ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ ଅଧିକାଂଶଙ୍କୁ ତାହା ସହ୍ୟ କରିବାକୁ ହୁଏ। ଏପରିକି ବଞ୍ଚତ୍ବାର ଆଦୌ ସମ୍ଭାବନା ନ ଥିଲେ ହେଁ ଶରୀରର ଅଧିକାଂଶ ଅଙ୍ଗ ଅକର୍ମଣ୍ୟ ହେଲେ ଏବଂ ଏପରିକି ଚେତନାଶକ୍ତି ହରାଇ ସାରିଲା ପରେ ମଧ୍ୟ ଅନେକଙ୍କୁ ଦୀର୍ଘ ଦିନ ଧରି ବଞ୍ଚତ୍ବାକୁ ପଡ଼ିଥାଏ ଶେଷନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ। ପୁନଶ୍ଚ ଏ ଅବସ୍ଥାକୁ ଅଧିକ ସମ୍ପ୍ରସାରିତ କରିଛି ଆଧୁନିକ ବିଜ୍ଞାନ। ବିବିଧ ଜୀବନ ସହାୟକ ଯନ୍ତ୍ରପାତି ସାହାଯ୍ୟରେ ମୃତପ୍ରାୟ ଲୋକଙ୍କୁ ବଞ୍ଚେଇ ରଖାଯାଉଛି ଦୀର୍ଘକାଳ ଧରି। ଏହା ମୂଳରେ ରହିଛି ଆମତ୍ୀୟସ୍ବଜନମାନଙ୍କ ଇଚ୍ଛା, ପାରମ୍ପରିକ, ନୈତିକ ବିଚାର ଏବଂ ଆମ ଆଇନ ବ୍ୟବସ୍ଥା, ଯାହାର ଏକ ଜଣାଶୁଣା ଉଦାହରଣ ହେଲା ମୁମ୍ବାଇର ଅରୁଣା ଶାନ୍‌ବାଗଙ୍କ କାହାଣୀ।
ଅରୁଣା ଥିଲେ ମୁମ୍ବାଇର କେଇଏମ୍‌ ହସ୍ପିଟାଲର ଜଣେ କାର୍ଯ୍ୟରତ ସେବିକା। ତାଙ୍କୁ ୧୯୭୩ ମସିହା ନଭେମ୍ବର ୨୭ ତାରିଖ ରାତ୍ରିରେ ଜଣେ କର୍ମଚାରୀ ଦୁଷ୍କର୍ମ କଲା ପରେ ହତ୍ୟା କରିବା ପାଇଁ ତାଙ୍କ ତଣ୍ଟିକୁ ଏକ ଲୁହା ଚେନ୍‌ରେ ଭିଡ଼ି ଧରିଥିଲା ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି ଭାବି ଛାଡ଼ି ଚାଲି ଯାଇଥିଲା। ସେହି ଦିନଠାରୁ ସେ ସଂଜ୍ଞାହୀନା ଅବସ୍ଥାରେ ପଡ଼ିରହୁଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା ବିଭିନ୍ନ ଜୀବନ ସହାୟକ ବ୍ୟବସ୍ଥା ମାଧ୍ୟମରେ, ୨୦୧୫ ମସିହାରେ ସେ ନିମୋନିଆରେ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ। ଇତିମଧ୍ୟରେ ତାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ବଞ୍ଚାଇ ନ ରଖି ମୃତ୍ୟୁବରଣ କରିବାକୁ ଛାଡ଼ିଦେବାକୁ ୨୦୦୯ ମସିହାରେ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିଲେ ପିଙ୍କି ଭିରାନୀ ନାମକ ମୁମ୍ବାଇର ଜଣେ ସ୍ବେଚ୍ଛାସେବୀ। ସେଥିରେ ସେ ଦର୍ଶାଇଥିଲେ, ଶାନ୍‌ବାଗଙ୍କୁ ସେପରି ଅବସ୍ଥାରେ ରଖିବା ତାଙ୍କର ସସମ୍ମାନେ ବଞ୍ଚତ୍ବା ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି। ତେବେ ଏ ଆବେଦନ ଖାରଜ ହୋଇଯାଇଥିଲା। ଉଚ୍ଚତମ ନ୍ୟାୟାଳୟ ଏହା ଉପରେ ବିଚାରକରି ୨୦୧୧ରେ ପ୍ରଦତ୍ତ ରାୟରେ ଦର୍ଶାଇଥିଲେ ଯେ, ଶାନ୍‌ବାଗଙ୍କୁ ଜୀବନ ସହାୟକ ବ୍ୟବସ୍ଥା ଯୋଗାଇଥିବା ଏବଂ ତାଙ୍କର ଯନତ୍ ନେଉଥିବା ହସ୍ପିଟାଲର କର୍ମଚାରୀ ଏଥିପ୍ରତି ଅନିଚ୍ଛା ପ୍ରକାଶ କରୁଥିବାରୁ ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ। ତଥାପି ଏଥିରେ ନ୍ୟାୟାଳୟ ଏଭଳି ନିଷ୍କ୍ରିୟଙ୍କ ସସମ୍ମାନେ ଇଚ୍ଛାମୃତ୍ୟୁ ଚିନ୍ତାଧାରାକୁ ସମର୍ଥନ କରିଥିଲେ ଏବଂ ସୂଚିତ କରିଥିଲେ ଯେ, ରୋଗୀକୁ ଏପରି ଅବସ୍ଥାରେ ବଞ୍ଚାଇ ରଖିବା ଅପେକ୍ଷା ତା’ଠାରୁ ଚିକିତ୍ସା ବ୍ୟବସ୍ଥା ଏବଂ ଖାଦ୍ୟ ବା ଅମ୍ଳଜାନ ପ୍ରତ୍ୟାହାର କରାଯିବା ଅଧିକ ସ୍ପୃହଣୀୟ। ଏହାପରେ ୨୦୧୪ରେ ଉଚ୍ଚତମ ନ୍ୟାୟାଳୟର ଏକ ଖଣ୍ଡପୀଠ ଏପ୍ରକାର ଅନ୍ୟ ଏକ ମାମଲାର ଶୁଣାଣି କରି ଏହାକୁ ସାମ୍ବିଧାନିକ ବେଞ୍ଚର ପରାମର୍ଶ ପାଇଁ ପଠାଇବାକୁ ମତ ରଖିଥିଲେ। ଅତଏବ ୫ଜଣ ବିଚାରପତିଙ୍କୁ ନେଇ ଏହା ଗଠନ କରାଯାଇଥିଲା ଏବଂ ୨୦୧୮ରେ ଏହା କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏଥିପାଇଁ ଅନୁମତି ଦେବାକୁ ମତ ଦେଇଥିଲେ ହେଁ ପାର୍ଲାମେଣ୍ଟ ଏହାର ବିଭିନ୍ନ ଦିଗ ବିଚାରକୁ ନେଇ ଉଚିତ୍‌ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ଏବେ(୨୦୨୪) ସେଥିପାଇଁ ସରକାର ମାର୍ଗଦର୍ଶିକାର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହା ଲାଗି ପ୍ରସ୍ତୁତ ଖସଡ଼ା ବା ଡ୍ରାଫ୍ଟରେ ସୂଚିତ କରାଯାଇଛି ଯେ, ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ରେ ରଖାଯାଇଥିବା ଏବଂ ଅରକ୍ଷଣୀୟ ଭାବେ ରୋଗଗ୍ରସ୍ତ ହୋଇଥିବା ରୋଗୀମାନଙ୍କର ଭେଣ୍ଟିଲେଟର ବିବିଧ ଅସ୍ତ୍ର ଚିକିତ୍ସା, କୃତ୍ରିମ ଉପାୟରେ ପୋଷଣ ବା ଅମ୍ଳଜାନ ଯୋଗାଣ ଆଦି ଜୀବନ ସହାୟକ ବ୍ୟବସ୍ଥାରୁ ଲାଭବାନ୍‌ ହେବାର ସମ୍ଭାବନା ଖୁବ୍‌ କମ୍‌ ା ଅନ୍ୟପକ୍ଷରେ, ଏପରି ଅବସ୍ଥାରେ ସେମାନଙ୍କ ଯତ୍ନ ନେବାର ଦାୟିତ୍ୱ ବଢ଼େ ଏବଂ ରୋଗୀଙ୍କ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଇଥାଏ ା ଅତଏବ ଏହା କରିବା କୌଣସି ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ। ବରଂ ତାହା ପରିବାରବର୍ଗଙ୍କ ଭାବପ୍ରବଣଜନିତ ଚାପ ଏବଂ ଆର୍ଥିକ ଦୁର୍ଗତି ବଢ଼ାଇବାର କାରଣ ହୁଏ ା ପୁନଶ୍ଚ ଏପରି ରୋଗୀଙ୍କଠାରୁ ଜୀବନ ସହାୟକ ବ୍ୟବସ୍ଥା କାଢ଼ି ନେଇ ସସମ୍ମାନେ ମୃତ୍ୟୁବରଣ କରିବାକୁ ଦେବା ବିଶ୍ୱର ଅନେକ ଦେଶରେ ଆଇନଗତ ସ୍ବୀକୃତି ଲାଭ କରିସାରିଲାଣି। ଏଣୁ ଆମ ଦେଶରେ ମଧ୍ୟ ତାହାକୁ ସ୍ବୀକୃତି ଦେବା ସବୁ ଦୃଷ୍ଟିରୁ ଏବଂ ସମସ୍ତଙ୍କ ପାଇଁ ଉଚିତ ପଦକ୍ଷେପ ହେବ।
ଏହି ମାର୍ଗଦର୍ଶିକା ଅନୁଯାୟୀ, ରୋଗୀଠାରୁ ଜୀବନ ସହାୟକ ବ୍ୟବସ୍ଥା କାଢ଼ିନେବା ଉଚିତ କି ନୁହେଁ, ତାହା ପ୍ରଥମେ ବିଚାର କରିବାକୁ ଏକ ପ୍ରାଥମିକ ମେଡିକାଲ ବୋର୍ଡ ଗଠନ କରାଯିବ ା
ଏହାର ସଦସ୍ୟ ରହିବେ ରୋଗୀର ଜଣେ ଚିକିତ୍ସକ ଏବଂ ୫ ବର୍ଷରୁ ଅଧିକ ଅନୁଭୂତିସମ୍ପନ୍ନ ଦୁଇ ଜଣ ବିଶେଷଜ୍ଞ ା ତତ୍ପରେ ଏହାର ମତାମତକୁ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ଅନ୍ୟ ଏକ ଦ୍ୱିତୀୟ ମେଡିକାଲ ବୋର୍ଡକୁ ପଠାଯିବ, ଯାହାକି ଗଠିତ ହେବ ଜଣେ ଅନୁଭୂତିସମ୍ପନ୍ନ ଡାକ୍ତର ଏବଂ ଦୁଇଜଣ ବିଶେଷଜ୍ଞଙ୍କୁ ନେଇ। ପ୍ରଥମ ମେଡିକାଲ୍‌ ବୋର୍ଡର କୌଣସି ସଦସ୍ୟଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯିବ ନାହିଁ ା ତତ୍ପରେ ରୋଗୀଟି ଚିକିତ୍ସିତ ହେଉଥିବା ଚିକିତ୍ସାଳୟ ଚାହିଁଲେ ଏଥିପାଇଁ ନୈତିକ କମିଟିଟିଏ ଗଠନ କରିପାରିବ, ଯାହାକି ଏହାର ଏ ଦିଗ ମଧ୍ୟ ଅନୁଧ୍ୟାନ କରିବ ା ରୋଗୀ ନିଜେ କିମ୍ବା ସେ ସମ୍ପୂର୍ଣ୍ଣ ଅଚେତନ ଥିଲେ ତାଙ୍କ ପରିବାରବର୍ଗଙ୍କ ସମ୍ମତିରେ ଏସବୁ ପଦକ୍ଷେପ ନିଆଯିବ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏ ସମ୍ପର୍କରେ ଜନମତ ଲୋଡ଼ିଛି। କାହାରି କିଛି ମତାମତ ଥିଲେ ତାହା ଜଣାଇବା ପାଇଁ ଅନୁରୋଧ କରାଯାଇଛି।
ତା’ହେଲେ ଆଇନ ପ୍ରଣୟନ ହେବା ପୂର୍ବରୁ ଏକ ବିଶେଷଜ୍ଞ କମିଟି ଦ୍ୱାରା ସେସବୁ ବିଚାରକୁ ନିଆଯାଇପାରିବ। ଏ ପ୍ରକାର ତଥାକଥିତ ”ସସମ୍ମାନେ ଇଚ୍ଛାମୃତ୍ୟୁ“କୁ ଅନେକ ଦେଶରେ ଆଇନସମ୍ମତ କରାଯାଇଛି। ସ୍ବିଜରଲାଣ୍ଡ ହେଲା ସେଗୁଡ଼ିକ ମଧ୍ୟରେ ସବୁଠାରୁ ଅଗ୍ରଣୀ।ଏହା ୧୯୪୨ ମସିହାରୁ ଏହାକୁ ସ୍ବୀକୃତି ପ୍ରଦାନ କରିଛି। ସେହିପରି କାନାଡା, ନେଦରଲାଣ୍ଡସ୍‌, ବେଲ୍‌ଜିୟମ, ଲକ୍‌ସମବର୍ଗ, ନ୍ୟୁଜିଲାଣ୍ଡ, ସ୍ପେନ, କଲମ୍ବିଆ, ଅଷ୍ଟ୍ରିୟା, ଅଷ୍ଟ୍ରେଲିଆର କେତେକ ରାଜ୍ୟ ଏବଂ ଆମେରିକାର ୧୧ଟି ରାଜ୍ୟରେ ଏହା ଆଇନସମ୍ମତ। ଏହାକୁ କୁହାଯାଉଛି ”ଡାକ୍ତରଙ୍କ ସହାୟତାରେ ଇଚ୍ଛାମୃତ୍ୟୁ“। ଏଥିରେ ବଞ୍ଚତ୍ବାର ଆଦୌ ସମ୍ଭାବନା ନ ଥିବା ରୋଗୀର କିମ୍ବା ତା’ର ଆତ୍ମୀୟସ୍ବଜନଙ୍କ ଅନୁରୋଧକ୍ରମେ ତାଙ୍କୁ ଜୀବନଘାତକ ଔଷଧ ଦେବାକୁ ଏବଂ ତାଙ୍କଠାରୁ ଜୀବନ ସହାୟକ ବ୍ୟବସ୍ଥାମାନ କାଢ଼ିନେବାକୁ ଡାକ୍ତରମାନଙ୍କୁ କୁହାଯାଇଥାଏ । ଅନ୍ୟପକ୍ଷରେ, ଇଂଲଣ୍ଡ, ଓ୍ବେଲ୍‌ସ ଏବଂ ଉତ୍ତର ଆୟର୍ଲାଣ୍ଡରେ ଏହା ବେଆଇନ ା ସେଠାରେ ପ୍ରଚଳିତ ”ଦ ସୁଇସାଇଡ୍‌ ଆକ୍ଟ-୧୯୬୧“ ଅନୁସାରେ ଏଥିରେ ସହାୟତା କରୁଥିବା କିମ୍ବା ଏହାକୁ ଉତ୍ସାହିତ କରୁଥିବା ଲୋକଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ା ସେଥିପାଇଁ ଏଠାରୁ ଡାକ୍ତରୀ ପ୍ରମାଣପତ୍ର ଧରି ”ସସମ୍ମାନେ ଇଚ୍ଛାମୃତ୍ୟୁ“ ଚାହୁଁଥିବା କିଛି ରୋଗୀ ତାହା କରିବା ପାଇଁ ଅନ୍ୟ ଦେଶଗୁଡ଼ିକୁ ଚାଲିଯିବାର ଦେଖାଯାଉଛି। ଏସବୁ ଦୃଷ୍ଟିରୁ ବିଚାରକଲେ, ବର୍ତ୍ତମାନ ଆମ ଦେଶରେ ଅନ୍ତିମ ସମୟ ଅପେକ୍ଷାରେ ଥିବା ଅରକ୍ଷଣୀୟ ଭାବେ ରୋଗଗ୍ରସ୍ତ ରୋଗୀଙ୍କ ”ସସମ୍ମାନେ ଇଚ୍ଛାମୃତ୍ୟୁ“ ପାଇଁ ଆଇନ ପ୍ରଣୟନ କରିବା ଦିଗରେ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।
ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri