ସର୍ଟଶର୍କିଟରୁ ଟ୍ରକ୍‌ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବଡ଼ବିଲ, ତା ୪.୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି-ବଡବିଲ ରାଜ୍ୟରାଜପଥର କାଠ ଡିପୋ ନିକଟରେ ଶୁକ୍ରବାର ସକାଳେ ଏକ ଚଳନ୍ତା ଟ୍ରକରେ ନିଆଁଲାଗି ସମ୍ମୁଖଭାଗ ଜଳିଯାଇଛି। ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ଟଣ୍ଟୋସ୍ଥିତ ଏକ ଖଣିରୁ ଲୁହାପଥର ବୋଝେଇକରି ଟ୍ରକ ଭଦ୍ରାସାହି-ବଡବିଲ ୧୦ ନଂ ରାଜ୍ୟରାଜପଥ ଦେଇ ମାଟକାମବେଡାସ୍ଥିତ ପ୍ଲାଣ୍ଟ ଅଭିମୁଖେ ଯାଉଥିଲା। କାଠ ଡିପୋ ନିକଟରେ ହଠାତ୍‌ ଟ୍ରକ୍‌ର ସମ୍ମୁଖଭାଗରେ ନିଆଁ ଲାଗିଯାଇଥିଲା। ଖବରପାଇ ବଡବିଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଟ୍ରକର ସମ୍ମୁଖଭାଗ ପୋଡିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ କୋର୍ଟଚାଲାଣ

ଶଙ୍କରାଖୋଲ,୧୫ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ଗତ ସେପ୍ଟେମ୍ବର ୨୯ ତାରିଖ ରାତିରେ ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କୁକୁଡ଼ା ବ୍ୟବସାୟୀ ସୀମାଞ୍ଚଳ ସାହୁଙ୍କ ଘରୁ...

ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଅଦାଲତର ବିଚାରପତି ପ୍ରଣତି ସାହା ଶନିବାର ଏକ ନାବାଳିକା ବଳାତ୍କାର ମାମଲାର...

ଅପେକ୍ଷାରେ ୫୦ ବର୍ଷ

ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.):  କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର...

ସରକାରୀ ଜାଗାରେ ବେଆଇନ ଘର ଭାଙ୍ଗିଲା ପ୍ରଶାସନ

ବାଲିଆପାଳ, ୧୨।୫(ସ୍ବ.ପ୍ର.):  ବାଲିଆପାଳ କଚୁଆପଡ଼ା ଗ୍ରାମର ଇଡ୍‌କୋ ଛକ ନିକଟ ସରକାରୀ ଜମିରେ ଶାବୁଦ୍ଦିନ ଶାହାଙ୍କ ବେଆଇନ ପକ୍କା ଘରକୁ ବୁଧବାର ଉଚ୍ଛେଦ କରି ପ୍ରଶାସନ ଜବରଦଖଲମୁକ୍ତ...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଫେରିଲା ଶୀତ: ୧୦ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୧୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ହେଲା ଶୀତ କମିଥିବାବେଳେ ଗୁରୁବାରଠାରୁ ପୁଣି ବୃଦ୍ଧି ପାଇଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ...

ଖରିଫ ଚାଷ ପାଇଁ ସାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୯ା୭:କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବାବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି।...

ଅଡିଟ୍‌ ପରେ ଗଞ୍ଜାମରେ ବଢୁଛି କରୋନା ମୃତ୍ୟୁସଂଖ୍ୟା

ଛତ୍ରପୁର,୮ା୭(ଡି.ଏନ): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ଥମୁନି। ଆଜି ଜିଲାରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଅଡିଟ୍‌ ପରେ ଏହି...

Advertisement
Archives

Model This Week