ସମାନ ଆଇଏମ୍‌ଇଆଇ ନମ୍ବରରେ ତେର ହଜାର ମୋବାଇଲ

ନୂଆଦିଲ୍ଲୀ,୬।୬: ଦେଶରେ ସାଇବର ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ ହେଉଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେଶ ମଧ୍ୟରେ ସମାନ ଆଇଏମ୍‌ଇଆଇ ନମ୍ବରରେ ୧୩ ହଜାରରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ ଚାଲୁଥିବା ଉତ୍ତର ପ୍ରଦେଶ ପୋଲିସର ଏକ ତଦନ୍ତରୁ ଜାଣିପାରିିଛି। ମୋବାଇଲ ଚୋରି ଘଟଣାକୁ ନେଇ ଉତ୍ତର ପ୍ରଦେଶର ମିରଟ ପୋଲିସ ଏକ ମୋବାଇଲ ଉପତ୍ାଦନକାରୀ କମ୍ପାନୀ ଓ ତା’ର ସର୍ଭିସ ସେଣ୍ଟର ନାଁରେ ମାମଲା ରୁଜୁ କରିଥିଲା। ଏହି ଘଟଣାଟିକୁ ପୋଲିସ ଯେତେ ହାଲୁକା ଭାବୁଥିଲା ତାହା ସେତେ ସହଜ ନଥିଲା। ଉକ୍ତ ମୋବାଇଲ ଫୋନକୁ ସାଇବର କ୍ରାଇମ ସେଲ୍‌ ପକ୍ଷରୁ ପରୀକ୍ଷା ସ୍ବରୂପ ଉକ୍ତ ମୋବାଇଲର ଆଇଏମ୍‌ଇଆଇ ନମ୍ବରକୁ ଟ୍ରାକ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ସେପରି କିଛି ତଥ୍ୟ ହାସଲ କରିପାରିନଥିଲା। ସେହିପରି ସମାନ ସମସ୍ୟା ଥିବା ବିଭାଗୀୟ କର୍ମଚାରୀଙ୍କ ଏକ ନିର୍ଦ୍ଦିଷ୍ଟ ନମ୍ବରକୁ ଟ୍ରାକିଂରେ ପକାଇଲା ବେଳେ ପୋଲିସ ଚକିତ ହୋଇଯାଇଥିଲା। ଉକ୍ତ ମୋବାଇଲ ଟ୍ରାକିଂରୁ ଜଣାପଡିଲା ଯେ, ଦେଶର ବିଭିନ୍ନ ପ୍ରାନ୍ତର ୧୩ ଶହରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ ସମାନ ଆଇଏମ୍‌ଇଆଇ ନମ୍ବରରେ ସେବା ଯୋଗାଉଥିବା ବିଷୟରେ ମିରଟ ସିଟି ଏସ୍‌ପି ଅଖିଳେଶ ଏନ. ସିଂ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ମୋବାଇଲ ଉପତ୍ାଦନକାରୀ କମ୍ପାନୀଙ୍କ ଖାମଖିଆଲ କାର୍ଯ୍ୟ ପାଇଁ ଏଭଳି ତ୍ରୁଟି ଦେଖାଯାଇଛି। ଯାହା ଫଳରେ ବିଭିନ୍ନ ଅପରାଧୀମାନେ ଏହାର ଫାଇଦା ଉଠାଉଛନ୍ତି। ଏହି ସବୁ କାରଣରୁ ଅପରାଧୀଙ୍କ ପାଖରେ ପୋଲିସ ପହଞ୍ଚିପାରୁନାହିଁ। ଚୋର ହୋଇଥବା ମୋବାଇଲ ଫୋନ ଓ ଠକେଇରେ ସମ୍ପୃକ୍ତ ମୋବାଇଲ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ ପାଇଁ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?