ସମାଧାନ ହେବ ଜେଟ୍‌ ଏୟାରଓ୍ବେଜ୍‌ ସମସ୍ୟା

ନୂଆଦିଲ୍ଲୀ,୧୫-୬: ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମୁହଁ ଖୋଲିଛନ୍ତି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଏୟାରଲାଇନ୍ସ ସମସ୍ୟାର ସମାଧାନ ହୋଇଯିବ ବୋଲି ତାଙ୍କର ଆଶାରହିଛି। ସୂଚନାଥାଉ କି, ଭାରି ଋଣ ଓ ପ୍ରତିଯୋଗିତାର ଭାର ସମ୍ଭାଳିବାରେ ବିଫଳ ହେବା ପରେ ଜେଟ୍‌ ଏୟାରଓ୍ବେଜ୍‌ର ଋଣପ୍ରଦାନକାରୀଙ୍କ ପକ୍ଷରୁ ନୂଆ ନିବେଶକ ଖୋଜା ଚାଲିଛି। ଅଦ୍ୟାବଧି ଏଥିରେ କୌଣସି ସଫଳତା ମିଳି ନାହିଁ। ଏହି ସେକ୍ଟରକୁ ପୁନର୍ବାର ଗତିଶୀଳ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ଦର୍ଶାଇ ପୁରୀ କହିଛନ୍ତି ଯେ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ତ୍ରୁଟିବିଚ୍ୟୁତି ହୋଇଛି, ଯାହାର ସୁଧାର ଆବଶ୍ୟକ। ଅନ୍ୟପକ୍ଷରେ ଏଭିଏଶନ ରେଗୁଲେଟର(ଡିଜିସିଏ) କମ୍ପାନୀର ଇଞ୍ଜିିନିୟରିଂ ବିଭାଗର ଅଥରାଇଜେଶନକୁ ରଦ୍ଦ କରିଦେଇଛି। ଏହାର ସିଧାସଳଖ ପ୍ରଭାବ କମ୍ପାନୀର ବିମାନ ଏବଂ ସମ୍ପତ୍ତି ଉପରେ ପଡିବ। କାରଣ ଉଡ଼ାଣ ନ ଭରିବା ସ୍ଥିତିରେ ମଧ୍ୟ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ।
ଜେଟ୍‌ର ଇଞ୍ଜିନିୟରିଂ ଅଥରାଇଜେଶନ ରଦ୍ଦ
ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌କୁ ଆଉ ଏକ ଝଟକା ଲାଗିଛି। ଏଭିଏଶନ ରେଗୁଲେଟର(ଡିଜିସିଏ) କମ୍ପାନୀର ଇଞ୍ଜିିନିୟରିଂ ବିଭାଗର ଅଥରାଇଜେଶନକୁ ରଦ୍ଦ କରିଦେଇଛି। ଅର୍ଥାତ ଜେଟ୍‌ର ଇଞ୍ଜିନିୟରିଂ ବିଭାଗ ଏବେ ଆଉ କୌଣସି କାମ କରିପାରିବ ନାହିଁ। ଏହାର ସିଧାସଳଖ ପ୍ରଭାବ କମ୍ପାନୀର ବିମାନ ଏବଂ ସମ୍ପତ୍ତି ଉପରେ ପଡିବ। କାରଣ ଉଡ଼ାଣ ନ ଭରିବା ସ୍ଥିତିରେ ମଧ୍ୟ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ। ଜେଟ୍‌ ଏୟାରଓ୍ବେଜ୍‌ରେ ପ୍ରାୟ ୫୦୦ ଇଞ୍ଜିନିୟର ରହିଛନ୍ତି। କମ୍ପାନୀ ନିକଟରେ ଏବେ ମାତ୍ର ୧୪ ବିମାନ ରହିଛି। ଅନ୍ୟ ବିମାନ ସବୁ ଲିଜ୍‌ରେ ନିଆଯାଇଥିଲା। ମାସିକ ଦେୟ ପ୍ରଦାନ କରା ନ ଯିବାରୁ ଲିଜ୍‌ ଦେଇଥିବା ବିମାନ କମ୍ପାନୀ ଏହାକୁ ପ୍ରତ୍ୟାହାର କରିନେଇଛି। ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେଟ୍‌ର ଇଞ୍ଜିନିୟରିଂ ବିଭାଗ ବିମାନର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁ ନ ଥିବାରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri