ସମ୍ଭାବ୍ୟ ବନ୍ୟା ଆଶଙ୍କା : ମୁକାବିଲା ପାଇଁ ପ୍ରଶାସନ,ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର,୮।୮(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ମଧ୍ୟ ଭଞ୍ଜନଗର ଉପଖଣ୍ଡରେ ପଡିବା ସମ୍ଭାବନା ରହିଛି। ତେଣୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ଭଞ୍ଜନଗରରେ ବର୍ଷା ଲାଗି ରହିଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଜଳଭଣ୍ଡାର ଗୁଡିକରେ ବହୁତ କମ୍‌ ପାଣି ଥିବାରୁ ପାଣି ମଧ୍ୟ ଛଡାଯାଉନାହିଁ। ବର୍ଷା ଜଳ ହିଁ ବର୍ତ୍ତମାନ ଉପରମୁଣ୍ଡରୁ ଆସୁଛି। ଭଞ୍ଜନଗର ଜଳଭଣ୍ଡାରରେ ୫୭୦୦ ହେକ୍ଟୋମିଟର ଜଳଧାରଣ କ୍ଷମତା ଥିବାବେଳେ ବୁଧବାର ଅପରାହ୍ନ ୨ଟା ସୁଧା ୩୫୦୦ ହେକ୍ଟୋମିଟର ପାଣି ଅଛି। ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ଭଞ୍ଜନଗରରେ ୧୧୦ ମିଲିମିଟର ବର୍ଷା ହୋଇଛି। ସେହିଭଳି ଡହରେ ୯୦ ମିଲିମିଟର, ସୋରିଷମୂଳି ୭୧, ମାଧବରିଡା ୧୨୩, ଖଣ୍ଡରାବଳି ୧୩୦ରେ ମିଲିମିଟର ବର୍ଷା ହୋଇଛି। ସାମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦେଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲିବସ୍ତା ମହଜୁଦ୍‌ ରଖାଯାଇଛି। ପ୍ରଶାସନ ପକ୍ଷରୁ ରାଜସ୍ବ ବିଭାଗ କର୍ମଚାରୀମାନେ ଗ୍ରାମାଞ୍ଚଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବନ୍ୟା ହେଲେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ଆଣି ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ଯୋଜନା କରାଯାଇଛି। ଏଥିସହ ବିଦ୍ୟାଳୟ ଗୁଡିକୁ ଆଜି ଜିଲା ପ୍ରଶାସନ ପକ୍ଷରୁ ଛୁଟି କରିଦିଆଯାଇଛି। ଭଞ୍ଜନଗରର ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଖୋଲା ରହିଥିଲା। ଫନୀରେ ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର କିଛି ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ସେଥିମଧ୍ୟରୁ ପାଟୁଳିସାହି ଗ୍ରାମ ନିକଟ ଏକ ମାଟି ରାସ୍ତା ମରାମତି ହୋଇପାରିନାହିଁ। ପୁଣି ବନ୍ୟା ଆଶଙ୍କା ଦେଖାଦେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନୀହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଜଳଭଣ୍ଡାର ଗୁଡିକରେ ପାଣି କମ୍‌ ଅଛି। ତଥାପି ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ...

ଅଜଗର ସାପ ଉଦ୍ଧାର

ପାତ୍ରପୁର,୩୧ା୮(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗାଁ ପୋଖରୀରେ ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟାରେ କେତେଜଣ ଯୁବକ ମିଶି ଗ୍ରାମରେ ଥିବା ଏକ...

ନାଚଗୀତରେ ପାଳିଲେ ହୋଲି

ଗଞ୍ଜାମ, ୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ସୋମବାର ପାଳନ ହୋଇଯାଇଛି। ଏହି ଅବସରରେ ପୁଇଁତୋଳା ବାରିକିସାହି, ବଡ଼ସାହି ଓ...

ବିରୋଧ ସତ୍ତ୍ୱେ କଲ୍ୟାଣ ମଣ୍ଡପକୁ ଯିବ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର ଅଫିସ୍‌,୨୧ା୭-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଏକ ଘରୋଇ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଛି। ଟ୍ରକ୍‌, ପିକ୍‌ଅପ୍‌ ଭ୍ୟାନ୍‌ରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଆସବାବପତ୍ର...

ବଜ୍ରପାତରେ ଯୁବକଙ୍କ ଜୀବନଗଲା

ଆସିକା,୧୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସହର ଉପକଣ୍ଠ ଋଷିକୂଲ୍ୟା ନଦୀ ପଠାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ସେ ହେଲେ ଆସିକା...

ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ଧାରଣା

ଛତ୍ରପୁର,୧୦।୪(ଡି.ଏନ୍‌.ଏ.): ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତିକ୍ରମେ ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନକ୍ରମେ ଦେଶର ସମସ୍ତ ଜିଲାରେ ଧାରଣା ଦିଆଯାଇଛି।...

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର,୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି...

ପୋଖରୀରେ ବୁଡ଼ି ନାବାଳକ ମୃତ

ବ୍ରହ୍ମପୁର ଅଫିସ,୧୦ା୯-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ଚଞ୍ଚଡାପଡ଼ିଆ ସାହି ନିକଟ ଏକ ପୋଖରୀରେ ରବିବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଦୁର୍ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ...

Advertisement
Archives

Model This Week