ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏନେଇ ଏକ ରିପୋର୍ଟ ରେସ୍ପିରାଟୋରି ଫିଜିଓଲୋଜି ଆଣ୍ଡ୍‌ ନ୍ୟୁରୋବାୟୋଲୋଜି ପତ୍ରିକାରେ ପ୍ରକାଶ ପାଇଛି। ଏହି ପତ୍ରିକାର ସମୀକ୍ଷା ଗଣମାଧ୍ୟମ ସଂସ୍ଥା ଦି ଓ୍ବାଶିଂଟନ ପୋଷ୍ଟ୍‌ ଦ୍ୱାରା କରାଯାଇଛି। ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଥାଏ। ଅଷ୍ଟ୍ରେଲିଆ, ବଲିଭିଆ,କାନାଡ଼ା ଏବଂ ସ୍ବିଜରଲାଣ୍ଡର ଗବେଷକ ମିଳିତ ଭାବେ କରୋନା ସଂକ୍ରମଣ ଉଚ୍ଚତା ଭିତ୍ତିରେ କିଭଳି ବ୍ୟାପୁଛି ତାହା ଅଧ୍ୟୟନ କରିଛନ୍ତି। ବଲିଭିଆ, ଇକ୍ୱାଡୋର୍‌ ଏବଂ ତିବ୍ବତରୁ ସଂଗ୍ରହ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଅଧିକ ଉଚ୍ଚତାରେ କରୋନା ଭୂତାଣୁ ସଂକ୍ରମଣ ଭଳି ମହାମାରୀର ଆଶଙ୍କା କମ୍‌ ରହିଥାଏ। ଅପରପକ୍ଷରେ ସମୁଦ୍ର ପତ୍ତନଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଏଭଳି ସଂକ୍ରମଣ ହାର ଅଧିକ ରହିଥାଏ। ଚାଇନାର ତଳିଆ ଅଞ୍ଚଳରେ କରୋନା ସଂକ୍ରମଣ ହାର ଅଧିକ ଥିବାବେଳେ ତିବ୍ବତରେ ଏହା କମ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ପେରୁର କ୍ୟୁସକୋ ଅଞ୍ଚଳରେ ବାସ କରୁଥିବା ୪ ଲକ୍ଷ ୨୦ ହଜାର ବାସିନ୍ଦାଙ୍କ ମଧ୍ୟରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩ ରହିଛି। ଏଠାକାର ଅନ୍ୟ ତଳିଆ ଅଞ୍ଚଳ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏନେଇ ଅଧିକ ଅଧ୍ୟୟନ ଜାରି ରହିଥିବା ଗବେଷକ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ

ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ...

‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା...

ଭଦ୍ରକ ଜିଲା: ଶନିବାର, ରବିବାର ଶଟ୍‌ଡାଉନ

ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି...

ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ...

ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ...

ଆତଙ୍କବାଦୀ ଆକ୍ରମଣ ନିଆଁରେ ଜଳୁଛି ପାକିସ୍ତାନ, ବର୍ଷକରେ ୩୮୯ ଲୋକଙ୍କ ମୃତ୍ୟୁ…

ଇସଲାମାବାଦ,୩।୭ : ଆତଙ୍କବାଦୀ ତଥା ଆତ୍ମଘାତୀ ଆକ୍ରମଣ ଘଟଣା ଚଳିତ ବର୍ଷ ପାକିସ୍ତାନରେ ବୃଦ୍ଧି ପାଇବାରେ ଲାଗିଛି। ଅବସ୍ଥା ଏତେ ଖରାପ ଏପର୍ଯ୍ୟନ୍ତ ଏହି ଆକ୍ରମଣ...

ଆମ ସାଥୀ ଜିପିଏସ୍‌

ଦିନ ଥିଲା ଅଧିକାଂଶ ମହିଳାଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଅତ୍ୟାବଶ୍ୟକ ସ୍ଥଳେ ଏକାକୀ କୌଣସି...

ସ୍ତ୍ରୀଙ୍କୁ ହତ୍ୟା ପରେ ହାତ ଧରି ଗୀତ ଶୁଣାଇଲେ

ଓ୍ବାଶିଂଟନ,୨୪।୬: ଆମେରିକାର ପ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏହି ଅଭିଯୋଗରେ ୨୧ ବର୍ଷୀୟ...

Advertisement
Archives

Model This Week