Posted inଖେଳ

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା କୋହଲିଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କଠାରୁ ଢେର୍‌ ଅଧିକ। ଡଫ୍‌ ଆଣ୍ଡ୍‌ ଫେଲେପ୍ସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ ବ୍ରାଣ୍ଡ୍‌ ଭାଲ୍ୟୁରେ ଦେଶର ଅନ୍ୟ ସେଲିବ୍ରିଟିଙ୍କଠାରୁ କୋହଲି ସର୍ବାଗ୍ରେ ଅଛନ୍ତି। ଲଗାତର ତୃତୀୟଥର ପାଇଁ କୋହଲି ଏହି ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ମାମଲାରେ ସେ କେବଳ କ୍ରିକେଟ ନୁହେଁ, ବଲିଉଡ ଅଭିନେତା ଅକ୍ଷୟ କୁମାର, ଦୀପିକା ପାଦୁକୋନ, ରଣବୀର ସିଂ, ସଲମାନ ଖାନ୍‌ ଏବଂ ଶାହରୁଖ ଖାନଙ୍କ ଭଳି ସେଲିବ୍ରିଟିଙ୍କୁ ପଛରେ ପକାଇଛନ୍ତି। ବିରାଟଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ୨୦୧୯ରେ ୩୯ ପ୍ରତିଶତ ବୃଦ୍ଧି ପାଇ ୧୬୯୧ କୋଟି ଟଙ୍କାରେ ପହଞ୍ଚିଛି। ବଡ ବଡ ବ୍ରାଣ୍ଡର ଆମ୍ବାସାଡର ଥିବା କୋହଲି ନିଜର ମଧ୍ୟ ବିଭିନ୍ନ ବ୍ରାଣ୍ଡ ଖୋଲିସାରିଲେଣି। ବ୍ରାଣ୍ଡ ଭାଲ୍ୟୁରେ କ୍ରିକେଟରମାନଙ୍କ ମଧ୍ୟରେ କୋହଲି ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି। ସେ ଏବେ କ୍ରିକେଟରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ କମିନାହିଁ। ଏହି ତାଲିକାର ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ଚତୁର୍ଥ ସ୍ଥାନରେ ରୋହିତ ଶର୍ମା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌...

ୟୁପିସିଏ ଅଧ୍ୟକ୍ଷ ଯଦୁପତି ସିଂହାଣିଆଙ୍କ ପରଲୋକ

ଲକ୍ଷ୍ନୌ,୧୪।୮(ପି.ଟି.): ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ) ଅଧ୍ୟକ୍ଷ ଯଦୁପତି ସିଂହାଣିଆ ୬୭ ବର୍ଷ ବୟସରେ ଗୁରୁବାର ସିଙ୍ଗାପୁରରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ...

ଦକ୍ଷୀଣ ଏସୀୟ କ୍ରୀଡା: ସସ୍ମିତା, ସତ୍ୟଜିତଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷୀଣ ଏସିୟ କ୍ରୀଡାର ଖୋ ଖୋ ବିଭାଗରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ...

ରଣଜୀ ଟ୍ରଫି: ରାଜେଶଙ୍କ ଶତକ ସତ୍ତ୍ୱେ ଓଡ଼ିଶା ୨୯୩ରେ ସୀମିତ

କଟକ ଅଫିସ,୬ା୨-  ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିବସ ଖେଳ ବୁଧବାର ଶେଷ...

ଏହି ଖେଳାଳିଙ୍କୁ ୧୦ କୋଟି ଟଙ୍କାର ଚିୟରଲିଡର୍‌ କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ସିଜିନର ହିରୋ ଏବଂ ଶୂନ ଖେଳାଳିଙ୍କ ଉପରେ ନିଜର ମତ ରଖିଛନ୍ତି। ପୂର୍ବତନ...

ଭୁବନେଶ୍ୱର କୁମାରକୁ ଝଟକା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ଆହୁରି ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବେ। ଏବେ ସେ ଆଇପିଏଲ୍‌ ୨୦୨୧ ସମୟରେ ହିଁ...

କୁଲ୍‌ଟର ନାଇଲଙ୍କ ବିଶ୍ୱକପ୍‌ ରେକର୍ଡ

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ନାଥାନ କୁଲ୍‌ଟର ନାଇଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନ୍‌ର ଇନିଂସ ଖେଳିଥିଲେ। କ୍ୟାରିୟରର ଶ୍ରେଷ୍ଠ ଇନିଂସ ତାଙ୍କୁ ବିଶ୍ୱକପ୍‌...

ଭାରତ ବିରୋଧରେ ପବିତ୍ର ଯୁଦ୍ଧ କରିବେ ଏହି ପାକିସ୍ତାନ କ୍ରିକେଟର୍‌!

ଇସଲାମାବାଦ,୨୫।୧୨: ପାକିସ୍ତାନର ପୂର୍ବତନ ପେସର୍‌ ଶୋଏବ ଅଖତର ‘ଗଜୱା-ଇ-ହିନ୍ଦ’ର ସ୍ବପ୍ନ ଦେଖୁଛନ୍ତି। ସେ କହିଛନ୍ତି ଯେ ଆମେ କାଶ୍ମୀରକୁ କାବୁ କରି ଭାରତ ଉପରେ ଆକ୍ରମଣ...

Play 250+ Trending Games
Archives

Model This Week

Why Dharitri