ସମ୍ମାନିତ ହେଲେ କରୋନା ଯୋଦ୍ଧା

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କାମାକ୍ଷାନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫର୍‌ ସ୍ମାଇଲ’ ପକ୍ଷରୁ ରବିବାର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବିଭାଗ, ପୋଲିସ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା କରି ଆସୁଛନ୍ତି। ସେମାନଙ୍କ ମନୋବଳ ବଢ଼ାଇବା ଲାଗି ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଉପଲକ୍ଷେ ପ୍ରାରମ୍ଭରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ରେକୁଳାର ହାଡ଼ଯୋଡ଼ା ବୈଦ୍ୟ, ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତର ପୁଣ୍ୟଶ୍ଳୋକ ପତି କହିଲେ, ଏପରି କାର୍ଯ୍ୟକ୍ରମ ଦ୍ୱାରା କର୍ମଚାରୀଙ୍କ ମନୋବଳ ବଢ଼ିବ। ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ସହ ଲକ୍‌ଡାଉନ୍‌ ନିୟମ ପାଳନ କଲେ କରୋନାକୁ ହରାଇବା ସମ୍ଭବ ବୋଲି ସେ ମତବକ୍ତ କରିଥିଲେ। ଅନୁଷ୍ଠାନର ସଭ୍ୟ ଶୁଭାଶିଷ ରାଉତ, ମଦନ ଚନ୍ଦ୍ର ବେହେରା, ଦେବୀଦତ୍ତ ମହାପାତ୍ର, ସନ୍ତୋଷ ରାଉତ, ହୃଷୀକେଶ ସାହୁ, ରଞ୍ଜନ ବେହେରା, ବିନୋଦ ମଲ୍ଲିକ, ରଞ୍ଜିତ ମଲ୍ଲିକ, ଅଜୟ ମଲ୍ଲିକ, ବିଶ୍ବମ୍ବର ସାହୁ, ଅଶୋକ ସାହୁ, ଶାନ୍ତନୁ ନାୟକ, ରାକେଶ ଦେହୁରୀ, ରୀତେଶ ବ୍ରହ୍ମା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ...

୨୦୦ଲିଟର ମଦ ଜବତ, ୨କୁଇଣ୍ଟାଲ ପୋଚ ନଷ୍ଟ

ସୋନପୁର,୨୨।୪(ନି.ପ୍ର.) – ଲକ୍‌ଡାଉନ୍‌ ସମୟରେ ସରକାରୀ ମଦ ଦୋକାନ(ଦେଶୀ ଓ ବିଦେଶୀ) ବନ୍ଦ ରହିଛି। ଏହା ସୁବର୍ଣ୍ଣପୁର ଜିଲାର ଚୋରା ମଦ ବ୍ୟବସାୟୀଙ୍କୁ ବେଶ୍‌ ସୁହାଉଛି...

ଆଲୋଚନା ପାଇଁ ସମୟ ମାଗିଲା ଫାଇନାନ୍ସ କମ୍ପାନୀ

ସଜନାଗଡ଼, ୧୭।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀକୁ ଋଣ ଅସୁଲ କରିବା ଉପରେ ରୋକ୍‌୍‌ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ମହିଳା...

ପୁରୀରେ ପୁଣି ୭ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୫୫ରେ ପହଞ୍ଚିଲା

ପୁରୀ ଅଫିସ,୧୪ା୬: ପୁରୀ ଜିଲାରୁ ରବିବାର ପୁଣି ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୧୫୫ରେ...

ସ୍କୁଲ୍‌ ଅଟୋକୁ ପିଟିଲା ପିକ୍‌ଅପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୭ା୧୨-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡଠାରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ସହ ଏକ ପିକ୍‌ ଭ୍ୟାନର ମୁହଁ।ମୁହିଁ ଧକ୍କା ହୋଇଛି।...

ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ...

ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।...

୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪...

Play 250+ Trending Games
Archives

Model This Week

Why Dharitri