ସମ୍ପାଦକୀୟ/ ଭିତରକୁ ଦେଖ

ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣକରିବା ପରେ ଏବେ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ୨୫ ମେ’ରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନାହିଁ। ବରଂ ସେ ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ପରାଜୟ ପାଇଁ ଦାୟୀ କରିଛନ୍ତି। ‘ପୁତ୍ର ଉଦୟ’ ମୋହରେ ପଡ଼ି କେତେକ ନେତା ପାର୍ଟିର ସ୍ବାର୍ଥକୁ ନୂ୍ୟନ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅବଶ୍ୟ ପରିବାରବାଦ ରାଜନୀତିର ରାହୁଲ ନିଜେ ଜଣେ ପ୍ରଥମ ହିତାଧିକାରୀ ଭାବେ ଜଣାଶୁଣା। ଅନ୍ୟପଟେ ଯେଉଁମାନଙ୍କୁ ରାହୁଲ ଦୋଷ ଦେବାକୁ ଉଚିତ ମନେକରିଛନ୍ତି, ସେମାନେ ସମସ୍ତେ ବ୍ୟକ୍ତିଗତ ଭାବେ ତାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଅବଶ୍ୟ ଶୁଣିବାକୁ ମିଳୁଛି ଯେ ତାଙ୍କ ମାତା ସୋନିଆ ଗାନ୍ଧୀ ଓ ଅନ୍ୟ କେତେ ଜଣ ବୟସ୍କ ନେତାଙ୍କ ଚାପରେ ଏହି ମୁଖ୍ୟମନ୍ତ୍ରୀମାନେ ପଦବୀ ପାଇଥିଲେ।
ଆଜିର ଭୋଟ ଢାଞ୍ଚାକୁ ଦେଖିଲେ ଗାନ୍ଧୀ-ନେହେରୁ ପରିବାର ନାମରେ କଂଗ୍ରେସ ଭୋଟ ରହିଆସିଛି ବୋଲି ଦୀର୍ଘଦିନରୁ ଯେଉଁ ଧାରଣା ଗଡ଼ି ଆସିଥିଲା ତାହା ଲୋପପାଇବାକୁ ବସିଲାଣି। ରାହୁଲ ଓ ତାଙ୍କ ନେତାମାନେ ଏହା ବୁଝିବାରେ ଅକ୍ଷମ ହେବାରୁ ଏଭଳି ଦଳୀୟ ବିପର୍ଯ୍ୟୟ ଦେଖାଗଲା ବୋଲି ବିଶ୍ଳେଷକମାନେ ମତ ଦେଲେଣି। ବରିଷ୍ଠ ନେତା ପି. ଚିଦାମ୍ବରମ୍‌, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସେମାନଙ୍କ ପୁଅମାନଙ୍କ ରାଜନୈତିକ କ୍ୟାରିୟର ପାଇଁ ବ୍ୟସ୍ତ ରହିବାରୁ ପାର୍ଟି ଖରାପ ପ୍ରଦର୍ଶନ କଲା ବୋଲି ଯେଉଁ ଦୋଷ ଦିଆଯାଉଛି, ତା’ ଛଡ଼ା ଅନେକ କାରଣ ଏଥିପାଇଁ ଦାୟୀ। ୬ ମାସ ତଳେ ଯେତେବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କଲା, ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ବିଶେଷକରି ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯିବା ନେଇ ଆଲୋଚନା ହୋଇଥିଲା। ରାଜସ୍ଥାନରେ ସଚିନ ପାଇଲଟ ଓ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ବେଳେ ଦଳ ଯଥାକ୍ରମେ ଅଶୋକ ଗେହଲଟ ଓ କମଲନାଥଙ୍କ ଉପରେ ବିଶ୍ୱାସ ରଖିଥିଲା। ଦଳର ଏଭଳି ନିଷ୍ପତ୍ତିରେ ପାର୍ଟି କର୍ମୀ ବିମୁଖ ହେବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ।
ନିର୍ବାଚନରେ ବିଫଳତା ଲାଗି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ଆସାମ, ପଞ୍ଜାବ ଏବଂ କର୍ନାଟକ କଂଗ୍ରେସ ମୁଖ୍ୟମାନେ ଇସ୍ତଫା ଦେଇଦେଲେଣି। ତେବେ ପାର୍ଟିର ଅଧ୍ୟକ୍ଷ ଭାବେ ରାହୁଲଙ୍କ ଇସ୍ତଫା ଓ ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ବସାଇବା ଲାଗି ସେ ଯେଭଳି ନିଷ୍ପତ୍ତି ନେଇଛନ୍ତି, ତାହା କଂଗ୍ରେସକୁ ପୁନର୍ଜନ୍ମ ଦେଇପାରେ। ଶେଷ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ସାଙ୍ଗଠନିକ ନେତୃତ୍ୱ ତାହାକୁ ବିଜୟ ମୁକୁଟ ପିନ୍ଧାଇଛି। ଏଥିସହିତ ଦେଶର ବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶରେ ଜାତି, ସଂଖ୍ୟାଲଘୁ ତୁଷ୍ଟୀକରଣ ନେଇ ଯେଉଁ ରାଜନୀତି ଖେଳାଯାଇ ଆସୁଥିଲା ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜପାର୍ଟି (ବିଏସ୍‌ପି)ର ଯୋଜନାକୁ ପଣ୍ଡ କରି ଭାଜପା ଭୋଟ ଧ୍ରୁବୀକରଣ କରିବାରେ ସଫଳ ହେଲା। ଏଠାରେ କେବଳ ସାଙ୍ଗଠନିକ କାର୍ଯ୍ୟ ମାଧ୍ୟମରେ ହାର୍‌ଜିତ୍‌ ହୋଇଛି ବୋଲି କହିହେବ ନାହିଁ। ମୋଦିଙ୍କ ସ୍ପଷ୍ଟ ମତ ଏବଂ ଶକ୍ତିଶାଳୀ ଜାତୀୟତାବାଦ ସହିତ ଆହୁରି ଅନେକ କାରଣ ଯୋଗୁ ଭାଜପାକୁ ବିପୁଳ ସଫଳତା ଦେଖିବାକୁ ମିଳିଛି। ମନେହେଲା ଯେପରି ଭାଜପାକୁ ବିରୋଧ କରୁଥିବା ଦଳଗୁଡ଼ିକ କେବଳ ମୋଦିଙ୍କୁ ଆକ୍ରମଣ କରିବାରେ ସୀମିତ ରହିଗଲେ। ‘ନ୍ୟାୟ’ ଭଳି ଅଯଥା ଯୋଜନା ସମ୍ପର୍କରେ ଆଲୋଚନା କରିବା ବ୍ୟତୀତ କଂଗ୍ରେସ ମଧ୍ୟ ସଫଳତାର ସହିତ ବେକାର ଓ ଚାଷ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଭଲ ଭାବେ ଉପସ୍ଥାପନ କରିପାରିଲା ନାହିଁ। ସମ୍ଭବତଃ ଭାରତର ସାଧାରଣ ଭୋଟର ଏବେ ଦୁଇଥର ସରକାର ଗଢ଼ିବାର ସୁଯୋଗ ଦେବାକୁ ଚାହିଁଛନ୍ତି। ତେବେ ୨୦୨୪ ମସିହାରେ ମୋଦିଙ୍କ ଭାବମୂର୍ତ୍ତିକୁ ପ୍ରତିହତ କଲା ଭଳି କାର୍ଯ୍ୟ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ଏବେଠାରୁ ନେବାକୁ ପଡ଼ିବ।
ଭାଜପା ଭିତରେ ମୋଦି ଜଣେ ଏକଚ୍ଛତ୍ରବାଦୀ ନେତା ହୋଇପାରିଛନ୍ତି। କିନ୍ତୁ ସେହି ଦଳରେ ଅନେକ ନିୟମକାନୁନ ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ ସନ୍ତୁଷ୍ଟ ରଖାଯାଇପାରୁଛି। ଯଥା ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୁନଶ୍ଚ ଟିକେଟ ଦିଆଯାଇ ନାହିଁ। ଦଳର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ସ୍ଥାନରେ ଗୁରୁତ୍ୱ ଦିଆଯାଇଥାଏ। ହିନ୍ଦୁତ୍ୱ ଆଦର୍ଶ ସେମାନଙ୍କ ରାଜନୈତିକ ଖେଳକୁ ଏକତ୍ରିତ କରି ରଖିଛି। ଅନ୍ୟପଟେ କଂଗ୍ରେସର କୌଣସି ଚିନ୍ତାଧାରାରେ ବାନ୍ଧି ହୋଇ ରହିବାର ଲକ୍ଷଣ ଦେଖାଯାଉ ନାହିଁ। କେବଳ ଗାନ୍ଧୀ ପରିବାର ପାଇଁ ଆନୁଗତ୍ୟ ସେହି ଦଳରେ ନେତା ସୃଷ୍ଟି କରିଥାଏ। କଂଗ୍ରେସ ଭଳି ଅନ୍ୟ ସବୁ ଅଣ-ଭାଜପା ଦଳଗୁଡ଼ିକ ମଧ୍ୟ ନିଜର ଅସ୍ତିତ୍ୱ ହରାଇବାକୁ ବସିଲେଣି। ଆଞ୍ଚଳିକ ଦଳଗୁଡ଼ିକରେ କଂଗ୍ରେସ ଭଳି ଆଭିମୁଖ୍ୟ ଥିବାରୁ ତାମିଲନାଡୁର ଡିଏମ୍‌କେ ବ୍ୟତୀତ ଅନ୍ୟ ସମସ୍ତଙ୍କ କ୍ଷତି ଘଟିଛି। ଏଭଳି ପ୍ରଚ୍ଛଦପଟରେ ଏବେ ସବୁ ରାଜନୈତିକ ଦଳକୁ ଆଭ୍ୟନ୍ତରୀଣ ପରିବେଶ ପ୍ରତି ସଜାଗ ରହିବା ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?