ସମ୍ବଲପୁର ଜିଲାରେ ୨୩ ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ସମ୍ବଲପୁର,୧୧ା୬(ବ୍ୟୁରୋ)-ସମ୍ବଲପୁର ଜିଲାରେ ଶୁକ୍ରବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ମୋଟ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୮ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଜିଲାପାଳ ଶୁଭମ୍‌ ସକସେନା ଏହି ସୂଚନା ଦେଇଛନ୍ତି। ତେବେ ଶୁକ୍ରବାର ଚିହ୍ନଟ ହୋଇଥିବା ୫ ଜଣଯାକ ଆକ୍ରାନ୍ତ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିଲେ। ଏମାନଙ୍କ ଭିତରେ ଜଣେ ରୁସିଆ ଫେରନ୍ତା ଯୁବକ ଅଛନ୍ତି। ଅନ୍ୟ ୪ ଜଣଙ୍କ ମଧ୍ୟରେ ଜଣେ ୨୨ ବର୍ଷର ଯୁବକ ଗୁଜୁରାଟରୁ ଫେରି ବାମରା ବ୍ଲକ କେଶେଇବାହାଲ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ । ସେହିପରି ଜୁନ ୧ ତାରିଖରେ ଜଣେ ୩୨ ବର୍ଷର ଯୁବକ ମହାରାଷ୍ଟ୍ରରୁ ଫେରି ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଗୁଜୁରାଟରୁ ଫେରି ୪୧ ବର୍ଷର ଯୁବକ ଜଣଙ୍କ ରେଢାଖୋଲ ବ୍ଲକ୍‌ ଶୁଣ୍ଢିମୁଣ୍ଡା କନ୍ୟାଶ୍ରମ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବାେବେଳେ ଚତୁର୍ଥ ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୧୮ ବର୍ଷ। ସେ ରେଢାଖୋଲ ବ୍ଲକ୍‌ କୁକୁଡା ବାହାଲି କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିଲେ। ସମସ୍ତଙ୍କୁ କୋଭିଡ୍‌ ମେଡିକାଲକୁ ସ୍ଥନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?