ସମାନ୍ୟ ବଚସାରୁ ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଜୁନାଗଡ, ୧।୬(ସ୍ବ.ପ୍ର): କଳହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ବିଜ୍ରାଦର ଗ୍ରାମରେ ସାମାନ୍ୟ ବଚସାରୁ ଜଣକୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ା ହତ୍ୟାର ଶିକାର ହୋଇଛନ୍ତି ରୁପି ମାଝୀ (୪୮)। ପୋଲିସ ସୂତ୍ରରୁ ପ୍ରକାଶ ଶନିବାର ସନ୍ଧ୍ୟାରେ ବିଜ୍ରାଦର ଗ୍ରାମର ରୁପି ମାଝୀ ସେହି ଗ୍ରାମର ରାମେଶ୍ୱର ନିଆଲ(୫୦)ଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ରାମେଶ୍ୱର ଏକ ଠେଙ୍ଗାରେ ରୁପିଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ରୁପିକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଘରକୁ ନେଇ ଆସିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୁନାଗଡ ଥାନା ପୋଲିସ ରବିବାର ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ। ମୃତଦେହ ଜବତ କରି ଜୁନାଗଡ ଡାକ୍ତରଖାନାକୁ ସନ୍ଧ୍ୟାରେ ବ୍ୟବଚ୍ଛେଦ ଲାଗି ଅଣାଯାଇଥିଲା। ସୋମବାର ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରକାଶ କରିଛନ୍ତି । ଏନେଇ ଥାନାରେ ଏକ ମାମଲା (ନଂ.୧୪୫/୨୦)ରୁଜୁ ହୋଇଛି। ଅଭିଯୁକ୍ତ ରାମେଶ୍ୱରଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରୁ ଓହ୍ଲାଇ ଘରକୁ ପଳାଇଲେ ପ୍ରବାସୀ

କଟକ ଅଫିସ୍‌,୧୨ା୫: ପ୍ରବାସୀ ଫେରନ୍ତାଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତଥାପି ଅନେକ ଫେରନ୍ତା ସରକାରୀ ନିୟମକୁ ମାନୁନାହାନ୍ତି। ବସ୍‌ରେ ଫେରିବା...

ତହସିଲ କାର୍ଯ୍ୟାଳୟରେ ନାହିଁ ପିଇବା ପାଣି

ନାଉଗଁ।,୧୧ା୬(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ମାତ୍ର ଖୋଦ୍‌ ସରକାରୀ କାର୍ଯ୍ୟାଳୟରେ ଏହି...

ପିପିଲିରେ ଦନ୍ତା ଆତଙ୍କ: ୩ଜଣଙ୍କ ଜୀବନ ନେଲା, ୧୦ରୁ ଊର୍ଦ୍ଧ୍ୱ ଆହତ

ପିପିଲି,୨୩।୨(ଡି.ଏନ୍‌.ଏ.): ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା...

ପଦ୍ମିନୀ କେୟାର ହସ୍ପିଟାଲ ଉଦ୍‌ଘାଟିତ

କଟକ ଅଫିସ, ୮ା୮: ପଦ୍ମିନୀ ରଥଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପରିସରରେ ସ୍ଥାପିତ ୪୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ପଦ୍ମିନୀ...

ଆଜି ପିଟିସିରେ ପାସିଂ ଆଉଟ ପରେଡ୍‌

ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍‌ଆଇ ବ୍ୟାଚ୍‌ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ...

ନୂଆବର୍ଷରୁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୫ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି...

ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩୧।୧୦(ଡି.ଏନ୍‌.ଏ.): ଆଠଗଡ଼ର ଧବଳେଶ୍ୱର ପୀଠରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଝୁଲାପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡଙ୍ଗା ଯୋଗେ ଏତେ ସଂଖ୍ୟକ...

ତାତିରେ ଡହଳବିକଳ ହାତୀ

ଢେଙ୍କାନାଳ ଅଫିସ, ୨୪।୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଡହଳବିକଳ ହେଉଛି ସାରା ଓଡ଼ିଶା। ଝାଞ୍ଜି ସାଙ୍ଗକୁ ତତଲା ପବନ ଅଣନିଃଶ୍ୱାସୀ କରୁଛି। ରାଜ୍ୟରେ ପାରଦ ୪୫ ଟପିଲାଣି। ଆଗକୁ...

Advertisement
Archives

Model This Week