ସଲମାନଙ୍କ ସହ ଡେବ୍ୟୁ କରି ମିଳିଥିଲା ଲୋକପ୍ରିୟତା, ଏବେ ଅଭିନୟରୁ ଦୂରରେ ଏହିସବୁ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ସହ କାମ କରିବାକୁ ନବାଗତାମାନେ ଚାହିଁ ବସିଥାନ୍ତି। ତାଙ୍କ ସହ କାମ କରିବା ମାନେ ସଫଳତାକୁ ପାଖରେ ଦେଖିବା ବୋଲି ଅନେକେ ମନେ କରିଥାନ୍ତି। ହେଲେ ଏପରି କେତେଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କ ସହ ଡେବ୍ୟୁ କରି ଲୋକପ୍ରିୟ ହୋଇଥିଲେ ସୁଦ୍ଧା ପରେ ଅଭିନୟରୁ ଦୂରେଇ ଯାଇଛନ୍ତି।

ଏହି ତାଲିକାରେ ରହିଛନ୍ତି ଚାନ୍ଦିନୀ। ସେ ଫିଲ୍ମ ‘ସନମ ବଓ୍ବେଫା’ରେ ସଲମାନଙ୍କ ସହ କାମ କରିଥିଲେ। ଫିଲ୍ମଟି ସେତେବେଳେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ପରେ ମାତ୍ର ୮-୧୦ଟି ଫିଲ୍ମରେ ସେ ଅଭିନୟ କରିବା ପରେ ବଲିଉଡ୍‌ରୁ ହଠାତ୍‌ ଗାଏବ ହୋଇଯାଇଥିଲେ।

ମେନେ ପ୍ୟାର କିୟାର ଭାଗ୍ୟଶ୍ରୀ ସଲମାନଙ୍କ ସହ ଡେବ୍ୟୁ କରିଥିଲେ। ଫିଲ୍ମଟି ହିଟ୍‌ ସାବ୍ୟସ୍ତ ହୋଇଥିଲା। ହେଲେ ଏହାର କିଛି ଦିନ ପରେ ସେ ବିବାହ କରିନେଇଥିଲେ। ପରେ ସେ ସ୍ବାମୀଙ୍କ ସହ କେବଳ ଫିଲ୍ମ କରିବାକୁ ନିର୍ମାତାମାନଙ୍କୁ କହିଥିଲେ। ଶେଷରେ ସ୍ବାମୀଙ୍କ ସହ ଫିଲ୍ମ କରିଥିଲେ ହେଁ ତାହା ସଫଳ ହୋଇ ନ ଥିଲା। ପରେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ।

ଫିଲ୍ମ ତେରେନାମ ଜରିଆରେ ସଲମାନଙ୍କ ସହ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଭୂମିକା ଚାଓ୍ବଲା। ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ହେଲେ ଭୂମିକା ଭାରତ ଠାକୁରଙ୍କୁ ବିବାହ କରିବା ପରେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ।
ସେହିଭଳି ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଏବଂ ରେବତୀ ମଧ୍ୟ ସଲମାନଙ୍କ ନାୟିକା ସାଜି ବଲିଉଡ୍‌ରେ ଡେବ୍ୟୁ କରି ବାହାବା ସାଉଁଟିଥିଲେ। ‘ଲକି ନୋ ଟାଇମ୍‌ ଫର ଲଭ’ରୁ ସ୍ନେହା କାମ କରିଥିବା ବେଳେ ‘ଲଭ’ରେ ରେବତୀ ଅଭିନୟ କରିଥିଲେ। ହେଲେ ପରେ ବଲିଉଡ୍‌ରୁ ନିଜକୁ ଦୂରେଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri