ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର ଗୁରୁବାର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ହେଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେମେଷ୍ଟ୍ରି ପେପର୍‌ ଲିକ୍‌ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଏହା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଟିମ୍‌ ଜିଲାର ବିଭିନ୍ନ କଲେଜରେ ଚଢ଼ାଉ କରି ଯାଞ୍ଚ କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଭିଯୋଗ ପାଇବା ପରେ ନୂତନ ସେଟ ପ୍ରଶ୍ନପତ୍ର କଲେଜଗୁଡିକୁ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟାରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଥିଲେ। ତେବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୧୦୫ କଲେଜର ୧୪୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି ।

ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟ ନାୟକ କହିଛନ୍ତି ଯେ, କେମେଷ୍ଟ୍ରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ବୁଧବାର ବିଳମ୍ବିତ ରାତ୍ରିରେ ଅଭିଯୋଗ ଆସିଥିଲା । ଯାଞ୍ଚ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଜାଣିବାକୁ ପାଇଥିଲୁ। ଏକ ଜରୁରୀ ବୈଠକ କରି ପ୍ରଶ୍ନପତ୍ର ପରିବର୍ତ୍ତନ କରିବା ସହ ବିଭିନ୍ନ କଲେଜରେ ଚଢ଼ାଉ କରାଯାଇଥିଲା। ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ କରାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ମାମଲାରେ ଦୋଷୀଙ୍କୁ ଅଜୀବନ ଜେଲ

ବାଲେଶ୍ୱର ଅଫିସ,୨୬।୫: ବାଲେଶ୍ୱର ଏସ୍‌ସି ଆଣ୍ଡ ଏସ୍‌ଟି କୋର୍ଟର ସ୍ବତନ୍ତ୍ର ଜଜ୍‌ ଲିଲିପ୍ତା ପଶାୟତ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ...

ନାମାଙ୍କନ ଦାଖଲକୁ ବିରୋଧ କଲେ ଜମାକାରୀ, ଋଣ ଗ୍ରହୀତା

ବାହାନଗା, ୭।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିର ନିର୍ବାଚନ ନିମନ୍ତେ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା...

ଟ୍ରକ୍‌ ଧକ୍କାରେ ହାତୀର ଜୀବନଗଲା

ଢେଙ୍କାନାଳ ଅଫିସ୍‌, ୩୦।୧: ଢେଙ୍କାନାଳ ଜିଲା ଓଡପଡା ବ୍ଲକ ପୋଡାପଡା ଛକ ଏନଏଚ-୫୫ରେ ଗୁରୁବାର ଭୋରୁ ଟ୍ରକ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଟ୍ରକ...

ସ୍ବାସ୍ଥ୍ୟକାନ୍ଥରେ କରୋନା ସଚେତନତା: ଆଶା, ଅଙ୍ଗନଓ୍ବାଡି କର୍ମୀ ତତ୍ପର

ବିଜେପୁର, ୨୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ବ୍ୟକ୍ତିଗତ ସଚେତନତା ହିଁ ଏହାକୁ ପ୍ରତିରୋଧ କରିପାରିବ। ତେଣୁ ସହରଠାରୁ ଗାଁ ପର୍ଯ୍ୟନ୍ତ...

ପୋଲିସ, ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୪ା୫(ଡି.ଏନ୍‌.ଏ.): ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ଭଞ୍ଜନଗର ଉପଖଣ୍ଡର ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି...

ଗଙ୍ଗଲାଗୁଡ଼ା ଗ୍ରାମକୁ ନାହିଁ ରାସ୍ତା: ପ୍ରତିବାଦରେ ରାସ୍ତାରେ ତଳି ରୋପଣ କଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

କୋରୁକୋଣ୍ଡା,୭।୯(ଡି.ଏନ୍‌.ଏ.): ସରକାର ପ୍ରତି ଗ୍ରାମକୁ ସଡ଼କପଥ ସହ ଯୋଡ଼ିବା ନିମନ୍ତେ ବହୁ ଯୋଜନା କରିଛନ୍ତି। ହେଲେ ଏହାର ସଫଳ ରୂପାୟନ ମାଲକାନଗିରି ଜିଲାରେ ହୋଇପାରୁନାହିଁ। ଆଜିବି...

ହୋମ କ୍ଵାରାଣ୍ଟାଇନରେ ଥିବା ଯୁବକଙ୍କୁ ପୁରୀ ସ୍ଥାନାନ୍ତର

ବ୍ରହ୍ମଗିରି,୩୧ା୩(ଡି.ଏନ.ଏ)- ଓଡ଼ିଶାରେ କରୋନା ସଂକ୍ରମଣ ଆକ୍ରାନ୍ତ ବଢ଼ୁଥିବା ନେଇ ସମସ୍ତେ ଆତଙ୍କିତ। ଏହି ସଂକ୍ରମଣରୁ ରୋକିବା ପାଇଁ ହୋମଆଇସୋଲେଶନ, ସାମାଜିକ ଦୂରତା ବଜାଇ ରଖିବା ପାଇଁ...

ବାଙ୍କ ସର୍ଗି ବିଦ୍ୟାଳୟ: ବର୍ଷା ହେଲେ ପଢା ବନ୍ଦ

ପାପଡାହାଣ୍ଡି,୨୮।୭(ଡି.ଏନ.ଏ)-ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ମୁହାଁ କରିବା ଲାଗି ହୋଇଛି ବ୍ୟାପକ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ବିଦ୍ୟାଳୟ ଭିତ୍ତିଭୂମିକୁ ଦୃଷ୍ଟି...

Advertisement
Archives

Model This Week