Posted inଖେଳ

ସମସ୍ୟାରେ ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟର

ନୂଆଦିଲ୍ଲୀ, ୧୮ା୫ (ପି.ଟି.)-‘ଜନ ଧନ’ ଆକାଉଣ୍ଟ ଥିବା ୬ଜଣ ଜୁନିୟର କ୍ରିକେଟର ଏବେ ସମସ୍ୟାରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସେମାନଙ୍କ ଆକାଉଣ୍ଟରେ ପୁରସ୍କାର ରାଶି ଜମା କରିପାରୁନାହିଁ। ‘ଜନ ଧନ’ ଆକାଉଣ୍ଟରେ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା ରଖାଯାଇପାରିବ। ବିସିସିଆଇର ବାର୍ଷିକ ଉତ୍ସବରେ ସମସ୍ତ ବୟସବର୍ଗର କ୍ରିକେଟରଙ୍କୁ ୧.୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଜାନୁୟାରୀ ୧୧ ତାରିଖ ପରେ ସିନିୟର ଖେଳାଳିମାନଙ୍କ ଆକାଉଣ୍ଟକୁ ପୁରସ୍କାର ରାଶି ଟ୍ରାନ୍ସଫର ହୋଇଯାଇଛି। ମାତ୍ର ‘ଜନ ଧନ’ ଆକାଉଣ୍ଟଧାରୀ କ୍ରିକେଟରମାନଙ୍କୁ ଆକାଉଣ୍ଟକୁ ପୁରସ୍କାର ରାଶି ଟ୍ରାନ୍ସଫର ହୋଇ ପାରୁ ନାହିଁ। ସୂଚନାଯୋଗ୍ୟ, ଆର୍ଥିକ କ୍ଷେତ୍ରରେ ଦୁର୍ବଳଙ୍କ ପାଇଁ କେନ୍ଦ୍ର ସରକାର ‘ଜନ ଧନ’ ଆକାଉଣ୍ଟ ବ୍ୟବସ୍ଥା କରିଛନ୍ତି। ଏହାକୁ ଜିରୋ ବାଲାନ୍ସ ଆକାଉଣ୍ଟ ବୋଲି କୁହାଯାଉଛି। ଖବର ଅନୁସାରେ ପୁରସ୍କାର ରାଶି ପାଇପାରୁ ନ ଥିବା ଏହି ‘ଜନ ଧନ’ ଆକାଉଣ୍ଟଧାରୀଙ୍କୁ କିପରି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବ ସେ ନେଇ ବିସିସିଆଇ ନିଜ ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସହ ଯୋଗାଯୋଗ କରିଛି। ସମସ୍ୟାର ସମାଧାନ ସୂତ୍ର ବାହାରିଛି। ସମ୍ପୃକ୍ତ ଖେଳାଳିମାନଙ୍କର ଯେଉଁ ବ୍ୟାଙ୍କ୍‌ରେ ‘ଜନ ଧନ’ ଆକାଉଣ୍ଟ ରହିଛି ତାହାକୁ ସେଭିଙ୍ଗ୍ସ ଆକାଉଣ୍ଟରେ ପରିବର୍ତ୍ତନ ଦ୍ୱାରା ଟଙ୍କା ଜମା କରିବାରେ କୌଣସି ସୀମା ରହିବ ନାହିଁ। ଜୁନିୟର କ୍ରିକେଟରଙ୍କ ମ୍ୟାଚ୍‌ ଫି’ ସେତେଟା ଅଧିକ ନୁହେଁ। ୧୬ ବର୍ଷରୁ କମ୍‌ ଖେଳାଳି ମ୍ୟାଚ୍‌ ପିଛା ୧୦,୦୦୦ ଟଙ୍କା( ଦିନ ପିଛା ୨୫୦୦ ଟଙ୍କା) ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳାଳି ୪୦,୦୦୦ (ଦିନ ପିଛା ୧୦,୦୦୦ ଟଙ୍କା) ଟଙ୍କା ପାଇଥାନ୍ତି। ଫଳତଃ ଅନ୍ୟ ସମୟରେ ଏହି ଆକାଉଣ୍ଟକୁ ମ୍ୟାଚ ଫି’ ଟ୍ରାନ୍ସଫର କରିବାରେ କୌଣସି ଅସୁବିଧା ହେଉ ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri