ସରକାରଙ୍କ ଆଇନକୁ ବେଖାତିର : ଦିନ ୧୧ଟା ପରେ ବି ଚାଲିଛି ନିର୍ମାଣ କାର୍ଯ୍ୟ

ଚମ୍ପୁଆ/ଯୋଡ଼ା, ୨୧ା୫(ଡି.ଏନ୍‌.ଏ.): ଦିନକୁ ଦିନ ତାପମାତ୍ରା ବଢ଼ି ୪୧ ଡିଗ୍ରୀ ଅତିକ୍ରମ କରିସାରିଲାଣି। ଗୁଳୁଗୁଳି ସାଙ୍ଗକୁ ଟାଣଖରା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ପାରଦ ବୃଦ୍ଧି ଓ ଅଂଶୁଘାତ ସମ୍ଭାବନାକୁ ଏଡ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାତ୍ର ଚମ୍ପୁଆ ଉପଖଣ୍ଡରେ ଏହି ଆଇନ ଶ୍ରମ ବିଭାଗର ଫାଇଲ ତଳେ ପଡିରିଛି। ଏପରି କି ବଡ଼ ବଡ଼ କମ୍ପାନୀ ଓ ସରକାରୀ ଟେଣ୍ଡର କାର୍ଯ୍ୟ ମଧ୍ୟ ବିନା ଦ୍ୱିଧାରେ କରାଯାଉଛି। ମାତ୍ର ସରକାରୀ ଆଇନକୁ ଆଖିଠାର ମାରି ୪୧ ଡିଗ୍ରୀ ତାପମାତ୍ରାରେ ଶ୍ରମିକମାନେ ନିର୍ମାଣ କାମ କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ପ୍ରତି ଶ୍ରମ ବିଭାଗର କୌଣସି ଅଙ୍କୁଶ ନାହିଁ। ଫଳରେ ଅର୍ଥ ପାଇଁ ଜୀବନକୁ ବାଜି ଲଗାଇ ସେମାନେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନା ଅନୁସାରେ, ଗାଁଠାରୁ ଆରମ୍ଭ କରି ସହରରେ ଦୈନିକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲୁଛି। ଏଥିପାଇଁ ଶ୍ରମିକମାନେ ବଙ୍ଗୀୟ ଠିକାଦାରଙ୍କ ମାଧ୍ୟମରେ ଖରାକୁ ଖାତିର ନ କରି କାର୍ଯ୍ୟ କରୁଛନ୍ତି। ୨ ଓ ୩ ମହଲା ଛାତଘର ନିର୍ମାଣରେ ଏମାନେ କାମ କରୁଥିଲେ ମଧ୍ୟ କୌଣସି ସୁରକ୍ଷା ସରଞ୍ଜାମ ବ୍ୟବହାର କରୁନାହାନ୍ତି। ଅନ୍ୟପକ୍ଷେ ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବଙ୍ଗୀୟ ଶ୍ରମିକଙ୍କ ଅପେକ୍ଷା କମ୍‌ ପାରିଶ୍ରମିକ ଦିଆଯାଉଛି। ସରକାରଙ୍କ ନିୟମ ଅନୁସାରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଶ୍ରମିକମାନେ ଏକପ୍ରକାର ଶୋଷଣର ଶିକାର ହେଉଛନ୍ତି। ଏ ନେଇ ଚମ୍ପୁଆ ଗ୍ରାମ୍ୟ ଶ୍ରମ ନିରୀକ୍ଷକ ପୁଷ୍ପା ମିଞ୍ଜଙ୍କୁ ପଚରାଯିବାରୁ କୌଣସି ଅଭିଯୋଗ ଆମ ପାଖରେ ପହଞ୍ଚିନାହିଁ। ମାତ୍ର ତୁରନ୍ତ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଇ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ଠିକାଦାର ଓ ଗୃହ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାସିଭାତକୁ କେନ୍ଦ୍ରକରି ଉତ୍ତେଜନା

ରୂପ୍‌ସା, ୨୭।୫ (ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଏଠାରେ ଆଶ୍ରୟ ନେଇଥିବା...

ସୁବର୍ଣ୍ଣରେଖା ନଦୀବନ୍ଧ ବିପଦସଙ୍କୁଳ

ଜଳେଶ୍ୱର, ୨୮।୯(ଡି.ଏନ.ଏ.)-ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ୩ଥର ବନ୍ୟାପାଣି ଆସି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୂତ କ୍ଷତି ଘଟିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧର...

ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣରେ ଅନିଶ୍ଚିତତା: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱର ସଦର ବ୍ଲକ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ କ୍ରିୟାନୁଷ୍ଠାନ କମିଟି...

ଘରେ ପଶି ଏସିଡ୍‌ ମାଡ଼ ମାମଲା: ୨ଜଣଙ୍କୁ ପଚରାଉଚରା, ଜଣେ ଅଟକ

ବାଲେଶ୍ୱର ଅଫିସ, ୨୨ା୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୀମପୁରା ଗ୍ରାମ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ମଙ୍ଗଳବାର ୨ଜଣ ଧରି ପଚରାଉଚରା କରୁଥିବା...

‘ହରିତ୍‌ ପୃଥିବୀ ନିର୍ମାଣ ଉପରେ ଗୁରୁତ୍ୱ’

ବାଲେଶ୍ୱର ଅଫିସ, ୧।୩ – ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ଜାତୀୟ ବିଜ୍ଞାନଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପୂର୍ବତନ...

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦।୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

କରୋନା କଟକଣା ବେଳେ ଚାଲିଛି ଜୁଆଖେଳ: ଧରାପଡିଲେ ୪

ରୂପ୍‌ସା, ୨୯।୩(ଡି.ଏନ.ଏ.)-କରୋନା କଟକଣା ସତ୍ତ୍ୱେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଛମନଖୁଣ୍ଟା ଅଞ୍ଚଳରେ ଗାଁ ପୋଖରୀ ହୁଡ଼ାରେ ଅବାଧରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଥିଲା।...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଜେଲ ଗଲେ ଅଭିଯୁକ୍ତ

ରୂପ୍‌ସା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଚ୍ଛମନଖୁଣ୍ଟା ଗ୍ରାମର ଅଭିଯୁକ୍ତ ମକରା ଦେହୁରୀଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି ା ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ...

Advertisement
Archives

Model This Week