ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତିନି ସୋନମ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ କପୁର ବେଶ୍‌ କିଛି ଦିନ ହେବ ବଡ ପରଦାରେ ଦେଖାଯାଇ ନାହାଁନ୍ତି। ହେଲେ ନିକଟରେ ସେ ଏକ ସାକ୍ଷାତ୍‌କାର ମାଧ୍ୟମରେ ତାଙ୍କ ଅପକମିଙ୍ଗ ଫିଲ୍ମ ଓ ପର୍ସନାଲ ଲାଇଫକୁ ନେଇ ମନଖୋଲି କଥା ହୋଇଛନ୍ତି। ସୋନମଙ୍କ ମତରେ ସେ ନିଜ କାମ ଓ ତାଙ୍କ ସ୍ବାମୀଙ୍କ କାମ ପାଇଁ ୩ଟି ସହରରେ ରହୁଛନ୍ତି। ତେଣୁ ଏହାକୁ ନେଇ ସେ ଟାଇମ୍‌ ମ୍ୟାନେଜମେଣ୍ଟ କରିଥାଆନ୍ତି ଆଉ ସମୟକୁ ସେ କେବେବି ନଷ୍ଟ ହେବାକୁ ଦିଅନ୍ତି ନାହିଁ। ଅବଶ୍ୟ ଏସବୁ କଥା ସେ ତାଙ୍କ ସ୍ବାମୀଙ୍କଠାରୁ ଶିଖିଛନ୍ତି ବୋଲି କୁହନ୍ତି। ନିକଟରେ ସେ ଛୁଟି କାଟିବାକୁ ବିଦେଶ ଯାଇଥିବା ବେଳେ ତାଙ୍କ ଫୋନ୍‌ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। କାରଣ ସେ ବର୍ତ୍ତମାନରେ ବଞ୍ଚିବାକୁ ଓ ସବୁ ମୁହୂର୍ତ୍ତକୁ ଏନଜୟ କରିବାକୁ ପସନ୍ଦ କରନ୍ତି। ଓ୍ବେବ ସିରିଜ୍‌ କାମ କରିବାକୁ ନେଇ ତାଙ୍କୁ ଯେଉଁ ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତରରେ ସେ କହିଥିଲେ ଭଲ କାହାଣୀ ମିଳିଲେ ସେ ଓ୍ବେବ ସିରିଜରେ କାମ କରିବାରେ କୌଣସି ଅସୁବିଧା ନାହିଁ। ଆଉ ସୁବିଧା ମିଳିଲେ ସେ ଅର୍ଜୁନ କପୁର ଓ ଜାହ୍ନବୀ କପୁରଙ୍କ ସହ କାମ କରିବାରେ ଆନନ୍ଦ ଅନୁଭବ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ...

ସଲମାନ୍‌ଙ୍କ ଓ୍ବାର୍କଆଉଟ୍‌ ଫଟୋ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ, କହିଲେ ଏଭଳି କିଛି

ବମ୍ବେ: ନିଜର ଫିଟ୍‌ନେସ୍‌କୁ ନେଇ ଦବଙ୍ଗ ଖାନ୍‌ ସଲମାନ୍‌ ବେଶ ଯତ୍ନବାନ। ପ୍ରଶଂସକମାନଙ୍କୁ ମଧ୍ୟ ସେ ଫିଟ୍‌ ରହିବାକୁ ପ୍ରେରଣା ଦିଅନ୍ତି। ସେ ସୋସିଆଲ ମିଡିଆରେ...

ଜୁଲାଇ ୧୭ରୁ ‘ମୁମ୍ବାଇ ସାଗା’ର ଶୁଟିଂ ଆରମ୍ଭ

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଏହାର ପ୍ରଭାବରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସମସ୍ତ ଶୁଟିଂ ବନ୍ଦ ରହିଛି। ଏବେ ମହାରାଷ୍ଟ୍ର...

ବାପାଙ୍କ ସର୍ତ୍ତରେ ପ୍ରେମିକା ଜୟାଙ୍କୁ ହଠାତ୍‌ ବିବାହ କରିଥିଲେ ବିଗ୍‌ ବି

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ...

ଜାନୁୟାରୀରେ ରିଲିଜ୍‌ ହେବ ମଲାଲାଙ୍କ ବାୟୋପିକ୍‌

ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍‌ ‘ଗୁଲ୍‌ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍‌ ଡେଟ୍‌। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍‌...

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ...

ଦର୍ଶକଙ୍କ ମନକୁ ଛୁଇଁଲା ‘ବାଲା’

ମୁମ୍ବାଇ: ବଲିଉଡ୍‌ ମୁଭି ବାଲା ପ୍ରଥମ ଦିନରେ ହିଁ କମାଲ୍‌ କରିଛି। ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ...

Play 250+ Trending Games
Archives

Model This Week

Why Dharitri