୨୨% ଗାର୍ମେଣ୍ଟ ୟୁନିଟ୍‌ ଖୋଲିଛି

ନୂଆଦିଲ୍ଲୀ,୬।୬: କରୋନା ସଂକ୍ରମଣ ଜନିତ ସମସ୍ୟାରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଲକ୍‌ଡାଉନ ଜାରି କରିବା ସହ ପର୍ଯ୍ୟାୟକ୍ରମେ ଏହାକୁ ବୃଦ୍ଧି କରିଥିଲେ। ଏହି କଟକଣା କାରଣରୁ ଦେଶରେ ସବୁ କିଛି ବନ୍ଦ ରହିଥିଲା। ଫଳରେ ବିକାଶ ଓ ଆର୍ଥିକ ମାନ୍ଦାବସ୍ଥାର ସୁଧାର ପାଇଁ ସରକାର ମଧ୍ୟ ପର୍ଯ୍ୟାୟ କ୍ରମେ କଟକଣାରେ କୋହଳ ମନୋଭାବ ଦେଖାଇଥିଲେ। କଟକଣା କୋହଳ ହେବା କାରଣରୁ ଉପତ୍ାଦନ କ୍ଷେତ୍ର ଧୀରେ ଧୀରେ ଖୋଲିବା ଆରମ୍ଭ କରିଛି। ସରକାରଙ୍କ କଟକଣା ସହ କୋଭିଡ୍‌-୧୯ ଗାଇଡ୍‌ଲାଇନ ଅନୁସାରେ ଗାର୍ମେଣ୍ଟ ୟୁନିଟ ଗୁଡିକ ଖୋଲିଛି। ମେ’ଶେଷ ସୁଦ୍ଧା ଦେଶର ପୋଷାକ ଶିଳ୍ପ ୨୨% ୟୁନିଟ ଉପତ୍ାଦନ ଆରମ୍ଭ କରିଛନ୍ତି। ପ୍ରତି ୟୁନିଟ ପ୍ରାୟତଃ ୨୫% କ୍ଷମତା ସହ କାର୍ଯ୍ୟ କରୁଛି। ଏହିସବୁ କମ୍ପାନୀର କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି କାମ କରୁଛନ୍ତି। ବିଭିନ୍ନ ୟୁନିଟ କୋଭିଡ୍‌-୧୯ ସାମଗ୍ରୀ ଯଥା ମାସ୍କ,ଗ୍ଲୋବ୍ସ,ପିପିଇ କିଟ୍‌ ଆଦି ଉପତ୍ାଦନ କରୁଥିବା ଗାର୍ମେଣ୍ଟ କମ୍ପାନୀ କହିଛନ୍ତି। ସରକାରଙ୍କ କରୋନା କଟକଣା କୋହଳ ପରେ ଉପତ୍ାଦନ କ୍ଷେତ୍ର ଖୋଲିବା ଆରମ୍ଭ କରିଛନ୍ତି। ଫଳରେ ପୋଷାକ ଶିଳ୍ପ ପ୍ରତି ଦେଖାଦେଇ ଥିବା ଦୁଶ୍ଚିନ୍ତା ଧୀରେ ଧୀରେ ଅନ୍ତ ହେଉଛି। ଏହା ସହ ଅର୍ଥନୀତି’ର ଅଭିବୃଦ୍ଧି ମଧ୍ୟ ଧିରେ ଧିରେ ବୃଦ୍ଧି ପାଉଛି ବୋଲି କ୍ଲଥିଙ୍ଗ୍‌ ମାନୁଫ୍ୟାକ୍‌ଚରିଂ ଆସୋସିଏଶଏନ ଅଫ ଇଣ୍ଡିଆ ମତ ପ୍ରକାଶ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri