ସରିଲା ଲଗ୍ନଧରା,କନ୍ୟା ଘରକୁ ଗଲା ଚିଟାଉ

ତିହିଡ଼ି, ୨୮।୫(ଡି.ଏନ୍‌.ଏ.)- ଭଦ୍ରକ ଜିଲାରେ ଶୀତଳଷଷ୍ଠୀ ପର୍ବ ପାଳନ ସାଂସ୍କୃତିକ ଜୀନଧାରାରେ ଏକ ଅବିଚ୍ଛେଦ ଅଙ୍ଗ ପାଲଟିଛି। ଏହି ପର୍ବ ଲାଗି ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଜୋର ଧରିଛି। ତିହିଡ଼ର ପ୍ରସିଦ୍ଧ ବାବା ସ୍ବପ୍ନେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଆସନ୍ତା ୭ ତାରିଖ ଶୀତଳଷଷ୍ଠୀରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ସନ୍ଧ୍ୟାରେ ତିହିଡ଼ଗ୍ରାମ ସ୍ଥିତ ଦଧିବାମନ ଜୀଉ ମନ୍ଦିରରେ ଲଗ୍ନଧରା କାର୍ଯ୍ୟ ଯଥା ରୀତି ସମ୍ପନ୍ନ ହୋଇଛି। ଲକ୍ଷ୍ମୀଧର କର ଓ ଦେବଦତ୍ତ ଗ୍ରହାଚାର୍ଯ୍ୟ ପ୍ରମୁଖ ଲଗ୍ନଧରା କାର୍ଯ୍ୟ କରିଥିଲେ। ଲଗ୍ନଧରା ସରିବା ପରେ ବିଧି ଅନୁଯାୟୀ କନ୍ୟା ଘରୁ ଲଗ୍ନ ଚିଟାଉ ବର ଘରକୁ ପଠାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପାର୍ଥସାରଥୀ ନାୟକ, ପି. ହୃଷିକେଶ, ଶରତ କର, ରମାକାନ୍ତ ନାଥ, ବିଷ୍ଣୁ ଦାଶ, ଅଶୋକ କର, ଅଭିମନ୍ୟୁ ନାୟକ, ଜଗନ୍ନାଥ ବେହେରା, ଧନେଶ୍ୱର ବାରିକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ବରପିତା ଭାବେ ମିର୍ଜାପୁର ଗ୍ରାମର ଦେବେନ୍ଦ୍ର ନାଥ ଏବଂ କନ୍ୟା ପିତା ଭାବେ ହରିପୁର ଗ୍ରାମର ସାଧୁ ଚରଣ ନାଥଙ୍କୁ ଏଥର ମନୋନୀତ କରାଯାଇଛି। ବାବା ସ୍ବପ୍ନେଶ୍ୱର ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?