ସମୀକ୍ଷା ବାହାନାରେ ସୁରକ୍ଷା : ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିଲେ ବରିଷ୍ଠ

ଭୁବନେଶ୍ୱର, ୩୧।୫ (ବ୍ୟୁରୋ) : ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଖସିଛି ଦଳ। ଲୋକସଭା ଆସନରେ ଗୋଟିଏ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସ ଦୁଇ ଅଙ୍କ ଛୁଇଁ ପାରି ନାହିଁ। ଦଳର ଏଭଳି ବିପର୍ଯ୍ୟୟକୁ ରାଜ୍ୟର ବରିଷ୍ଠ ନେତାମାନେ ହଜମ କରି ପାରି ନାହାନ୍ତି। ନିର୍ବାଚନ ପରିଚାଳନା ଓ ଦଳୀୟ ନେତୃତ୍ୱର ବିଫଳତା ଯୋଗୁ କଂଗ୍ରେସକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଲା ବୋଲି ରାଜ୍ୟ ନେତାମାନେ ଗୋଟିଏ ସ୍ବରରେ କହିଛନ୍ତି। ୨୦୧୪ କଂଗ୍ରେସର ଭୋଟ ସେୟାର ୨୫.୭ ପ୍ରତିଶତ ଥିବା ବେଳେ ଏହି ନିର୍ବାଚନରେ ୧୬.୧୨ ପ୍ରତିଶତରେ ପହଞ୍ଚିଛି। ବିରୋଧୀ ଦଳ ମାନ୍ୟତା ମଧ୍ୟ ହାତରୁ ଖସି ଯାଇଛି। ମାତ୍ର ୯ଟି ବିଧାନସଭା ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଛି। ରାଜ୍ୟ କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜିବାକୁ ଦଳ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପିସିସି କାର୍ଯ୍ୟାଳୟରେ ଦଳର ଖରାପ ପ୍ରଦର୍ଶନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି। ବୈଠକକୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାମାନଙ୍କୁ ଡକାଯାଇଥିଲା। କେଉଁ କାରଣରୁ ଦଳ ଖରାପ ପ୍ରଦର୍ଶନ କଲା ସେ ନେଇ ମାନସ ମନ୍ଥନ ହୋଇଛି। ଆଲୋଚନା ବେଳେ ବରିଷ୍ଠ ନେତାମାନେ ଦଳର ଏଭଳି ଦୁର୍ଦ୍ଦଶା ପାଇଁ କଂଗ୍ରେtସ ନେତୃତ୍ୱକୁ ଦାୟୀ କରିଥିଲେ।  ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍‌. ସିଂଦେଓ, ନିରଞ୍ଜନ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି, ଭକ୍ତ ଚରଣ ଦାସ ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ। କେଉଁ କାରଣରୁ ନିଜ ନିଜ ଅଞ୍ଚଳରେ ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି ତା’ର କାରଣ ପଚରାଯାଇଥିଲା। ଜଣ ଜଣ କରି ନିଜର ମତ ଦେଇଥିଲେ। ତେବେ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାହୁଲ ଗାନ୍ଧୀଙ୍କୁ ଏଆଇସିସି ଅଧ୍ୟକ୍ଷ ପଦରେ ରଖିବା ପାଇଁ ପ୍ରସ୍ତାବ ପାରିତ କରିବା। ଏହି ପ୍ରସ୍ତାବ ପାରିତ ହେବା ସମୟରେ ନିରଞ୍ଜନ ନିଜ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ କରି ଏଆଇସିସି ନିକଟକୁ ପଠାଇବାକୁ ଚାହିଁଥିଲେ। ହେଲେ ଜିତେନ୍ଦ୍ର ସିଂ ଏକକାଳୀନ ଦୁଇଟି ଯାକ ପ୍ରସ୍ତାବ ପାରିତ କରିବାକୁ ବାରଣ କରିଥିଲେ। ।ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ପ୍ରଦର୍ଶନ ଖରାପ ହେବା ଯୋଗୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ନିରଞ୍ଜନ ମଧ୍ୟ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁ ନ ଥିବା ଶୁଣିବାକୁ ମିଳିଛି। ନିଜ ଦୋଷ ତ୍ରୁଟିକୁ ଘୋଡାଇବା ସକାଶେ ନିରଞ୍ଜନ ଏଭଳି ବାହାନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟତଃ ବିପର୍ଯ୍ୟୟ ସମୀକ୍ଷା ନାଁରେ ନିରଞ୍ଜନଙ୍କୁ ସୁରକ୍ଷା ପାଇଁ ବୈଠକରେ ସାମିଲ ହୋଇଥିବା କେନ୍ଦ୍ରୀୟ ନେତାମାନେ ଉଦ୍ୟମ କରିଥିବା ଦଳର କେତେଜଣ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଅପରାହ୍ନରେ ଦଳର ବହୁ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ବିପର୍ଯ୍ୟୟ ପାଇଁ ଆଗଧାଡ଼ିର ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ଅମୀୟ ପଟ୍ଟନାୟକ ଏବଂ ରବି ସେଠୀ ପ୍ରମୁଖ ନେତାମାନେ ସିଧାସଳଖ ନିରଞ୍ଜନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ନିର୍ବାଚନ ପ୍ରଚାର କମିଟି ଗଠନ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ନ ଥିଲା। ଏଥି ସହ ଗୋଟିଏ ପରିବାର ପିଛା ଦୁଇଟି ଟିକେଟ ଦିଆଯିବାକୁ ନେଇ ଆପତ୍ତି ଉଠିଥିଲା। ଏହା ପରାଜୟର ଅନ୍ୟ ଏକ କାରଣ ବୋଲି ନେତାମାନେ ରାଜ୍ୟ ପ୍ରଭାରୀଙ୍କ ନିକଟରେ କହିଥିଲେ। ବାପ-ପୁଅ ଟିକେଟ ନେବା ପ୍ରସଙ୍ଗ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଉଠାଇଥିଲେ। ଅନ୍ୟପଟେ ଜଗନ୍ନାଥ ପଟ୍ଟନାୟକ କହିଥିଲେ ନିର୍ବାଚନ ସମୟରେ ପ୍ରଚାର କମିଟି ଠିକ୍‌ ଢଙ୍ଗରେ କାର୍ଯ୍ୟ ନ କରିବା ଏବଂ ରାଜ୍ୟ ନେତୃତ୍ୱ ରାହୁଲଙ୍କ ନିର୍ଦ୍ଦେଶ ଠିକ୍‌ଭାବେ ପାଳନ କରି ନ କରିବାରୁ ଏଭଳି ବିପର୍ଯ୍ୟୟ ହେଲା। କଂଗ୍ରେସର ୨୧ ଜଣିଆ କମିଟିକୁ ନେଇ ରବି ସେଠୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁମାନେ ଦଳର କ୍ଷତି ପାଇଁ ଦାୟୀ ସେମାନଙ୍କୁ ବିପର୍ଯ୍ୟୟ କାରଣ ଖୋଜିବାକୁ ଦାୟିତ୍ୱ ଦେବା କେତେଦୂର ଠିକ୍‌ ବୋଲି ସେ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଠିଛି। ଆଗାମୀ ୬ମାସ ପର୍ଯ୍ୟନ୍ତ ଦଳ ପାଇଁ କାମ କରିବାକୁ ପ୍ରଭାରୀ ଜିତେନ୍ଦ୍ର ସିଂ ପରାମର୍ଶ ଦେଇଥିଲେ। ଦଳକୁ କିପରି ଅଧିକ ସଙ୍ଗଠିତ କରିହେବ ଏବଂ ପୌର ନିର୍ବାଚନରେ ଭଲ ଫଳ ମିଳିବ ତା’ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ। ବୈଠକରେ କୋରାପୁଟ ଲୋକସଭା ଆସନରୁ ନବ ନିର୍ବାଚିତ ଏମପି ସପ୍ତଗିରି ଉଲାକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri