ସଲମାନଙ୍କୁ ପ୍ରଶ୍ନ କଲେ କ୍ୟାଟ୍ରିନା ‘ମୋତେ କେବେ ବିବାହ କରିବ’

ଦବଙ୍ଗ ଖାନ୍‌ ସଲମାନ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି ତା’ଠୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବିବାହକୁ ନେଇ। ସମସ୍ତେ ଚାହିଁ ରହିଛନ୍ତି ଭାଇଜାନ୍‌ କେବେ ବିବାହ ବନ୍ଧନରେ ବାନ୍ଧି ହେବେ। ଏମିତିରେ ବି ବୟସ ୫୦ ଟପି ସାରିଲାଣି। ଏବେ କ୍ୟାଟ୍ରିନା କୁଆଡ଼େ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। କ୍ୟାଟ୍‌ ଭାଇଜାନଙ୍କୁ ଦେଇଥିବା ବିବାହ ପ୍ରସ୍ତାବ ଶୁଣି ଫ୍ୟାନମାନେ ବହୁତ ଖୁସି। କିନ୍ତୁ ଏହି ପ୍ରସ୍ତାବ ରିୟଲରେ ନୁହେଁ ରିଲ୍‌ରେ। ‘ଭାରତ’ ଫିଲ୍ମର ପ୍ରମୋଶନରେ ଏହି ଯୋଡ଼ି ବ୍ୟସ୍ତ ରହିଛନ୍ତି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ପ୍ରମୋଶନ ବି ଜାରି ରହିଛି। ଏହାର ଏକ ଭିଡିଓକୁ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ଶେୟାର କରିଛନ୍ତି। ଯେଉଁଥିରେ କ୍ୟାଟ୍ରିନା ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଉଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ସଲମାନଙ୍କୁ କହୁଛନ୍ତି, ମୋର ବିବାହ ବୟସ ହୋଇଗଲାଣି। ତୁମେ ମୋତେ ବହୁତ ଭଲ ଲାଗୁଛ। ମୋତେ କେବେ ବିବାହ କରିବ କୁହ। ଏହାଶୁଣି ସଲମାନ ‘ସରି ମାଡାମ ସରି’ କହି ଲାଜେଇ ଯାଉଥିବା ଦେଖିବାକୁ ମିଳିଛି। କହିରଖୁଛୁ, ଆସନ୍ତା ଜୁନ୍‌ ୫ ତାରିଖରେ କ୍ୟାଟ୍ରିନା-ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ତବୁ, ଜ୍ୟାକି ଶ୍ରଫ୍‌, ଦିଶା ପଟାନୀ ଏବଂ ସୁନୀଲ ଗ୍ରୋଭର ଅଭିନୟ କରିଛନ୍ତି। ସଲମାନ ‘ଦବଙ୍ଗ-୩’ର ଶୁଟିଂରେ ବି ବ୍ୟସ୍ତ ଅଛନ୍ତି। ଏହା ଚଳିତବର୍ଷ ଶେଷ ଆଡ଼କୁ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ପ୍ରଥମ ଅଭିନୟ

ମୁମ୍ବାଇ: ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍‌ରେ ଥିବାବେଳେ ତାଙ୍କ...

ରିୟା, ମିରାଣ୍ଡାଙ୍କ ଘରେ ଏନ୍‌ସିବି ଟିମ୍‌ର ଚଢ଼ାଉ: ଜବତ କରିନେଲେ..

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ଲାଗିଛି। ଗୋଟିଏ ପଟେ ସିବିଆଇ ତଦନ୍ତ ଭାର ନେଇଥିବା...

ବଲିଉଡ୍‌ରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ ନବାଗତା। ସେ ହେଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଶନୟା ସୋସିଆଲ...

ବାଜିବଲୋ ସାହାନାଇ

ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ...

ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନସ ରସିଦଙ୍କ ଘରେ ଏବେ ଖୁସି ଖେଳିଯାଇଛି। କାରଣ ଅନସ ଏବେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏ...

ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍‌ ଦେବେ ପବନଦୀପ-ଅରୁଣିତା

ଟିଭି ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦୀପ ରାଜନ ଏବଂ ଶୋ’ର ପ୍ରଥମ ରନର୍‌ ଅପ ଅରୁଣିତା କାଞ୍ଜିଲାଲ ଏବେ ପୁଣି ଚର୍ଚ୍ଚାରେ।...

କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା

ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍‌ ବି। ଏହି ଦିନଟକୁ ଆହୁରୀ...

ସମ୍ପତ୍ତି ପରେ ଇଡି ଜବତ କଲା ପାସପୋର୍ଟ

ବମ୍ବେ: ଦିନକୁ ଦିନ ବଢ଼ୁଛି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସଙ୍କ ଅଡୁଆ। ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।...

Advertisement
Archives

Model This Week