ସଷ୍ଟେନେବଲ୍‌ ଫ୍ୟାଶନ, ଓଡ଼ିଶା ହସ୍ତତନ୍ତ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗ୍ଲୋବାଲ ଓ୍ବାର୍ମିଂ ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ତ ରାଷ୍ଟ୍ର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏବେଠାରୁ ମଣିଷ ସଚେତନ ନ ହେଲେ ପରିସ୍ଥିତି ଆହୁରି ଭୟଙ୍କର ହେବାସହ ଆଗାମୀ ପିଢ଼ି ତିଷ୍ଠି ରହିବା କଷ୍ଟକର ହେବ ବୋଲି କୁହାଯାଉଛି। ତେବେ କେବଳ ପ୍ଲାଷ୍ଟିକ୍‌ ନୁହେଁ, ବିଶ୍ୱର ସର୍ବାଧିକ ପ୍ରଦୂଷିତ ଇଣ୍ଡଷ୍ଟ୍ରି ମଧ୍ୟରେ ଆଗରେ ରହିଛି ଫ୍ୟାଶନ ଇଣ୍ଡଷ୍ଟ୍ରି। ଶସ୍ତା ଓ ମେଶିନ୍‌ରେ ପ୍ରସ୍ତୁତ ବସ୍ତ୍ର ପରିବେଶ ପାଇଁ ସବୁଠାରୁ ହାନିକାରକ ହୋଇଥିବାବେଳେ ସମଗ୍ର ବିଶ୍ୱର ବିଶେଷଜ୍ଞ ଏନେଇ ଚିନ୍ତାପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅଧିକାଂଶ ଉନ୍ନତ ରାଷ୍ଟ୍ର ଏବେ ସଷ୍ଟେନେବଲ୍‌ ତଥା ଦୀର୍ଘକାଳୀନ ଫ୍ୟାଶନ ଆଡ଼କୁ ମୁହାଁଇଛନ୍ତି। ପୁନଃ ବ୍ୟବହାର କରିହେଉଥିବା ତଥା ନବୀକରଣ ଯୋଗ୍ୟ ସାମଗ୍ରୀକୁ ଫ୍ୟାଶନ ଏବଂ ଲାଇଫଷ୍ଟାଇଲ୍‌ ଇଣ୍ଡଷ୍ଟ୍ରିରେ ବ୍ୟବହାର କରିବା ସହ ହସ୍ତତନ୍ତ ଯୁଗକୁ ପୁଣିଥରେ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ଏଭଳିସ୍ଥଳେ ଓଡ଼ିଶା ବେଶ୍‌ ଆଗରେ ରହିଥିବାବେଳେ ଓଡ଼ିଶାର ଯୁବ ଡିଜାଇନର୍‌ ଏବଂ ଫ୍ୟାଶନ ଇନ୍‌ଫ୍ଲୁଏନ୍ସର୍‌ମାନେ ସଷ୍ଟେନେବଲ୍‌ ଫ୍ୟାଶନକୁ ଗୁରୁତ୍ୱର ସହ ନେଇଛନ୍ତି। ଫଳରେ ଓଡ଼ିଶା ହ୍ୟାଣ୍ଡ୍‌ଲୁମ୍‌ ବର୍ତ୍ତମାନ ସମୟରେ ପୁଣିଥରେ ଲୋକପ୍ରିୟତା ଆଡ଼କୁ ମୁହାଁଇଛି।
ଓଡ଼ିଶାର ସଷ୍ଟେନେବଲ୍‌ ଫ୍ୟାଶନ କୁଇନ୍‌ଭାବେ ପରିଚିତ ବେନୋରିଟା ଦାସଙ୍କଠାରୁ ଆରମ୍ଭ କରି ରିମ୍‌ଲି ମହାନ୍ତି, ପ୍ରିତମ ପଣ୍ଡା, ପଙ୍କଜା ସେଠୀ, ଶ୍ୱେତା ପାରେଖ୍‌, ଜ୍ୟୋତ୍ସା ଦାସ, ସୁଜିତ ମେହେରଙ୍କ ଭଳି ଏକାଧିକ ଯୁବ ଡିଜାଇନର୍‌ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହସ୍ତତନ୍ତକୁ ପହଞ୍ଚାଇଛନ୍ତି। ସଷ୍ଟେନେବଲ୍‌ ଫ୍ୟାଶନକୁ ଲୋକଲୋଚନକୁ ଆଣିବା ସହ ଓଡ଼ିଶାର ହସ୍ତତନ୍ତକୁ ଆଉପାଦେ ଆଗକୁ ନେବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ, ବ୍ୟବସାୟିକ ଏବଂ ପରିବେଶ ଉପଯୋଗୀ ଦୃଷ୍ଟିକୋଣରୁ ପାରମ୍ପରିକ ସହ ଆଧୁନିକତାର ଫ୍ୟୁଜନ୍‌ରେ ନୂତନ ଡିଜାଇନ୍‌ର ବସ୍ତ୍ର ପ୍ରସ୍ତୁତ କରି ଏମାନେ ଏକ ନୂଆ ଯୁଗର ଆରମ୍ଭ କରିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ହାତତିଆରି ଏବଂ ସବୁଜ ସାମଗ୍ରୀ ଧୀରେ ଧୀରେ ପୁଣିଥରେ ଲୋକପ୍ରିୟ ହେଉଥିବାବେଳେ ଓଡ଼ିଶା ମଧ୍ୟ ଏହି ଢାଞ୍ଚାକୁ ଆପଣାଇଛି। କେବଳ ଡିଜାଇନର୍‌ ନୁହେଁ, ରାଜ୍ୟର ଯୁବପିଢ଼ି ମଧ୍ୟ ଧୀରେ ଧୀରେ ହସ୍ତତନ୍ତ ଏବଂ ଖଦି ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ହସ୍ତତନ୍ତର ସେଭଳି ଲୋକପ୍ରିୟତା ରହି ନ ଥିବାବେଳେ ଓଡ଼ିଶା କିନ୍ତୁ ଏ କ୍ଷେତ୍ରରେ ବେଶ୍‌ ଆଗରେ ରହିଛି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢ଼ୁଛି। ବିଶେଷକରି ଗତ ୩ରୁ ୪ବର୍ଷ ମଧ୍ୟରେ ହସ୍ତତନ୍ତର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ସମ୍ବଲପୁରୀ, ଇକତ୍‌, ପସାପାଲି, ଟସର ସିଲ୍‌କ ଭଳି ହସ୍ତତନ୍ତର ଚାହିଦା ବିଶ୍ୱ ବଜାରରେ ବଢ଼ିଥିବାବେଳେ ଇବେ, ଆମାଜନ୍‌, କ୍ରାଫ୍ଟଲୀ ଭଳି ଓ୍ବେବ୍‌ସାଇଟ୍‌ରେ ଏହା ବହୁଳ ଭାବେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?