ସମ୍ବଲପୁରରେ ୩୦ରୁ ୩ ଶିକ୍ଷାନୁଷ୍ଠାନକୁ ଅଗ୍ନିଶମ ବିଭାଗର ନୋଟିସ୍‌

ସମ୍ବଲପୁର,୨୭ା୫ (ବ୍ୟୁରୋ): ଗୁଜରାଟ ସୁରଟରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଦେଶ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତି ସରକାରୀ ଓ ପ୍ରଶାସନିକ ସ୍ତରରେ ଦୃଷ୍ଟି ପଡିଛି। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ଘଟେ ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି। ଏହିକ୍ରମରେ ଦେଖିଲେ ସମ୍ବଲପୁର ସହରରେ ଅନେକ ସ୍କୁଲ, କଲେଜ ସହିତ କୋଚିଂ ସେଣ୍ଟର ରହିଛି । ହେଲେ ଏଗୁଡିକ ମଧ୍ୟରୁ ଅଧିକାଂଶ ଅନୁଷ୍ଠାନ ସରକାରୀ ନିୟମ ପାଳନ କରୁ ନ ଥିବା ଅଭିଯୋଗ ହେଉଛି । ଅଧିକାଂଶ ଭଡା ଘର ଓ ନିଜ ବାସଗୃହରେ ବିଭିନ୍ନ ନାମଦେଇ କୋଚିଂ ସେଣ୍ଟର, ହଷ୍ଟେଲ ଓ ଚ୍ୟାମ୍ବରମାନ ଚଳାଉଛନ୍ତି । ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି । ନିୟମ ଅନୁସାରେ କୌଣସି ଜନଗହଳି ବସ୍ତି କିମ୍ବା ପଡାରେ ବ୍ୟବସାୟିକ ଭିତ୍ତିକ ଅନୁଷ୍ଠାନ କଲେ ଅଗ୍ନିଶମ ବିଭାଗ ପକ୍ଷରୁ ସାର୍ଟିଫିକେଟ ନେବା ନିହାତି ଆବଶ୍ୟକ ରହିଛି ା ହେଲେ ସମ୍ବଲପୁରରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ଚାରି ପାଖରେ ଜନବସତି ରହିଛି। ଚଉଡା ରାସ୍ତା ନାହିଁ। ଘରଦ୍ୱାର ରହିଛି । ଫଳରେ କୌଣସି ଅଘଟଣ ଘଟିଲେ ଅଗ୍ନିଶମ ବିଭାଗର ଗାଡି ଯାଇ ପାରିବ ନାହିଁ। ଏପରିକି ନିଅଁାକୁ ଆୟତ୍ତ କରିବାରେ ସ୍ଥାନୀୟ ଲୋକ ମଧ୍ୟ ସହଯୋଗ କରି ପାରିବେ ନାହିଁ । ଅନ୍ୟପଟେ ଘର ଗୁଡିକ ମଧ୍ୟ ବାସଗୃହ ଢାଞ୍ଚାରେ ତିଆରି ହୋଇଛି। ତେଣୁ ନିଅଁା ଲାଗିଲେ ଅଧିକ କ୍ଷତି ହେବା ଆଶଙ୍କା ରହୁଛି ା ଅନେକ କୋଚିଂ ସେଣ୍ଟର, ଚ୍ୟାମ୍ବର, ହଷ୍ଟେଲ ଭଳି ଅନୁଷ୍ଠାନ ଅଗ୍ନିଶମ ବିଭାଗ ପକ୍ଷରୁ ଏନଓସି ନେଇ ନ ଥିବା ଜଣା ପଡିଛି। ଏଣୁ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବେଆଇନ ଭାବେ ଚାଲିଥିବା ଏହି ସବୁ ହଷ୍ଟେଲ ଓ ଚ୍ୟାମ୍ବର ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ନ ହେଲେ ସୁରଟ ଭଳି ଅଘଟଣ ଘଟିପାରେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ସମ୍ବଲପୁର ସହରରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ (ଜିଏମୟୁ), ମହିଳା କଲେଜ ଓ ବଡ ବଡ ନାମି ଘରୋଇ କଲେଜ ଓ କୋଚଂ ସେଣ୍ଟର ଗୁଡିକ ରହିଛି ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢ଼ିବା ପାଇଁ ଜିଲା ଓ ଜିଲା ବାହାରୁ ଛାତ୍ରୀଛାତ୍ର ଆସୁଛନ୍ତି । କଲେଜରେ ପଢିବା ସହ କୋଚିଂ ସେଣ୍ଟରରେ ନାମ ଲେଖାଇଥାନ୍ତି । ଏହାର ସୁଯୋଗ ନେଇ ଚ୍ୟାମ୍ବର କରିଥିବା ମାଲିକମାନେ ଅଧିକ ଫି ନିଅନ୍ତି । ହେଲେ ଆବଶ୍ୟକ ସୁବିଧା ଦେଇ ନ ଥାନ୍ତି । ସେହିଭଲି ଝିଅମାନଙ୍କ ପାଇଁ ହଷ୍ଟେଲ ଓ ଚ୍ୟାମ୍ବରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉ ନାହିଁ । ସିକ୍ୟୁରିଟି ଗାର୍ଡ, ମହିଳା ୱାଡେନ୍‌ ନିୟୋଜିତ କରାଯାଇ ନାହିଁ । ଘର ମାଲିକ ନିଜେ ୱାଡେନ ଭାବେ କାମଚଳା ଦାୟିତ୍ୱ ତୁଲାଉଛନ୍ତି । ଏହି ଚ୍ୟାମ୍ବରଗୁଡିକରେ ବିଜୁଳି, ପାଣିର ସମସ୍ୟା ରହୁଛି । ଏପରିକି ଭଡା ଆଶାରେ ଗୋଟିଏ କୋଠରୀରେ ଅଧିକ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ରଖାଯାଉଛି । ଗୋଟିଏ ବେଡ୍‌ରେ ୨ଜଣ ରହୁଛନ୍ତି। ପଢ଼ିବା ପାଇଁ ଟେବୁଲ ଚେୟାର ଯୋଗାଇ ଦିଆ ଯାଉନି। ଫଳରେ ପିଲାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଥାଏ । ତେବେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର କୁମାର ଦାସ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୩୦ଟି କୋଚିଂ ସେଣ୍ଟରର ତାଲିକା କରାଯାଇଛି । ୩ ଜଣଙ୍କୁ ନୋଟିସ ମଧ୍ୟ କରାଯାଇଛି । ସମସ୍ତଙ୍କୁ ନୋଟିସ୍‌ ଜାରି କରାଯିବ । କୋଚିଂ ସେଣ୍ଟର ଗୁଡିକୁ ଯାଇ ଯାଞ୍ଚ କରାଯିବ । ସେହପରି ହଷ୍ଟେଲ ଓ ବେଇନଭାବେ ଚାଲୁଥିବା ଚ୍ୟାମ୍ବର ଗୁଡିକରେ ମଧ୍ୟ ଅଗ୍ନିଶମ ବିଭାଗ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଯାଞ୍ଚ କରିବ । ଏହାର ବ୍ୟତିକ୍ରମ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri