ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେ ଏବେ ନିଳୋକ ହରିହର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି। ଜନ୍ମରୁ କଥା କହିପାରୁ ନ ଥିବା ଏବଂ ସ୍ମୃତିଶକ୍ତି ହରାଇଥିବା ବର୍ଷାଙ୍କ ଭିନ୍ନକ୍ଷମ ପ୍ରମାଣପତ୍ରର ଆଇଡି ନମ୍ବର ଓଡି ୦୯୧୦୧୨୦୦୬୦୦୬୮୬୫୩। ଏହାର ଡେଟ୍‌ ଅଫ୍‌ ଇସ୍ୟୁ ୨୦୧୯ ଜାନୁୟାରୀ ୨୨ ତାରିଖ ଥିବା ବେଳେ ଭାଲିଡିଟି ଡେଟ୍‌ ୨୦୧୬ ନଭେମ୍ବର ୪ ଉଲ୍ଲେଖ ରହିଛି ା ଫଳରେ ଉକ୍ତ କାର୍ଡ କୌଣସି ସରକାରୀ ସହାୟତା କାର୍ଯ୍ୟରେ ଲାଗୁନାହିଁ ା ଏନେଇ ବର୍ଷାଙ୍କ ବାପା ଗତ ୧୪ ତାରିଖରେ ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ। ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ କୁହାଯାଇଥିଲା ା ସେଠାକୁ ସେ ଦୁଇ ଥର ଯାଇଥିଲେ ବି ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କ କାର୍ଡର କାର୍ଯ୍ୟକାଳ ପୂରି ଯାଇଥିବା କହି ଆଉ ଥରେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କହିଛନ୍ତି। ଅନ୍‌ଲାଇନରେ ଆବେଦନ କରିବା ପରେ ମାସକ ତଳେ ପାଇଥିବା କାର୍ଡର କାର୍ଯ୍ୟକାଳ ପୂରିଯିବା ଘଟଣାରେ ବର୍ଷାଙ୍କ ବାପା ସୁରେଶ ପ୍ରତିକ୍ରିୟା ପ୍ରକାଶ କରି ପ୍ରଶାସନ ତ୍ରୁଟି ସୁଧାରିବା ପରିବର୍ତ୍ତେ ତାଙ୍କ ଭଳି ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ଖଟୁଆଙ୍କୁ ପଚାରିବାରୁ କହିଛନ୍ତି, ଗୋଟିଏ କାର୍ଡର ଭାଲିଡିଟି ଅତିକମ୍‌ରେ ୩ ବର୍ଷ ରହିବା କଥା। ତେବେ ଏଥିରେ ତ୍ରୁଟି ହୋଇଛି। ଏହାକୁ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାସାହିରେ ଯୁବକଙ୍କୁ ହତ୍ୟା ଘଟଣା: ପୂର୍ବଶତ୍ରୁତାରୁ ଗଳା କାଟିଥିଲେ ପିଉସା

ପାଲଲହଡ଼ା, ୧୪ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତ ରାଧାସାହି ଗ୍ରାମରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ...

ପିଲାଙ୍କ କଳିରୁ ଗୋଷ୍ଠୀ ସଂଘର୍ଷ: ୮ ଆହତ

ରାୟଗଡ଼ା,୧୨ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରଠାରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୮ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ...

ନାବାଳିକା ବଳାତ୍କାର ମାମଲାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ଅଫିସ,୨୪।୯: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟରେ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ପରପାରିରେ ଶତାୟୁ ପଣ୍ଡିତ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ପଞ୍ଚାୟତ ଅଧୀନ ଫଗୁଣା ଗ୍ରାମର ଦିନବନ୍ଧୁ ଶତପଥୀ (୧୧୦)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ ଜଣେ...

ଅନୁଗୋଳରେ ଗଢ଼ାହେଲା କ୍ୟାମ୍ପସ୍‌ କମିଟି

ଅନୁଗୋଳ ଅଫିସ, ୨୬।୧୦: ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବା ବେଳେ ଚଳିତବର୍ଷ ବିଜୁ ଛାତ୍ର ଜନତା...

ଗଣେଶ ପୂଜା ଦିନ ଛତ୍ରପୁର ସବ୍‌ଡିଭିଜନରେ ୫୦ ହଜାର ଟପିବ କରୋନା ଟେଷ୍ଟ

ଛତ୍ରପୁର,୨୧।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ସର୍ବସଧାରଣ ସ୍ଥାନରେ ପାଳନ ହେବନି ଗଣେଷ ପୂଜ। ତେବେ ଛତ୍ରପୁର ସବ୍‌ଡିଭିଜନରେ ଲୋକେ ଘରେ ପୂଜା କରନ୍ତୁ ବୋଲି ରାଜ୍ୟ ସରକାରଙ୍କ...

କୋଠା ହେଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ

କଟକ ଅଫିସ, ୨୮।୧୨: କଟକ ସହରରେ କରୋନା ସଂକ୍ରମଣ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍‌ ଲଗାଯାଇପାରୁନାହିଁ। କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ନୂଆ ରାଉସାପାଟଣା ଅଞ୍ଚଳର...

କଲରାପତରିଆ ବାଘ ଚମଡ଼ା ଜବତ, ବାବା ଗିରଫ

ପରଜଙ୍ଗ,୨୪।୫(ଡି.ଏନ.ଏ.) : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ କୁଲେଇସ୍ଥିତ ବାବା ତାଳେଶ୍ୱର ଶିବମନ୍ଦିରରୁ ଗୁରୁବାର ବନ ବିଭାଗ ଏକ କଲରାପତିରିଆ...

Advertisement
Archives

Model This Week