ସମାନ ଆଇଏମ୍‌ଇଆଇ ନମ୍ବରରେ ତେର ହଜାର ମୋବାଇଲ

ନୂଆଦିଲ୍ଲୀ,୬।୬: ଦେଶରେ ସାଇବର ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେଶ ମଧ୍ୟରେ ସମାନ ଆଇଏମ୍‌ଇଆଇ ନମ୍ବରରେ ୧୩ ହଜାରରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ ଚାଲୁଥିବା ଉତ୍ତର ପ୍ରଦେଶ ପୋଲିସର ଏକ ତଦନ୍ତରୁ ଜାଣିପାରିିଛି। ମୋବାଇଲ ଚୋରି ଘଟଣାକୁ ନେଇ ଉତ୍ତର ପ୍ରଦେଶର ମିରଟ ପୋଲିସ ଏକ ମୋବାଇଲ ଉପତ୍ାଦନକାରୀ କମ୍ପାନୀ ଓ ତା’ର ସର୍ଭିସ ସେଣ୍ଟର ନାଁରେ ମାମଲା ରୁଜୁ କରିଥିଲା। ଏହି ଘଟଣାଟିକୁ ପୋଲିସ ଯେତେ ହାଲୁକା ଭାବୁଥିଲା ତାହା ସେତେ ସହଜ ନଥିଲା। ଉକ୍ତ ମୋବାଇଲ ଫୋନକୁ ସାଇବର କ୍ରାଇମ ସେଲ୍‌ ପକ୍ଷରୁ ପରୀକ୍ଷା ସ୍ବରୂପ ଉକ୍ତ ମୋବାଇଲର ଆଇଏମ୍‌ଇଆଇ ନମ୍ବରକୁ ଟ୍ରାକ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ସେପରି କିଛି ତଥ୍ୟ ହାସଲ କରିପାରିନଥିଲା। ସେହିପରି ସମାନ ସମସ୍ୟା ଥିବା ବିଭାଗୀୟ କର୍ମଚାରୀଙ୍କ ଏକ ନିର୍ଦ୍ଦିଷ୍ଟ ନମ୍ବରକୁ ଟ୍ରାକିଂରେ ପକାଇଲା ବେଳେ ପୋଲିସ ଚକିତ ହୋଇଯାଇଥିଲା। ଉକ୍ତ ମୋବାଇଲ ଟ୍ରାକିଂରୁ ଜଣାପଡିଲା ଯେ, ଦେଶର ବିଭିନ୍ନ ପ୍ରାନ୍ତର ୧୩ ଶହରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ ସମାନ ଆଇଏମ୍‌ଇଆଇ ନମ୍ବରରେ ସେବା ଯୋଗାଉଥିବା ବିଷୟରେ ମିରଟ ସିଟି ଏସ୍‌ପି ଅଖିଳେଶ ଏନ. ସିଂ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ମୋବାଇଲ ଉପତ୍ାଦନକାରୀ କମ୍ପାନୀଙ୍କ ଖାମଖିଆଲ କାର୍ଯ୍ୟ ପାଇଁ ଏଭଳି ତ୍ରୁଟି ଦେଖାଯାଇଛି। ଯାହା ଫଳରେ ବିଭିନ୍ନ ଅପରାଧୀମାନେ ଏହାର ଫାଇଦା ଉଠାଉଛନ୍ତି। ଏହି ସବୁ କାରଣରୁ ଅପରାଧୀଙ୍କ ପାଖରେ ପୋଲିସ ପହଞ୍ଚିପାରୁନାହିଁ। ଚୋର ହୋଇଥବା ମୋବାଇଲ ଫୋନ ଓ ଠକେଇରେ ସମ୍ପୃକ୍ତ ମୋବାଇଲ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ ପାଇଁ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri