Posted inପୁରୀ

ସମ୍ଭାବ୍ୟ ବାତ୍ୟା ପାଇଁ ୨ଦିନ ରଥ ନିର୍ମାଣ ବନ୍ଦ

ପୁରୀ ଅଫିସ,୧୮ା୫:-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ କିପରି ମୁକାବିଲା କରାଯାଇପାରିବ ସେନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯଦିଓ ଏହାର ପ୍ରଭାବ ସିଧାସଳଖ ପୁରୀ ଉପରେ ପଡ଼ିବ ନାହିଁ ବୋଲି କୁହାଯାଉଛି ତେବେ ବର୍ଷା, ପବନ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବି ଆଗୁଆ ସତର୍କ ହୋଇଛି। ପ୍ରବଳ ବର୍ଷା, ପବନ ହେଲେ ମଙ୍ଗଳବାର ଓ ବୁଧବାର ଦୁଇଦିନ ରଥ ନିର୍ମାଣ କାମ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଏ ନେଇ ରଥ ନିର୍ମାଣରେ ନିୟୋଜିତ ସମ୍ପୃକ୍ତ ସେବକମାନଙ୍କୁ ସୋମବାର ଅବଗତ କରିଦିଆଯାଇଛି। ସେମାନେ ଏହି ଦୁଇଦିନ ରଥଖଳାକୁ ଆସିବେ ନାହିଁ, ପୂର୍ବପରି ଭକ୍ତ ନିବାସ ପରିସରରେ ରହିବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଥଖଳାରେ ବର୍ଷା ନ ପଡ଼ିିବା ପାଇଁ ପକାଯାଇଥିବା ଜରିପାଲକୁ ସୋମବାର ଖୋଲି ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ପୁରୀକୁ ଯଦି ଜୋର୍‌ ପବନ ହୁଏ ତେବେ ପାଲ ରହିବ ନାହିଁ। ତେଣୁ ଦୁଇଦିନ କାମ ବନ୍ଦ ଥିବାରୁ ପାଲକୁ ଖୋଲାଯାଇଛି। ସେହିପରି ନିର୍ମାଣ ସରିଥିବା ରଥ ଚକଗୁଡ଼ିକରେ ପାଲ ଗୁଡ଼ାଯାଇ ଭଲ ଭାବେ ବାନ୍ଧି ଦିଆଯାଇଛି। ଏଥିରେ ଯେପରି ବର୍ଷା ପାଣି ନ ପଡ଼ିବ ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ

ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ...

ବର୍ଷେ ପରେ ଦୂର ହୋଇନି ସୁଜାତାନଗରବାସୀଙ୍କ ଦୁଃଖ

ପୁରୀ ଅଫିସ, ୧୦ା୮: ସାମାନ୍ୟ ବର୍ଷା ହେଲେ ପୁରୀ ପୌରସଂସ୍ଥା ୧ ନଂ. ୱାର୍ଡର ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ଜଳବନ୍ଦୀ ଜୀବନ...

ଖାଁ ଖାଁ ଅଲାରନାଥ ପୀଠ, ଶୁଭୁନି ଭକ୍ତଙ୍କ ଗହଳି

ବ୍ରହ୍ମଗିରି, ୬।୬(ଡି.ଏନ୍‌.ଏ): ସ୍ନାନ ପୂର୍ଣ୍ଣିମାରେ କାଳିଆ ସାନ୍ତ ଭାଇ ଭଉଣୀଙ୍କ ସହିତ ମହାସ୍ନାନ କରି ଜ୍ବରରେ ପଡି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏହି...

ଗୁଣ୍ଡିଚା ମନ୍ଦିରରୁ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ ଅଫିସ, ୨୬।୬: ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ହେଲେ ଶୁକ୍ରବାର ୨ଜଣ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶକରି ଧରାପଡ଼ିଛନ୍ତି।...

ଏସ୍‌ଆଇଏ ସର୍ଭେ: ୫୦ ପରିବାରର ତଥ୍ୟ ସଂଗ୍ରହ

ପୁରୀ ଅଫିସ,୩ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ୫ ଟିମ୍‌ ଘର...

ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ ୫୦ଟୁର୍‌ ଅପରେଟର

କୋଣାର୍କ,୧୬।୧୦(ଡି.ଏନ.ଏ.):ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ୫୦ଜଣ ଟୁର୍‌ ଅପରେଟର ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ସେମାନେ ମନ୍ଦିର ସମ୍ମୁଖରେ ପହଞ୍ଚତ୍ବା ପରେ...

ଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ

ପୁରୀ ଅଫିସ,୧୨।୨: ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଲାମରେ ଦେଉଥିବା ଶ୍ରୀଗୁଣ୍ଡିଚା ରତ୍ନସିଂହାସନ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଉଠିଛି।...

‘ବିରୋଧୀଙ୍କ ଅପପ୍ରଚାର ପଥରରେ ମୁଣ୍ଡ ପିଟିବା ସଦୃଶ‘

ନିମାପଡ଼ା,୩।୧୦(ଡି.ଏନ୍‌.ଏ.): ନିମାପଡ଼ା ନିର୍ବାଚନମଣ୍ଡଳୀ ୧୧ନଂ. ଜୋନ୍‌ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

Advertisement
Archives

Model This Week