ନୂଆଦିଲ୍ଲୀ,୩୦-୭: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ଇଣ୍ଡିଆନ ଅଏଲ କର୍ପୋରେଶନର ଚେୟାରମ୍ୟାନ୍ ସଞ୍ଜୀବ ସିଂ ଓ ଓଏନ୍ଜିସି ପ୍ରମୁଖ ଶଶି ଶଙ୍କର ସାମିଲ ହୋଇଛନ୍ତି। ସିଇଓ ଓ୍ବାଲର୍ଡ ମାଗାଜିନ୍ ପକ୍ଷରୁ ଚଳିତ ବର୍ଷ ଲାଗି ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ସିଇଓଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୦ ଭାରତୀୟ ସିଇଓ ସ୍ଥାନ ପାଇଛନ୍ତି। ଆର୍ସେଲର ମିତ୍ତଲ ଚେୟାରମ୍ୟାନ ତଥା ସିଇଓ ଲକ୍ଷ୍ମୀ ନିବାସ ମିତ୍ତଲ ତୃତୀୟ ସ୍ଥାନ ସହ ଭାରତୀୟଙ୍କ ମଧ୍ୟରେ ସବା ଉପରେ ରହିଛନ୍ତି। ତେବେ ତାଙ୍କ କମ୍ପାନୀକୁ ଲକ୍ଜମବର୍ଗର କମ୍ପାନୀ ଭାବେ ଦର୍ଶାଯାଇଛି। ୧୨୧ ଜଣ ସିଇଓଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସିଏମ୍ଡି ମୁକେଶ ଅମ୍ବାନୀ ୪୯ତମ, ଆଇଓସି ମୁଖ୍ୟ ସିଂ ୬୯ତମ ଓ ଓଏନ୍ଜିସି ସିଏମ୍ଡି ଶଶି ଶଙ୍କର ୭୭ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ସିଇଓମାନେ ହେଲେ ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର(୮୩ତମ), ଟାଟା ମୋଟର୍ସ ସିଇଓ ଗୁଏଣ୍ଟର ବଟଶେକ୍(୮୯ତମ), ବିପିସିଏଲ୍ ସିଏମ୍ଡି ଡି.ରାଜକୁମାର(୯୪ତମ), ରାଜେଶ ଏକ୍ସପୋଟର୍ସ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ରାଜେଶ ମେହଟ୍ଟା(୯୯ତମ) ରହିଛନ୍ତି। ସେହିପରି ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ ଓ ଓ୍ବିପ୍ରୋ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜେଡ୍ ନିମଚଓ୍ବାଲା ଯୁଗ୍ମ ଭାବେ ୧୧୮ତମ ସ୍ଥାନରେ ରହିଛନ୍ତି। ମାଗାଜିନ୍ ପକ୍ଷରୁ କୁହାଯାଇଛି ଯେ, ଓ୍ବାଲମାର୍ଟ ସିଇଓ ଡଗଲସ୍ ମ୍ୟାକମିଲନ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରୟାଲ ଡଚ୍ ସେଲ୍ର ବିଶ୍ୱ ମୁଖ୍ୟ କାର୍ଯ୍ୟନିର୍ବାହୀ ବେନ୍ ଭନ୍ ବୁଏଣ୍ଡର ରହିଛନ୍ତି।
ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ
ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...
ସିଗାରେଟ୍, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX
ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...
Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...
ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...
LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍କା!
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...
Archives


