ସରକାରୀ ଯୋଜନାରୁ ବଞ୍ଚିତ ନେଇ କ୍ଷୋଭ

ଗଣିଆ,୨୦ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ପଞ୍ଚୁପଲ୍ଲୀ ପ୍ରଗଣାସ୍ଥିତ ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରେ ରବିବାର ବ୍ଲକ ଶିବଶକ୍ତୀ ପୂଜକ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜର ନୟାଗଡ ଜିଲା ସଭାପତି ବିକ୍ରମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗଣିଆ, ଦଶପଲ୍ଲା, ନୂଆଗାଁ, ଖଣ୍ଡପଡା ଓ ଭାପୁର ବ୍ଲକର ଶତାଧିକ ପୂଜକ ଯୋଗଦେଇଥିଲେ। ଜିଲାସ୍ତରରେ ପୂଜକ ସମାଜର ଏକତ୍ରୀକରଣ ନେଇ ସଭାପତି ସମସ୍ତଙ୍କୁ ଆହ୍ବାନ କରିଥିଲେ। ପୂଜକ ସମାଜର ଜନସାଧାରଣ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଅନେକ ଅଭିଯୋଗ କରିଥିଲେ। ସେମାନେ ବିଭିନ୍ନ ମନ୍ଦିରରେ ପୂଜା କରୁଥିବା ବେଳେ ଠାକୁରଙ୍କ ନାମରେ ଥିବା ଜମିଗୁଡିକ କେବଳ ଚାଷ କରି ଚଳୁଛନ୍ତି। ନିଜ ନାମରେ ଜମି ପଟ୍ଟା ନ ଥିବାରୁ ପିଲାମାନଙ୍କ ପାଇଁ ଜାତିଗତ ପ୍ରମାଣପତ୍ର ପାଇଁ ବହୁ ହଇରାଣ ହେବାକୁ ପଡୁଛି। ସେହିପରି ଘରଡିହ ପଟ୍ଟା ନ ଥିବାରୁ ବହୁ ପୂଜକ ସରକାରଙ୍କ ଇନ୍ଦିରାଆବାସରୁ ବଞ୍ଚିତ ହେଉଥିବା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେବେ ଆଗାମୀ ଦିନରେ ପୂଜକ ସମାଜର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ସମାଜର ଜିଲା ସଭାପତି ସୂଚନା ଦେଇଛନ୍ତି। ଏହି ଅବସରରେ ସମାଜର ଜିଲା ସମ୍ପାଦକ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ ଶିବଶକ୍ତୀ ପୂଜକ ସମାଜର କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ସଭାପତି ଭାବେ ପ୍ରଶନ୍ନ କୁମାର ରଣା, ସମ୍ପାଦକ ଯଶୋବନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ବୀରେନ କୁମାର ରଣାଙ୍କ ସମେତ ୮ଜଣିଆ ପରିଚାଳନା କମିଟି ସଭ୍ୟଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଗୁପ୍ତେଶ୍ୱର ମହାଦେବ ମନ୍ଦିର ପୂଜକ ସମାଜ ପଞ୍ଚୁପଲ୍ଲୀ ପ୍ରଗଣାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଆନନ୍ଦ ଚନ୍ଦ୍ର ରଣା, ସମ୍ପାଦକ ଗଙ୍ଗାଧର ରଣାଙ୍କୁ ମନୋନୀତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri