Posted inଜାତୀୟ

ସରକାର ଗଠନ ବିଳମ୍ବିତ

ମୁମ୍ବାଇ,୮-୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବିଳମ୍ବିତ ହୋଇଛି। ତ୍ରୟୋଦଶ ବିଧାନସଭା ଅବଧି ଶେଷ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଥିବାବେଳେ କେଉଁ ଦଳ ବା ମେଣ୍ଟ କ୍ଷମତାର ଡୋରି ଧରିବ ତାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ସମୟରେ ଭାଜପା ଜାଣିଶୁଣି ରାଷ୍ଟ୍ରପତି ଶାସନ ଜାରି ପାଇଁ ସ୍ଥିତି ସୃଷ୍ଟି କରୁଛି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି। ସେପଟେ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ସମ୍ଭାବ୍ୟ ସାମ୍ବିଧାନିକ ସଙ୍କଟ ପରିପ୍ରେକ୍ଷୀରେ ବିଳମ୍ବଜନିତ ଆଇନଗତ ଦିଗ ସମ୍ପର୍କରେ ଆଲୋଚନା କରିଛି।
ଗଠନ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। କେହି କାହାକୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନାରାଜ। ଶୁକ୍ରବାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ଦୁଇ ଦଳ ପକ୍ଷରୁ କରାଯାଇଛି ଶେଷ କସରତ। ଶିବସେନା ପକ୍ଷରୁ ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ କ୍ଷମତା ଦିଆଯାଇ ଏକ ସଂକଳ୍ପନାମା ଗୃହୀତ କରାଯାଇଛି। ଉଦ୍ଧବ କହିଛନ୍ତି, ଭାଜପା ଯଦି ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ଛାଡ଼ିବାକୁ ପ୍ରସ୍ତୁତ ତେବେ ଦଳର ମୁଖ୍ୟ ଅମିତ୍‌ ଶାହ ତାଙ୍କ ସହ ଆଲୋଚନା କରିବା ଉଚିତ। ଉଦ୍ଧବ ନିଜ ବାସଭବନରେ ଦଳୀୟ ବିଧାୟକମାନଙ୍କୁ ମନ୍ତ୍ରଣା ଦେବା ପରେ ସେମାନଙ୍କୁ ବାନ୍ଦ୍ରାର ଏକ ହୋଟେଲକୁ ନିଆଯାଇଛି। ସେପଟେ ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏବଂ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିଓ୍ବାର ଓ ଗିରୀଶ ମହାଜନ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଠନରେ ବିଳମ୍ବ ହୋଇଥିବା ଚନ୍ଦ୍ରକାନ୍ତ ସ୍ବୀକାର କରିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଦଳର ନେତାଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି। ଏନେଇ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟିଥିବା ଭାଜପା ନେତାମାନେ ସରକାର ଗଠନ ପାଇଁ ଦାବି କାହିଁକି ଜଣାଇଲେ ନାହିଁ। ସେମାନେ ଖାଲିହାତରେ କାହିଁକି ଫେରିଲେ। ଭାଜପା ସରକାର ଗଠନ ପ୍ରକ୍ରିୟାକୁ ବିଳମ୍ବିତ କରି ରାଷ୍ଟ୍ରପତି ଶାସନ ଜାରି ପାଇଁ ସ୍ଥିତି ସୃଷ୍ଟି କରୁଛି। ଭାଜପା ନିଜ ଅକ୍ଷମତା ଘୋଷଣା କଲେ ଶିବସେନା ପରବର୍ତ୍ତୀ ପଦକ୍ଷେପ ନେବ। ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ହେବେ। ଆମ ପାଖରେ ସଂଖ୍ୟାବଳ ଅଛି, ଯାହାକି ବିଧାନସଭାରେ ଜଣାପଡ଼ିବ ବୋଲି ରାଉତ୍‌ କହିଛନ୍ତି। ଏହା ପୂର୍ବରୁ ସରକାର ଗଠନ ପାଇଁ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ରାଉତ୍‌ ଏହାକୁ ଖଣ୍ଡନ କରିଥିଲେ। ଏହି ପ୍ରସଙ୍ଗରେ ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ସରକାର ଗଠନ ପ୍ରକ୍ରିୟା ସହ ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ ଯୋଡ଼ାଯିବା ଅନୁଚିତ। ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚାକୁ ଗଡ଼କରୀ ଖଣ୍ଡନ କରିବା ସହ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ଓ ଫଡ୍‌ନବିସ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ଇତିମଧ୍ୟରେ ରାଜ୍ୟର ଆଡ୍‌ଭୋକେଟ ଜେନେରାଲ ଆଶୁତୋଷ କୁମ୍ଭାକୋନି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri