ସରକାରଙ୍କଠାରୁ ସହଯୋଗ ଲୋଡ଼ିଲା ସିଆଇଆଇ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅର୍ଥନେତିକ ଗତିବିଧି ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିବା ଦରକାର ବୋଲି କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌ (ସିଆଇଆଇ) ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି।
ସିଆଇଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ରାଜୀବ କୁମାର ଏ ସମ୍ପର୍କିତ ଏ ସୁଚିନ୍ତିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ରଖିଛନ୍ତି। ରାଜ୍ୟର ଅଣସଙ୍ଗଠିତ ସ୍ତରରେ କାର୍ଯ୍ୟରତ ସଂସ୍ଥାଗୁଡ଼ିକର ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ଏହି କ୍ଷେତ୍ରରେ ସର୍ବନିମ୍ନସ୍ତରରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ସିଧାସଳଖ ଟଙ୍କା ପ୍ରଦାନ କରିବା ନେଇ କୁହାଯାଇଛି। ବିଭିନ୍ନ ଶିଳ୍ପସଂସ୍ଥାକୁ ବିଭିନ୍ନ ଋଣ ବାବଦକୁ ସବ୍‌ସିଡି, ସୁଧ ଛାଡ଼ ପାଇଁ ମଧ୍ୟ ସିଆଇଆଇ ଦାବି କରିଛି। ବିଭିନ୍ନ ସଂସ୍ଥାକୁ ଲକ୍‌ଡାଉନ ପରେ ବ୍ୟବସାୟିକ ବ୍ୟାଙ୍କ୍‌ଗୁଡ଼ିକ ପକ୍ଷରୁ ୱାର୍କିଂ କ୍ୟାପିଟାଲ ଯୋଗାଣ ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌କୁ ପ୍ରାଥମିକ ଗୁରୁତ୍ୱ ଦେବା, ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକୁ ମାସ୍କ ଏବଂ ଫେସ୍‌ କଭର ପ୍ରସ୍ତୁତି ନେଇ ପ୍ରୋତ୍ସାହିତ କରାଯାଉ। ଓର୍‌ମାସ୍‌ ସାହାଯ୍ୟରେ ଏହାର ବିକ୍ରି ପାଇଁ ପଦକ୍ଷେପ ନିଆଯାଉ। ଏସ୍‌ଏଚ୍‌ଜି ଦ୍ୱାରା ଫିନାଇଲ୍‌ ଏବଂ ହ୍ୟାଣ୍ଡୱାଶ ଭଳି ଉତ୍ପାଦ ପ୍ରସ୍ତୁତି କରି ବଜାରକୁ ଛଡାଯିବା ନେଇ ପ୍ରସ୍ତାବ ରହିଛି। କୌଣସି ଉତ୍ପାଦ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଦେଶବ୍ୟାପୀ ଯୋଗାଣରେ ସିଆଇଆଇ ସହାୟତା କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହିସବୁ ବ୍ୟାପାର ସମୟରେ ବିଭିନ୍ନ ଆନ୍ତଃରାଜ୍ୟ ସୀମାରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏଥିସହିତ କ୍ଷେତ୍ରସ୍ତରରେ ପୋଲିସ କର୍ମଚାରୀଙ୍କ ସହଯୋଗ ନେଇ ସିଆଇଆଇ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦ (ବ୍ୟୁରୋ): ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି...

କରୋନା ଯୋଦ୍ଧା, ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ। ଏନେଇ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି,...

କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ପାଇଁ ଗଠନ ହେଲା ତିନିଜଣିଆ କମିଟି

ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ମୁତୟନ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଗୁରୁବାର ତିନି ଜଣିଆ କମିଟି ଗଠନ କରାଯାଇଛି। ରାଜ୍ୟ...

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ...

୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ।...

ବିଏମ୍‌ସି ନୂଆ ବିଲ୍ଡିଂ, ଓ-ହବ୍‌ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ସତ୍ୟନଗରଠାରେ ନିର୍ମାଣାଧୀନ ବିଏମ୍‌ସିର ନୂଆ ବିଲ୍ଡିଂ ଏବଂ ଓ-ହବ୍‌ ପରିଦର୍ଶନ କରିଛନ୍ତି।...

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ନ ସରୁଣୁ ରାଜନୈତିକ ବୟାନବାଜି ଠିକ୍‌ ନୁହେଁ କହିଲେ ସସ୍ମିତ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ଏହି ମାମଲା...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

Advertisement
Archives

Model This Week