![](https://www.dharitri.com/wp-content/uploads/2019/07/Doctor-Writing-Prescription.jpg)
ପୁରୀ ଅଫିସ,୧୫।୧୦ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କୁ ଜନୈକ ଡାକ୍ତର ଘରୋଇ କ୍ଲିନିକ୍ରେ ଚିକିତ୍ସା ଏବଂ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଗଣମାଧ୍ୟମରେ ଆଗରେ କହିଛନ୍ତି। ଏନେଇ ସିଡିଏମଓ ନୀଳକଣ୍ଠ ମିଶ୍ର କୁହିଛନ୍ତି, ଘଟଣାର ତଦ‘ କରାଯିବ। ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପୁରୀ ସଦର ଖଣ୍ଡିଆବନ୍ଧ ଗ୍ରାମର କୈଳାସ ପ୍ରଧାନଙ୍କ ସ୍ତ୍ରୀ ରୁବିନା ଗର୍ଭବତୀ ଅଛନ୍ତି। ମଙ୍ଗଳବାର ସକାଳେ ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କୈଳାସ ମେଡିକାଲକୁ ଆଣି ପ୍ରସୂତି ଓ ଶିଶୁଯତ୍ନ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡିକାଲରେ ଅଲଟ୍ରାସାଉଣ୍ଡ ମେସିନ ଖରାପ ଥିବା ଦର୍ଶାଇ ତାଙ୍କୁ ବାହାରେ କରିବାକୁ ପରାମର୍ଶ ଦେଇଥିଲେ। କୌଳାସଙ୍କ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଲଟ୍ରାସାଉଣ୍ଡ କରି ଆଣିଥିଲେ। ପରେ ରୁବିନାଙ୍କ ଦେହ ଭୀଷଣ ଖରାପ ରହିଥିବା ଏବଂ ଏଠାରେ କୌଣସି ସୁବିଧା ନାହିଁ, ଏକ ଘରୋଇ କ୍ଲିନିକ୍ ନେବା ଲାଗି ପରାମର୍ଶ ଦେଇଥିଲେ। ଏନେଇ ଏମସିଏଚରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସଂପୃକ୍ତ ରୋଗୀଙ୍କ ସମ୍ପର୍କୀୟ ସମେତ ଅନ୍ୟ ରୋଗୀମାନେ ଏହାର ବିରୋଧ କରିଥିଲେ। ଖବରପାଇ ଗଣମାଧ୍ୟମ ପହଞ୍ଚିବା ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ସୁବିଧା କରିଥିଲେ।