ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍‌ ଲୋକ

ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍‌ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି ବୋଲି ନ୍ୟାଶନାଲ ସାମ୍ପଲ୍‌ ସର୍ଭେ(ଏନଏସ୍‌ଏସ୍‌) ସ୍ବାସ୍ଥ୍ୟ ସେବା ପକ୍ଷରୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦେଶର ୩୦.୧ ପ୍ରତିଶତ ଲୋକ ସରକାରୀ ହସ୍ପିଟାଲକୁ ଚିକିତ୍ସା ଲାଗି ଯାଇଥାନ୍ତି। ସେଥିମଧ୍ୟରେ ସହରାଞ୍ଚଳର ୨୬.୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୩୨.୫ ପ୍ରତିଶତ ଲୋକ ରହିଛନ୍ତି। ଅପରପକ୍ଷରେ ୪୨.୫ ପ୍ରତିଶତ ଲୋକ ଘରୋଇ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥାନ୍ତି। ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳର ୪୧.୪ ପ୍ରତିଶତ ଏବଂ ସହରାଞ୍ଚଳର ୪୪.୩ ପ୍ରତିଶତ ଲୋକ ରହିଛନ୍ତି। ସେହିପରି ୨୩.୩ ପ୍ରତିଶତ ଘରୋଇ ହସ୍ପିଟାଲକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ସହରାଞ୍ଚଳର ୨୭.୩ ପ୍ରତିଶତ ଜନସାଧାରଣ ଏବଂ ଗ୍ରାମାଞ୍ଚଳର ୨୦.୮ ପ୍ରତିଶତ ଲୋକ ରହିଛନ୍ତି। ସେହିପରି ୩ ପ୍ରତିଶତ ଲୋକ ଇନଫର୍ମାଲ ସ୍ବାସ୍ଥ୍ୟ ସେବା ଉପରେ ଭରସା କରିଥାନ୍ତି। ସେମାନଙ୍କ ମଧ୍ୟରେ ସହରାଞ୍ଚଳର ୦.୯ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୪.୩ ପ୍ରତିଶତ ଜନସଂଖ୍ୟା ରହିଛନ୍ତି। ୧.୧ ପ୍ରତିଶତ ଲୋକ ଚିକତ୍ସା ପାଇଁ ଦାତବ୍ୟ ଅନୁଷ୍ଠାନ ଅବା ସ୍ବେଚ୍ଛାସେବୀ ସଂଗଠନ ଉପରେ ଭରସା କରିଥାନ୍ତି। ଗ୍ରାମାଞ୍ଚଳରେ ଏଭଳି ଲୋକଙ୍କ ସଂଖ୍ୟା ୦.୯ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୧.୩ ପ୍ରତିଶତ ରହିଛି। ମୁଖ୍ୟତଃ ଗରିବଲୋକେ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ଚାହୁଁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ହସ୍ପିଟାଲକୁ ଯାଉଥିବା ଲୋକଙ୍କ ମଧ୍ୟରେ ତୁଳନାତ୍ମକ ପ୍ରାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ହରିୟାଣା ଆଦି ରାଜ୍ୟରେ ଏକ ପଞ୍ଚମାଂଶ ଲୋକ ସରକାରୀ ହସ୍ପିଟାଲକୁ ଯାଇଥାନ୍ତି। ବିହାରରେ ୧୮ ପ୍ରତିଶତ ଲୋକ ସରକାରୀ ହସ୍ପିଟାଲକୁ ପସନ୍ଦ କରୁଥିବାବେଳେ ୬୫ ପ୍ରତିଶତ ଘରୋଇ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥାନ୍ତି। ସେହିପରି ୧୧ ପ୍ରତିଶତ ଲୋକ ଇନଫର୍ମାଲ ସ୍ବାସ୍ଥ୍ୟ ସେବା ଉପରେ ଭରସା କରିଥାନ୍ତି। ଏଭଳି ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ବିପଦ୍‌ଜନକ ହୋଇଥିଲେ ମଧ୍ୟ ଗରିବ ଲୋକ ପାଖରେ ଟଙ୍କାରେ ଅଭାବ ଯୋଗୁ ବାଧ୍ୟ ହୋଇ ଏହାର ସାହାରା ନେଇଥାନ୍ତି। କୌଣସି ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ମୋଟ ହାରାହାରି ଖର୍ଚ୍ଚ ୩୪,୫୫୧ ଟଙ୍କା ଥିବାବେଳେ ମେଡିକାଲ ଖର୍ଚ୍ଚ ୩୧,୮୪୬ ଟଙ୍କା ରହିଛି। ଅପରପକ୍ଷରେ ଦାତବ୍ୟ ଅନୁଷ୍ଠାନରେ ମୋଟ ହାରାହାରି ଖର୍ଚ୍ଚର ପରିମାଣ ୨୭, ୩୪୬ ଥିବାବେଳେ ମେଡିକାଲ ଖର୍ଚ୍ଚ ୨୪,୪୫୪ ଟଙ୍କା ରହିଛି। ସେହିପରି ସରକାରୀ ହସ୍ପିଟାଲରେ ମୋଟ ହାରାହାରି ଖର୍ଚ୍ଚ ୬୦୫୦ ଟଙ୍କା ଥିବାବେଳେ ମେଡିକାଲ ଖର୍ଚ୍ଚର ପରିମାଣ ୪୪୫୨ ଟଙ୍କା ରହିଛି। ସରକାରୀ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ଅଭାବ ଏବଂ ଲମ୍ବା ଲାଇନ୍‌ରେ ଅଧିକ ସମୟ ଛିଡ଼ା ହେବାକୁ ପଡୁଥିବାରୁ ଲୋକେ ଏଠାକୁ ଆସିବାକୁ ପସନ୍ଦ କରି ନ ଥାନ୍ତି। କେତେକ ସରକାରୀ ହସ୍ପିଟାଲରେ ଆଧୁନିକ ଚିକିତ୍ସା ଉପକରଣ ନ ଥିବାରୁ ଲୋକ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲକୁ ପ୍ରାଧାନ୍ୟ ଦେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri