ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ଭୁବନେଶ୍ୱର,୨୨।୪(ବ୍ୟୁରୋ)-ଫ୍ୟାଶନର ପରିଭାଷା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏଥିରେ ପ୍ରତିଦିନ ନୂଆ ନୂଆ ଷ୍ଟାଇଲ୍‌ ଓ ଷ୍ଟେଟ୍‌ମେଣ୍ଟ ଦେଖିବାକୁ ମିଳୁଛି। ଆଗରୁ କେବଳ କଳା, ଧଳା ଓ ଗାଢ଼ ରଙ୍ଗର ମୋହରେ ଥିବା ଫ୍ୟାଶନ ଇଣ୍ଡଷ୍ଟ୍ରୀ ଏବେ ରଙ୍ଗ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲପାଉଛି। ସେହିଭଳି ଗ୍ରାହକଙ୍କ ପସନ୍ଦ ମଧ୍ୟ ବଦଳୁଛି। ହାଲ୍‌କା ରଙ୍ଗ ସହ ହାଲ୍‌କା ଫ୍ୟାବ୍ରିକ୍‌ ଉଭୟ ଡିଜାଇନର୍‌ ଓ ଗ୍ରାହକଙ୍କ ଦ୍ୱାରା ଆଦୃତ ହେଉଛି। ବିଶେଷକରି ଖରାଦିନେ ଏଭଳି ଟ୍ରେଣ୍ଡ୍‌ ଅଧିକ ଦେଖିବାକୁ ମିଳୁଛି। ତେବେ ଆଗରୁ କେବଳ ଖରାରେ ହ୍ବାଇଟ୍‌ ଫ୍ୟାଶନ ବା ଧଳାରଙ୍ଗ ପୋଷାକର ଡିମାଣ୍ଡ ଥିବାବେଳେ ଏବେ କିନ୍ତୁ ସମୟ ବଦଳିଛି। ଧଳା ପରିବର୍ତ୍ତେ କମଳା ରଙ୍ଗ ବା ଅରେଞ୍ଜ୍‌ କଲର୍‌ ଏଥର ସମର ଫ୍ୟାଶନରେ ନୂଆ ଟ୍ରେଣ୍ଡ୍‌ ହୋଇଛି। ଅଗ୍ନି ଓ ସୂର୍ଯ୍ୟାସ୍ତର ଏହି ରଙ୍ଗକୁ ଫ୍ୟାଶନ ଡିଜାଇନର୍‌ମାନେ ଚଳିତ ଋତୁର ନୂଆ ଷ୍ଟାଣ୍ଡ୍‌-ଆଉଟ୍‌ କଲର୍‌ ଭାବେ ଫୋକସ୍‌ କରିଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ରହୁଥିବା ବେଳେ ଖରାରୁ ମୁକ୍ତି ପାଇବା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳିସ୍ଥଳେ ପୋଷାକ ପରିଧାନ ଶୈଳୀ ଗୁରୁତ୍ୱପୂର୍ଣ୍ଣ ରହିଛି। ହିଟ୍‌ ଓ୍ବେଭ୍‌ରୁ ମୁକ୍ତି ପାଇବାକୁ ଶରୀରକୁ ଢାଙ୍କି ରଖିବାକୁ କୁହାଯାଉଛି। ତେଣୁ ଖରାରେ ହାଲ୍‌କା ଲାଗିବା ସହ ଫ୍ୟାଶନେବୁଲ ଲୁକ୍‌ ଦେଉଥିବା ପୋଷାକ ପିନ୍ଧିବାକୁ ସହରବାସୀ ପସନ୍ଦ କରୁଛନ୍ତି। ଏପଟେ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ଜଣାଶୁଣା ଫ୍ୟାଶନ ଡିଜାଇନର୍‌ମାନେ ନିଜର ନୂଆ ନୂଆ ସମର କଲେକ୍ସନ ବଜାରକୁ ଛାଡ଼ିଛନ୍ତି, ଯେଉଁଥିରେ ଧଳା ନୁହେଁ, ବରଂ ‘କଲର୍‌ ଅଫ୍‌ ଫାୟାର୍‌’ କୁହାଯାଉଥିବା କମଳା ରଙ୍ଗକୁ ଏଥର ସିଜିନ ସ୍ପେଶାଲ ଭାବେ ଦେଖିବାକୁ ମିଳିଛି। ଓଡ଼ିଶାର ବେଶ୍‌ ଜଣାଶୁଣା ଫ୍ୟାଶନ କନ୍‌ସଲ୍‌ଟାଣ୍ଟ ସ୍ବାଗତ ରଞ୍ଜନଙ୍କଠାରୁ ଆରମ୍ଭକରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିଅର୍ଜନ କରିଥିବା ଫ୍ୟାଶନ ଡିଜାଇନର୍‌ ଡଲି ପାରେଖଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଫେଭରାଇଟ୍‌ ସମର୍‌ କଲେକ୍ସନରେ ଅରେଞ୍ଜ୍‌ ରଙ୍ଗ ଦେଖିବାକୁ ମିଳିଛି। ଏହାକୁ ଉତ୍କଣ୍ଠା, ଉତ୍ସାହ ଓ ଉଦ୍ଦୀପନାର ରଙ୍ଗ କୁହାଯାଉଥିବା ବେଳେ ଖରାରେ ମନକୁ ଖୁସି ଓ ଜୀବନ୍ତ ରଖିବାରେ ଏହି ରଙ୍ଗ ସାହାଯ୍ୟ କରେ। କମଳା ରଙ୍ଗର ଯେକୌଣସି ପୋଷାକ ପିନ୍ଧିଲେ ଏହା ସାର୍ପ ଲୁକ୍‌ ଦେବା ସହ ଖରାରେ ବି ଆକର୍ଷଣୀୟ ଦେଖାଯିବାରେ ସାହାଯ୍ୟ କରେ। ତେଣୁ ଅରେଞ୍ଜ୍‌କୁ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ କରିବାକୁ ଡିଜାଇନର୍‌ମାନେ ପରାମର୍ଶ ଦେଇଛନ୍ତି।

‘ଡେଟ୍‌’ରୁ ଡେ’ଆଉଟ୍‌

କେବଳ ଓ୍ବାର୍କ ଓ୍ବେର୍‌ କି କାଜୁଆଲ୍‌ ଓ୍ବେର୍‌ ନୁହେଁ, ଡେଟ୍‌ରେ ଯିବାବେଳେ ବି ଏକ ହଟ୍‌-ଅରେଞ୍ଜ୍‌ ଡ୍ରେସ୍‌ ଡେଟ୍‌କୁ ଆହୁରି ସ୍ବତନ୍ତ୍ର କରିବ। ସେହିଭଳି ସମର୍‌ ଓ୍ବେଡିଂ ହେଉ କି କକ୍‌ଟେଲ୍‌ ପାର୍ଟି, ଏଥିରେ ‘ଫ୍ଲୋଇଙ୍ଗ୍‌ ଅରେଞ୍ଜ୍‌ ଲଙ୍ଗ୍‌ ଡ୍ରେସ୍‌’ ଅନ୍ୟମାନଙ୍କଠାରୁ ଭିନ୍ନ କରିବ। ଏକ କ୍ରିମ୍‌ ଟପ୍‌ ସହ ଲାଇଟ୍‌ ଅରେଞ୍ଜ୍‌ ଓ୍ବାଇଡ୍‌-ଲେଗ୍‌ ଟ୍ରାଉଜର୍‌ ଓ ଏହାସାଙ୍ଗକୁ ହାଇ ପନିଟେଲ୍‌ ସମର୍‌ ଅଫିସ୍‌ ଲୁକ୍‌ ପାଇଁ ସବୁଠାରୁ ଉତ୍କୃଷ୍ଟ। ଅରେଞ୍ଜ୍‌ ଷ୍ଟିଲିଟୋଜ୍‌ ସାଙ୍ଗକୁ ଡେନିମ୍‌ ସ୍କାର୍ଟ ଚିକ୍‌ ଲୁକ୍‌ ଦେବା ସହ ସମର୍‌ ଆଉଟିଂ ପାଇଁ କାଜୁଆଲ୍‌ ଲୁକ୍‌ରେ ଅରେଞ୍ଜ୍‌-ବ୍ରାଉନ୍‌ ସର୍ଟସ ଓ ବିଜ୍‌ ଟପ୍‌ ବେଶ୍‌ ଆକର୍ଷଣୀୟ ଲାଗିବ।

ଆସେସୋରିଜ୍‌ରେ ଅରେଞ୍ଜ୍‌

କେବଳ ପୋଷାକ ନୁହେଁ, ଅରେଞ୍ଜ୍‌ ଆସେସୋରିଜ୍‌ ମଧ୍ୟ ଖରାରେ ଏକ ଭିନ୍ନ ଲୁକ୍‌ ଦେବ। ଧଳା, କଳା ଓ ବ୍ରାଉନ୍‌ ରଙ୍ଗ ପରିବର୍ତ୍ତେ ଆଜିକାଲି ବିଭିନ୍ନ ରଙ୍ଗର ଜୋତା ଫ୍ୟାଶନରେ ସାମିଲ ହୋଇଛି। ଚିକ୍‌ ଲୁକ୍‌ ଦେଖାଯିବା ପାଇଁ ବର୍ତ୍ତମାନର ଯୁବପିଢ଼ି ପିଙ୍କ୍‌, ଅରେଞ୍ଜ୍‌, ଗ୍ରୀନ୍‌ ଓ ବ୍ଲୁ ରଙ୍ଗ ଭଳି ବିଭିନ୍ନ ରଙ୍ଗର ସୁ ଏବଂ ସ୍ନିକର୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ସେହିଭଳି ଖରାରେ ଡେନିମ୍‌ ସହ ଅରେଞ୍ଜ୍‌ ସ୍ନିକର୍‌ ଓ ମର୍ନିଂ ଓ୍ବାକ୍‌ ପାଇଁ ଅରେଞ୍ଜ୍‌ ସ୍ପୋର୍ଟସ ସୁ ଚିରାଚରିତଠାରୁ ନିଶ୍ଚିତ ଭିନ୍ନ ଲୁକ୍‌ ଦେବ। ଏହାବ୍ୟତୀତ ଫ୍ୟାଶନ ସହ ଏକ୍ସପେରିମେଣ୍ଟ କରିବାକୁ ଭଲପାଉଥିବା ଯୁବପିଢ଼ି ଲାଇଟ୍‌-ଅରେଞ୍ଜ୍‌ ଲିପ୍‌ଷ୍ଟିକ୍‌, ଅରେଞ୍ଜ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌, ଅରେଞ୍ଜ୍‌ ନେଲ୍‌ପଲିସ୍‌ର ବ୍ୟବହାର କରିପାରିବେ।

– ସ୍ବାଗତ ରଞ୍ଜନ, ଫ୍ୟାଶନ କନ୍‌ସଲଟାଣ୍ଟ୍‌


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri