ସମ୍ମାନିତ ହେଲେ ସଫେଇ କର୍ମଚାରୀ

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ଭୟରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ସଫେଇ କର୍ମଚାରୀମାନେ ଲୋକମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଉଛନ୍ତି। ପାରାଦୀପ ପୌରାଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିଦିନ ସାନିଟାଇଜ୍‌ ସ୍ପ୍ରେ କରିବା ସହ ସଫେଇ କାମ କରୁଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ସ୍ଥାନୀୟ ମଧୁବନସ୍ଥିତ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗାନ୍ଧୀମୂର୍ତ୍ତି ପାଖରେ ସଫେଇ କର୍ମଚାରୀମାନଙ୍କୁ ଫୁଲହାର ଓ ଗାମୁଛା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର୍‌, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା, ସଂଖ୍ୟା ୭କୁ ବୃଦ୍ଧି

ଭବାନୀପାଟଣା,୨୧।୨(ଡି.ଏନ୍‌.ଏ,): କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଘଟଣାରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଘୁଷୁରିଗୁଡ଼ି ନାଳ ନିକଟରୁ ଆଉ ଏକ ହାତୀର ମୃତଦେହ ଠାବ...

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର କାୟାକଳ୍ପ ଟିମ୍‌ର ୩ ଜଣିଆ ସଦସ୍ୟ ପରିଦର୍ଶନ କରିଛନ୍ତି। ସେମାନେ ମେଡିକାଲର ବିଭିନ୍ନ...

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ଆଳି, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ପ୍ରାୟ ୮ଟାରେ ଦୁଇ ଶିଶୁ...

ପୁରୀ ବେଳାଭୂମିରେ ବୃହତ୍‌ ଥ୍ରୀଡି ବାଲୁକା ସାନ୍ତା କ୍ଲଜ: ଗୋ ଗ୍ରୀନ୍‌ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ

ପୁରୀ ଅଫିସ, ୨୪ା୧୨: ପବିତ୍ର ବଡ଼ଦିନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି...

ଜନତା କର୍ଫ୍ୟୁ : ଚାରିଆଡ଼େ ଖାଁ ଖାଁ ପରିବେଶ

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୧୧୦ଟି ଗ୍ରାମର ଲୋକେ ରବିବାର ସକାଳ ୭ଟାରୁ କେନ୍ଦ୍ର ସରକାରଙ୍କ ଜନତା କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ...

ନେତାଙ୍କ ଟଙ୍କା, ମୁହଁ ଖୋଲିବାକୁ ଭୟ

ସମ୍ବଲପୁର,୧୦ା୪(ବ୍ୟୁରୋ): ଦେବଗଡ ଜିଲାରେ ଘଟିଥିବା ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମରେ ପୋଲିସ ଟିମ୍‌ ଗତ ୬...

ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଆବର୍ଜନା ପରିଚାଳନା କେନ୍ଦ୍ରରେ ଶନିବାର ହଠାତ୍‌ ନିଆଁ ଲାଗିଯିବାରୁ ଆବର୍ଜନା ପୋଡ଼ିଯିବା ସହ ବିଦ୍ୟୁତ୍‌ତାର, କେବୁଲ...

ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା...

Advertisement
Archives

Model This Week