ସରକାରଙ୍କ କରୋନା ତଥ୍ୟରେ ଅମେଳ

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିଭଳି ଅନେକ ଆକ୍ରାନ୍ତ ମଧ୍ୟ ସୁସ୍ଥ ହେଉଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଉଛି। ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍‌ସାଇଟ୍‌, କୋଭିଡ୍‌-୧୯ ଡ୍ୟାସ୍‌ବୋର୍ଡ ସହ ଟୁଇଟର ହ୍ୟାଣ୍ଡେଲ୍‌ରେ କରୋନା ସଂକ୍ରାନ୍ତ ସମସ୍ତ ରିପୋର୍ଟ ଅପ୍‌ଡେଟ୍‌ କରାଯାଉଛି। ହେଲେ ଏବେ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ ଓ କୋଭିଡ୍‌-୧୯ ଡ୍ୟାସ୍‌ବୋର୍ଡରେ ଦିଆଯାଇଥିବା ତଥ୍ୟ ମଧ୍ୟରେ ତାଳମେଳ ରହୁ ନ ଥିବା ଦେଖାଯାଇଛି। ଶୁକ୍ରବାର ସରକାରୀ ପୋର୍ଟାଲଗୁଡ଼ିକରେ ନୂଆ ତଥ୍ୟ ପ୍ରଦାନ କରାଯାଇଥିଲା। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସମାନ ଥିଲେ ମଧ୍ୟ ଅନ୍ୟ କେତେକ ତଥ୍ୟରେ ଅମେଳ ରହିଥିଲା। ସ୍ବାସ୍ଥ୍ୟ ବିଭାଗ ପୋର୍ଟାଲରେ କଟକ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୬ ରହିଥିଲାବେଳେ ୨୪୩ ସୁସ୍ଥ ଓ ୧୨୨ଜଣ ସକ୍ରିୟ ରୋଗୀ ଥିବା ଉଲ୍ଲେଖ ଥିଲା। କିନ୍ତୁ କୋଭିଡ୍‌-୧୯ ଡ୍ୟାସ୍‌ବୋର୍ଡରେ ଦେଖିବାକୁ ମିଳିଥିଲା ଭିନ୍ନ ତଥ୍ୟ। ଏଥିରେ କଟକ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୨ ଉଲ୍ଲେଖ ରହିଥିଲାବେଳେ ୨୪୩ ସୁସ୍ଥ ଓ ୩୨୮ଜଣ ସକ୍ରିୟ ରୋଗୀ ରହିଥିବା ଦେଖିବାକୁ ମିଳିଥିଲା। ଏହି ଦୁଇ ସରକାରୀ ପୋର୍ଟାଲରେ ଭିନ୍ନ ତଥ୍ୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ନୂଆ ତଥ୍ୟ ଅନୁସାରେ, ଶେଷ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪୦ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଓ ୨୫ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚତ୍ଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୪୧ଜଣ ଥିବାବେଳେ ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦, ଖୋର୍ଦ୍ଧା ଓ ଯାଜପୁରରୁ ୮ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୭, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜ, ନବରଙ୍ଗପୁରରୁ ୩ଜଣ ଲେଖାଏ ଥିବାବେଳେ ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ୨ଜଣ ଲେଖାଏ, ଜଗତ୍‌ସିଂହପୁର, ଅନୁଗୋଳ, ମାଲକାନଗିରି, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ଏଥିସହିତ ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୧୧ଜଣ ଅମ୍ଫନ ଉଦ୍ଧାରକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ୨୦୬ଜଣ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି।
ସେପଟେ ଶୁକ୍ରବାର ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଟକରୁ ୪୩ଜଣ ଥିବାବେଳେ ଜଗତ୍‌ସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯, କଳାହାଣ୍ଡିରୁ ୭, ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏ ରହିଛନ୍ତି। ଏଥିସହିତ ବଲାଙ୍ଗୀର, ଝାରସୁଗୁଡ଼ା ଓ ନୟାଗଡ଼ରୁ ୨ଜଣ ଲେଖାଏ ଥିବାବେଳେ କୋରାପୁଟରୁ ଜଣେ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୨୯୭କୁ ବୃଦ୍ଧି ପାଇଛି। ସେହିଭଳି ରାଜ୍ୟରେ ୧୩୬୬ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଗଞ୍ଜାମ ଜିଲାରେ ସର୍ବାଧିକ ୧୪୯ଜଣ ସକ୍ରିୟ ରୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri