗୀରରୁ ଚାଉଳ ନେଇକରି ଯିବାକୁ ଥିବା ମାଲବାହୀ ଟ୍ରେନ୍‌ ରେକ୍‌ରେ ଚାଉଳ ଲୋଡିଂ ହୋଇପାରି ନ ଥିଲା । ଏଥିଯୋଗୁ ୫୮ ବଗି ବିଶିଷ୍ଟ ଏହି ମାଲବାହୀ ଟ୍ରେନ୍‌ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ଅଟକି ରହିଥିଲା । ଟ୍ରକ୍‌ ଡ୍ରାଇଭରମାନଙ୍କୁ ସରକାରୀ ସହାୟତା ଦାବି କରି ସଂଘ ସଦସ୍ୟମାନେ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ଦେଇଛନ୍ତି। ସରକାର ସମସ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ସହାୟତା ଯୋଗାଇଲେ ସେମାନଙ୍କ ପରିବାର ଲୋକେ ଉପକୃତ ହେବେ ବୋଲି ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିକୁ ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ...

ଜାତିଆଣ କଟୁ ମନ୍ତବ୍ୟ ମାମଲା: ଛତ୍ରପୁରର ପୂର୍ବତନ ବିଧାୟକଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୪ା୧୦: ଜାତିଆଣ କଟୁ ମନ୍ତବ୍ୟ ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଗୁରୁବାର ଜାମିନ ପାଇଛନ୍ତି। ୨୦୦୪ରେ ରାୟଗଡ଼ା ଜିଲା ଟିକିରିରେ ଏକ...

ପାଣିକୋଇଲିରେ ଡବଲ ମର୍ଡର

ଯାଜପୁର ଅଫିସ/ ପାଣିକୋଇଲି(ଡି.ଏନ.ଏ.),୪।୯: ଯାଜପୁର ଜିଲା ପାଣିକୋଇଲ ଅଞ୍ଚଳରେ ଘଟିଛି ଡବଲ ମର୍ଡର। ଶୁକ୍ରବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ...

ମାରିଦେଲେ ସ୍ବାମୀ, ଶାଶୁଘର ଲୋକେ

କଣିହାଁ,୧୭।୫(ଡି.ଏନ.ଏ.) ବାପଘରୁ ୮୦ ହଜାର ଟଙ୍କା ନ ଆଣିବାରୁ କଣିହାଁ ଥାନା ବଡଗୁଣ୍ଡୁରୀ ଗ୍ରାମର ଦୀପ୍ତି ନାୟକ (୨୫)ଙ୍କୁ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ...

‘ନିବେଶକଙ୍କୁ ଆବଶ୍ୟକ ସହଯୋଗ ଯୋଗାଅ’

ଅନୁଗୋଳ ଅଫିସ, ୧୧।୫ – ଅନୁଗୋଳ ଜିଲାର ଶିଳ୍ପ ଓ ଖଣି କ୍ଷେତ୍ର ପ୍ରତି ନିବେଶକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବଅଁରପାଳ ବ୍ଲକ ଆଲୁମିନିୟମ ପାର୍କଠାରେ...

ମହାପ୍ରଭୁଙ୍କ ଆଭୂଷଣ ପାଇଁ ଓଡ଼ିଆ ଭକ୍ତ ଦେବେ ସୁନା

ପୁରୀ ଅଫିସ,୧୭।୧୧:  ମହାପ୍ରଭୁଙ୍କୁ ଦାନ ଦେବାକୁ ଦାତାଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଶ୍ରୀମନ୍ଦିରର ୩ଟି କବାଟ ରୁପା ଛାଉଣି ପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ...

ଶ୍ରଦ୍ଧାଳୁଙ୍କ ଗହଳି, ହେଲାନି ଦିବାପହଡ଼

ଘଟଗାଁ,୧୪ା୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ  ମା’ତାରିଣୀଙ୍କ ପୀଠରେ ଚଇତି ପର୍ବର ଷଷ୍ଠ ଦିବସ ଅବସରରେ ବିଶେଷକରି ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତିରେ ପୀଠ ଭକ୍ତମୟ...

ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ,୫ା୮: ବାଲେଶ୍ୱର ଜିଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ,...

Advertisement
Archives

Model This Week