ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର ଗୁରୁବାର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ହେଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ କେମେଷ୍ଟ୍ରି ପେପର୍‌ ଲିକ୍‌ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଏହା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଟିମ୍‌ ଜିଲାର ବିଭିନ୍ନ କଲେଜରେ ଚଢ଼ାଉ କରି ଯାଞ୍ଚ କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଭିଯୋଗ ପାଇବା ପରେ ନୂତନ ସେଟ ପ୍ରଶ୍ନପତ୍ର କଲେଜଗୁଡିକୁ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟାରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଥିଲେ। ତେବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୧୦୫ କଲେଜର ୧୪୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି ।

ପରୀକ୍ଷା ନିୟନ୍ତ୍ରକ ସୂର୍ଯ୍ୟ ନାୟକ କହିଛନ୍ତି ଯେ, କେମେଷ୍ଟ୍ରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ବୁଧବାର ବିଳମ୍ବିତ ରାତ୍ରିରେ ଅଭିଯୋଗ ଆସିଥିଲା । ଯାଞ୍ଚ ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଜାଣିବାକୁ ପାଇଥିଲୁ। ଏକ ଜରୁରୀ ବୈଠକ କରି ପ୍ରଶ୍ନପତ୍ର ପରିବର୍ତ୍ତନ କରିବା ସହ ବିଭିନ୍ନ କଲେଜରେ ଚଢ଼ାଉ କରାଯାଇଥିଲା। ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ କରାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନିତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri