ସମୟ ବଦଳିଗଲାଣି

ଡ. ସନ୍ତୋଷ କୁମାର ମହାପାତ୍ର

ଗତ କିଛି ବର୍ଷରେ ପରିସ୍ଥିତି ବଦଳିଗଲାଣି। ମଣିଷ ଅଧିକ ସ୍ବାର୍ଥପର ହୋଇଗଲାଣି। ଶାସକ ଶ୍ରେଣୀର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲାଣି। ବେକାରି, ଦାରିଦ୍ର୍ୟ, ବୈଷମ୍ୟ, ଦରଦାମ ବୃଦ୍ଧି ସମସ୍ୟାର ସମାଧାନ କରିବା ତଥା ଶିକ୍ଷା ଓ ସ୍ବାସ୍ଥ୍ୟ ସହଜରେ କିପରି ଲୋକଙ୍କୁ ପ୍ରାପ୍ତ ହେବ, ସେ କଥା ଆଲୋଚନା କରିବାକୁ କାହାର ସମୟ ନାହିଁ। ଗଣମାଧ୍ୟମ ଧନୀ, କ୍ଷମତାଶାଳୀଙ୍କ ସ୍ବାର୍ଥ ପାଇଁ ବେଶି କାର୍ଯ୍ୟ କରୁଛି। ଅନ୍ୟର ଦୁଃଖ ବୁଝିବାକୁ ଥିଲାବାଲାଙ୍କ ସମୟ ନାହିଁ। ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି।
କିଏ ଏଠି ଟଙ୍କାର ପାହାଡ଼ ଉପରେ ବସିଛି ତ କିଏ ଏଠି ଦିନରାତି ଖଟିକି ବି ନିଜର ଏବଂ ପରିବାରର ଅଭାବ ପୂରଣ କରିପାରୁନି। ପ୍ରତିଦିନ କିଏ ଦୁର୍ଘଟଣାରେ ମରୁଛି ତ କିଏ ରୋଗରେ ମରୁଛି। ଆଉ କେଉଁଠି ଗୋଟିଏ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଉଛି। ପଇସା ଅଭାବରୁ ଅଧାରୁ କିଏ ପାଠପଢ଼ା ବନ୍ଦ କରୁଛି ତ କେଉଁଠି ମା’ ଅଭାବରେ ଛୁଆକୁ ବିକିଲାଣି। ବୃଦ୍ଧ ବା ବୃଦ୍ଧା ଅବସ୍ଥାରେ ଆଜି ଅଧିକାଂଶ ଅବହେଳିତ। ଗରିବ ଦୂଷିତ ପରିବେଶରେ କଷ୍ଟରେ ଜୀବନ କାଟୁଛନ୍ତି। କୋଟି କୋଟି ବେକାରି, ଅସହାୟ ଜୀବନ ବିତାଉଛନ୍ତି। କରୋନା ମହାମାରୀ ସମୟରେ ଜୀବନ କେତେ ଅନିଶ୍ଚିତ ତାହା ସମସ୍ତେ ଅନୁଭବ କରିଛନ୍ତି। ଧନୀମାନେ ଖାଦ୍ୟ ନଷ୍ଟ କଲାବେଳେ ବା ଆବଶ୍ୟକତା ଠାରୁ ଅଧିକ ଖାଇ ରୋଗରେ ପଡ଼ିଲାବେଳେ ଅନେକଙ୍କୁ ମୁଠାଏ ଭାତ ପାଇଁ ଅହରହ ସଂଗ୍ରାମ କରିବାକୁ ପଡୁଛି। ଦରଦାମ ଅତ୍ୟନ୍ତ ଭୟଙ୍କର, ପନିପରିବା ମୂଲ୍ୟ ଆକାଶଛୁଅଁା। ଗରିବଙ୍କ ପାଇଁ କିଣିବା ସମ୍ଭବ ନୁହେଁ। ପୁଷ୍ଟିହୀନତା ଏବଂ ଦାରିଦ୍ର୍ୟର ଏକ ଭୟଙ୍କର ଚକ୍ରରେ ଅନେକ ଭାରତୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଦାରିଦ୍ର୍ୟ ପୁଷ୍ଟିହୀନତାର କାରଣ ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ ଦାରିଦ୍ର୍ୟକୁ ବୃଦ୍ଧି କରିଥାଏ। ପରିସ୍ଥିତି ଏତେ ଭୟଙ୍କର ଯେ, ପ୍ରତି ଚାରିଜଣ ଭାରତୀୟଙ୍କ ମଧ୍ୟରୁ ତିନିଜଣ ସୁସ୍ଥ ଖାଦ୍ୟ ପାଇବାରୁ ବଞ୍ଚତ୍ତ। ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥା ଅନୁଯାୟୀ ବିଶ୍ବରେ ୪୨.୧% ଲୋକ ସୁସ୍ଥ ଖାଦ୍ୟ ପାଇବାରୁ ବଞ୍ଚତ୍ତ ହୋଇଥିଲାବେଳେ ଭାରତରେ ଏହା ମୋଟ ଜନସଂଖ୍ୟାର ୭୪.୧%। ଭାରତରେ ଦାରିଦ୍ର୍ୟ ନାହିଁ ବୋଲି ପ୍ରଚାର କରାଯାଉଛି। ବିଶ୍ୱ ବ୍ୟାଙ୍କ ଅନ୍ତର୍ଜାତୀୟ ଦାରିଦ୍ର୍ୟ ରେଖା (ପ୍ରତି ଦିନ କ୍ରୟ ଶକ୍ତି ସମତା $୨.୧୫), ଅନୁସାରେ ୨୦୨୧ରେ ୧୧.୯% ଭାରତୀୟ ଚରମ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। କିନ୍ତୁ ନିମ୍ନ ମଧ୍ୟ ଆୟକାରୀ ରାଷ୍ଟ୍ରମାନଙ୍କ ଦାରିଦ୍ର୍ୟ ରେଖା (ପ୍ରତି ଦିନ କ୍ରୟ ଶକ୍ତି ସମତା $୩.୬୫), ଦୃଷ୍ଟିରୁ ବିଚାର କଲେ ୪୦%ରୁ ଊଦ୍ଧର୍‌ବ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।
୨୦୨୪ର ୱାର୍ଲ୍‌ଡ ଇନ୍‌ଇକ୍ବାଲିଟି ଲ୍ୟାବ୍‌ ରିପୋର୍ଟ ଅନୁସାରେ ଭାରତର ସର୍ବୋଚ୍ଚ ୧%ଙ୍କ ଆୟ ଜାତୀୟ ଆୟର ଅଂଶରେ ବିଶ୍ବରେ ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ଆୟ ବୈଷମ୍ୟ ବ୍ରିଟିଶ ସମୟଠାରୁ ଅଧିକ। ୨୦୦୦ରେ ଭାରତର ୧% ବା ଧନୀଙ୍କ ପାଖରେ ଜାତୀୟ ଆୟର ୧୫.୧% ଥିଲାବେଳେ ୨୦୨୨-୨୩ରେ ଏହା ୨୨.୬%କୁ ବୃଦ୍ଧି ପାଇଛି, ଯାହା ୧୯୨୨ ପରେ ସର୍ବାଧିକ। ସମ୍ପଦ ଦୃଷ୍ଟିରୁ ୨୦୦୨ରେ ଭାରତର ୧% ବା ଧନୀଙ୍କ ପାଖରେ ଜାତୀୟ ସମ୍ପଦର ୨୫.୪% ଥିଲାବେଳେ ୨୦୨୨-୨୩ରେ ଏହା ୪୦.୧% ବୃଦ୍ଧି ପାଇଛି। ଏହି ବୈଷମ୍ୟ ୧୯୬୧ ପରଠାରୁ ସର୍ବାଧିକ। ଭାରତରେ ସମୁଦାୟ ବିଲିୟନେୟାରଙ୍କ ସଂଖ୍ୟା ୧୯୯୧ରେ ୧ ଥିଲାବେଳେ ୨୦୨୪ରେ ୨୦୦କୁ ବୃଦ୍ଧି ପାଇଛି।
ବାସ୍ତବରେ ମଣିଷ ମନରେ କ’ଣ ଥାଏ, ପ୍ରତିମୁହୂର୍ତ୍ତରେ କ’ଣ ଭାବୁଥାଏ, କିଏ କେଉଁ ପରିସ୍ଥିତିରେ କିପରି ବ୍ୟବହାର କରିବ, ତାହା ଜାଣିବା କଷ୍ଟକର। ମଣିଷ ପ୍ରାଚୁର୍ଯ୍ୟ ଭିତରେ ଥିଲାବେଳେ ତାହାଠାରୁ କିଏ କେତେ ଅଧିକ ଦୁଃଖରେ ଅଛି, ବିଭିନ୍ନ ସମସ୍ୟାରେ ଅଛି ତାହା ଭାବେ ନାହିଁ, ବରଂ ତାହାଠାରୁ କିଏ ଅଧିକ ଉନ୍ନତ ସ୍ଥିତିରେ ଅଛି ତାହା ଭାବିଥାଏ ଏବଂ ଦୁଃଖ ପାଇଥାଏ। ଏଣୁ ଯେଉଁମାନେ ଅତ୍ୟନ୍ତ ଆନନ୍ଦ ଜୀବନ ବିତାଉଛନ୍ତି, ସେମାନେ କ୍ୱଚିତ ସମାଜର ଗରିବ ଓ ଅବହେଳିତ ଶ୍ରେଣୀର ଲୋକଙ୍କର ଦୁଃଖ ବୁଝିପାରନ୍ତି । ସମସ୍ତେ ଜାଣିଛନ୍ତି ଜୀବନରେ ମୃତ୍ୟୁ ଧ୍ରୁବ ସତ୍ୟ, ତଥାପି ମଣିଷ କ୍ଷମତା ଓ ଅର୍ଥଲୋଭର ବଶବର୍ତ୍ତୀ ହୋଇ ଅନେକ ସମୟରେ ଭୁଲିଯାଏଯେ ମୃତ୍ୟୁତାକୁ ମଧ୍ୟ ଦିନେ ସ୍ପର୍ଶ କରିବ। ଧନୀ, କ୍ଷମତାଶାଳୀ, ଉଦ୍ୟୋଗପତି, ନିବେଶକ ଭୁଲିଯାଆନ୍ତି ଯେ ତାଙ୍କର ଦୟା, ବଦାନ୍ୟତା, ସହାନୁଭୂତି କୋଟି ଲୋକଙ୍କ ଜୀବନରେ ଟିକେ ହସ ଫୁଟାଇପାରିବ।
ଆଜିର ମାନବ ସଭ୍ୟତାର ଦ୍ରୁତ ଅଭିବୃଦ୍ଧି ସତ୍ତ୍ୱେ ମଣିଷ ଆଗ ଅପେକ୍ଷା ବେଶି ଅହଙ୍କାରୀ, ଲୋଭୀ, ଗର୍ବୀ, ପ୍ରତିହିଂସା ପରାୟଣ, ସମ୍ବେଦନହୀନ ହୋଇଛି ଓ କ୍ଷମତା ଓ ଅର୍ଥ ପଛରେ ବେଶି ଧାଇଁଛି। ପୁନଶ୍ଚ ମଣିଷ ଯେତେବେଳେ ଅଧିକ କ୍ଷମତାଶାଳୀ ଓ ବିତ୍ତଶାଳୀ ହୁଏ, ସେ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କଠାରୁ ଦୂରେଇଯାଏ।
କେବଳ ସେତିକି ନୁହେଁ, କ୍ୱଚିତ ଲୋକ କ୍ଷମତାର ସଦୁପଯୋଗ କରିଥାନ୍ତି ଓ କ୍ଷମତା ଥାଇ ମଧ୍ୟ ସେମାନଙ୍କୁ ଅହଂକାର ସ୍ପର୍ଶ କରିନଥାଏ। ପୁନଶ୍ଚ ମଣିଷ ଯେତେବେଳେ କ୍ଷମତା ପଛରେ ଧାଏଁ ବା କ୍ଷମତା ହାସଲ ବଜାୟ ରଖିବା ଜୀବନର ପ୍ରମୁଖ ଲକ୍ଷ୍ୟ ହୁଏ, ସେତେବେଳେ ସେ ଅସହିଷ୍ଣୁ, ଅହଙ୍କାରୀ, ସମ୍ବେଦନହୀନ ଓ ପ୍ରତିହିଂସା ପରାୟଣ ହୋଇଯାଏ। ଦେଶର କୋଟି କୋଟି ଜନତା କିପରି ଦୁଃଖରେ ଅଛନ୍ତି ତାହା ଭୁଲିଯାଏ। ଗତ ଲୋକ ସଭା ନିର୍ବାଚନରେ (ଓଡ଼ିଶାରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନରେ), ରାଜନେତାଙ୍କ (ସବୁ ନୁହେଁ) କ୍ଷମତାର ମୋହ ଦେଖିବାକୁ ମିଳିଥିଲା। ସେବା ନୁହେଁ, କ୍ଷମତା ପାଇଁ ଉଗ୍ର ପ୍ରଚାର, ରୋଡ଼ ଶୋ, ରାଲି, ପ୍ରତିଦ୍ୱନ୍ଦ୍ୱୀ ବିରୋଧରେ କୁତ୍ସାରଟନା, ହିଂସା, କୋଟି କୋଟି କଳାଟଙ୍କାର ଅପବ୍ୟୟ ଏତେମାତ୍ରାରେ ଦେଖିବାକୁ ମିଳିଥିଲା ଯେ ଜଣେ ଗଣତନ୍ତ୍ରପ୍ରେମୀ, ଚିନ୍ତକ, ମାନବବାଦୀ, ଦେଶପ୍ରେମୀ ଅତ୍ୟନ୍ତ ଦୁଃଖ ଓ କଷ୍ଟ ପାଇଛନ୍ତି। ଯେଉଁମାନେ ଜୀବନକୁ ଉତ୍ସର୍ଗ କରି, ବଳିଦାନ ଦେଇ ଭାରତକୁ ସ୍ବାଧୀନ କରିଥିଲେ, ସେମାନେ ଟଙ୍କା କ୍ଷମତା ପାଇଁ କ’ଣ ଏପରି ଲଢ଼େଇ ହେବ ବୋଲି ଭାବିଥିଲେ? ସ୍ବାଧୀନତାର ମୁଖ୍ୟ ଲକ୍ଷ୍ୟଠାରୁ ଆଜି ଆମର ଅନେକ ନେତା ଦୂରେଇ ଯାଇଛନ୍ତି। ଆଜି ରାଜନୀତି ଏକ ଭଲ ନିବେଶ ବା ଉଦ୍ୟୋଗୀ କାର୍ଯ୍ୟକଳାପ ହୋଇଛି।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri