ସମୀରଙ୍କ ହାଟ୍ରିକ ବିଜୟ: କହିଲେ ଅଞ୍ଚଳର ବିକାଶ ମୋର ପ୍ରାଥମିକତା

ପୁରୀ ଅଫିସ, ୨୪।୫: ଜଗତ୍‌ସିଂହପୁର ଲୋକ ସଭା ଆସନ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସମୀର ରଞ୍ଜନ ଦାସ ବିଜୟୀ ହୋଇଛନ୍ତି। ସେ ୨୦୦୯, ୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ ଲଗାତାର ୩ୟ ଥର ବିଜୟୀ ହୋଇଛନ୍ତି। ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରି ବିଜୟୀ ହାସଲ କରିଛନ୍ତି।
ସମୀର ବିଜୟୀ ହେବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନବୀନଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ବିଶ୍ୱାସ ରହିଛି। ଗତ ୨୦ ବର୍ଷ ଧରି ବିଜେଡି ସରକାର ଓଡ଼ିଶାର ବିକାଶ ଲାଗି କାର୍ଯ୍ୟ କରି ଆସୁଛି। ଦଳର ସାଙ୍ଗଠନିକ ବିଚାର, କାର୍ଯ୍ୟଧାରା ଓ ଆତ୍ମବିଶ୍ୱାସ ଯୋଗୁ ମୁଁ ପୁଣି ଥରେ ବିଜୟ ଲାଭ କରିଛି। ଅଞ୍ଚଳର ବିକାଶକୁ ମୁ ସର୍ବଦା ପ୍ରାଥମିକତା ଦେଇଛି ଓ ଆଗକୁ ମଧ୍ୟ ଦେବି ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ସମୀର କହିଛନ୍ତି ଯେ, ମୋ ନେତା ନବୀନ। ଦେଶସାରା ମୋଦି ଲହର ଲାଗି ରହିଥିବା ବେଳେ ଓଡିଶାରେ ତାର କୌଣସି ପ୍ରଭାବ ପଡିନାହିଁ । ବିଜେଡି ପୁଣି ଥରେ ଓଡିଶାବାସୀଙ୍କ ବିପୁଳ ସମର୍ଥନ ହାସଲ କରିଛି। ନିମାପଡାରେ ଭାଜପାର ହେଭିୱେଟ ନେତାଙ୍କ ପ୍ରଚାର ସତ୍ତ୍ବେ ନବୀନଙ୍କ ରୋଡ୍‌ ଶୋ’ ଆଗରେ ସବୁ ଫିକା ପଡିଯାଇଛି। ମୁ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ଆସିଛି। ନିମାପଡ଼ା ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ। ଲୋକଙ୍କ ଆଶା ପୂରଣ ଲାଗି ଉଦ୍ୟମ କରିବା ସହ ନବୀନଙ୍କ ଯୋଜନା କାର୍ଯ୍ୟକାରୀତାକୁ ପ୍ରାଥମିକତା ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରେ ପିଲା ପଢୁଛନ୍ତି ପାଠ: ୩୦୯୩ ଗାଁରେ ନିର୍ମାଣ ହେବ ୪୮୩ ଟେଲିଫୋନ ଟାୱାର

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଗାଁଗୁଡ଼ିକରେ ଟେଲିଫୋନ୍‌ ଟାୱାର ନ ଥିବାରୁ ବିଧାନସଭାରେ ଉଭୟ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ କାମ ଇଣ୍ଟରନେଟ୍‌ ଜରିଆରେ କରାଯାଉଛି।...

ବୁଧବାରଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା

କଟକ ଅଫିସ,୧୮ା୨- ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ...

୨୦୨୫ ସୁଦ୍ଧା ଜାହାଜରେ ହେବ ବାଲିଯାତ୍ରା

ଭୁବନେଶ୍ୱର,୨୭।୨(ବ୍ୟୁରୋ):କଳିଙ୍ଗ ସାହିତ୍ୟ ମହୋତ୍ସବ ରବିବରେ ଶେଷ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ୩ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ପ୍ରାୟ ୭୦ରୁ ଅଧିକ ଅଧିବେଶନ ଓ...

ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା...

ଘରେ ପହଞ୍ଚିବ ମଦ: ଜିଲାପାଳଙ୍କୁ କ୍ଷମତା ଦେଲେ ସରକାର

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ଦୋକାନବଜାର ସହ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ତେବେ...

ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ୨ ଅଭିଯୁକ୍ତ

ଗଞ୍ଜାମ,୧୦।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆମାନେ ଅତିରିକ୍ତ ତହସିଲଦାର ଏବଂ ୩ ଆର୍‌ଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପଡ଼ିଛି ମହଙ୍ଗା।...

କଦଳୀ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ

ସୁନାବେଡ଼ା,୯।୭: ସୁନାବେଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ...

ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌

ସାକ୍ଷୀଗୋପାଳ,୧୦।୧ (ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ପଛପାଶର୍‌ବରେ ପାର୍କିଂ କରିଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ସୋମବାର ମଧ୍ୟାହ୍ନରେ ନିଅଁା ଲାଗିଯାଇଛି। ବସ୍‌ର ଯାତ୍ରୀମାନେ ସ୍ନାନ,ଶୌଚ...

Advertisement
Archives

Model This Week