ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ: ଇଞ୍ଜିନ୍‌ରେ ଲାଗିଲା ନିଆଁ, ୩ କର୍ମଚାରୀ ମୃତ

ରାୟଗଡ଼ା ଅଫିସ/ଜୟପୁର,୨୫।୬(ନି.ପ୍ର.): ରାୟଗଡ଼ା ଜିଲା ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ମଝିରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ ଲାଇନ୍‌ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଇଞ୍ଜିନ ସହ ଲଗେଜ ଭ୍ୟାନ୍‌ ଓ ଗୋଟିଏ ଜେନେରାଲ କୋଚ୍‌ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣା ପରେ ଉଭୟ ଟ୍ରେନର ଇଞ୍ଜିନରେ ନିଅଁା ଲାଗିଯିବାରୁ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଟେକ୍ନିସିଆନ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲାର ସୁରେଶ, ରାୟଗଡ଼ାର ବରିଷ୍ଠ ସେକ୍ସନ ବିଦ୍ୟୁତ୍‌ ଇଞ୍ଜିନିୟର ସାଗର ଓ ବିଦ୍ୟୁତ୍‌ ଟେକ୍ନିସିଆନ ଗୌରୀ ନାଇଡୁ।  କର୍ତ୍ତବ୍ୟରେ ଅବହେଳା ଲାଗି ୨ ଷ୍ଟେଶନ୍‌ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ସମଲେଶ୍ୱରୀ ଏକ୍ସପ୍ରେସ୍‌ ହାଓ୍ବଡାରୁ ଜଗଦଲପୁର ଯାଉଥିଲା। ତେବେ ଉକ୍ତ ସ୍ଥାନରେ ଅନ୍ୟ ଏକ ଇଞ୍ଜିନକୁ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଇଞ୍ଜିନକୁ ଟ୍ରେନ୍‌ରୁ ଅଲଗା କରି ଦିଆଯାଇଛି। ଟ୍ରେନ୍‌ରେ ଥିବା ପାସେଞ୍ଜରଙ୍କ କୌଣସି କ୍ଷତି ଘଟି ନାହିଁ। ତେବେ ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କୋରାପୁଟ-ରାୟଗଡା ରେଳ ରୁଟ୍‌ରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମମିତା ରାୟପୁର ଯିବା ନେଇ ପୋଲିସକୁ ପ୍ରମାଣ ମିଳିନାହିଁ କହିଲେ ଡିଆଇଜି

ସମ୍ବଲପୁର,୧୩ା୧୧(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ପୋଲିସ କାର୍ଯ୍ୟ ସମ୍ପାଦନାରେ ଅବହେଳା କରିନାହିଁ। ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ କରିବା,...

ସୁଶୀଲ ସାହୁ, ସିଦ୍ଧି ସମୃଦ୍ଧିଙ୍କୁ ସୁରଜ ପୁରସ୍କାର

ଭୁବନେଶ୍ୱର/ଛତ୍ରପୁର, ୧୪ ।୮(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳ ଆଲାଡ଼ି ଗ୍ରାମର ସ୍ବର୍ଗତ ସୁଶୀଲ ସାହୁ ଓ ଗୋପାଳପୁରସ୍ଥିତ କନିଷି...

ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ...

ନନ୍ଦନକାନନରେ ଦୁଇ ହାତୀ ଅସୁସ୍ଥ

ବାରଙ୍ଗ, ୧୫।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ଦନ୍ତାହାତୀ ଚନ୍ଦନ ଶୁକ୍ରବାରଠାରୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଚନ୍ଦନକୁ ଜ୍ୱର ହେଉଥିବାବେଳେ ଶନିବାର ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଛନ୍ତି। ଚନ୍ଦନ...

‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ...

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯...

ଜୁନ ୧୮ ଯାଏ ବଢ଼ିଲା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୬।୫: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ମାମଲାରେ ପୂର୍ବରୁ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ...

ସଂକ୍ରମଣର ଭୀଷଣ ରୂପ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ରାଜ୍ୟକୁ ମାଡ଼ି ଆସୁଛି କରୋନା ସଂକ୍ରମଣର ବଡ଼ ବିପଦ। ବର୍ତ୍ତମାନର ସଂକ୍ରମଣ ଓ ସ୍ବାସ୍ଥ୍ୟ ପରିଚାଳନା ସ୍ଥିତିକୁ ଦେଖିଲେ ଏଭଳି ଆଶଙ୍କା ଦୃଢ଼ୀଭୂତ...

Advertisement
Archives

Model This Week