Posted inଫୁରସତ

ସମର୍ପଣର ପ୍ରତୀକ ଆହ୍ଲାଦିନୀ

ଯେତିକି ଧର୍ମପ୍ରାଣା, ସେତିକି ପରୋପକାରୀ ଓ ମିଷ୍ଟଭାଷୀ ଥିଲେ ସ୍ବର୍ଗତା ଆହ୍ଲାଦିନୀ ମିଶ୍ର। ନିଜ କର୍ମମୟ ଜୀବନରେ ସମାଜ ପ୍ରତି ଥିଲା ତାଙ୍କର ଅନେକ ଅବଦାନ। ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ବୋହୂ ଥିଲେ ବି ଘରୁ ଗୋଡ଼ କାଢ଼ି କୁଷ୍ଠରୋଗୀଙ୍କ ସେବା କରିବା ତାଙ୍କ ବିଶାଳ ହୃଦୟର ଥିଲା ଅନ୍ୟ ଏକ ପରିଚୟ। ଆଧ୍ୟାତ୍ମିକତା ଦିଗରେ ମଧ୍ୟ ସେ କରିଥିଲେ ବେଶ୍‌ ଅବିସ୍ମରଣୀୟ କାର୍ଯ୍ୟ, ଯାହା ତାଙ୍କୁ ସର୍ବଦା ବଞ୍ଚାଇ ରଖିବ ଜନମାନସରେ।
୧୯୩୯ ଜୁଲାଇ ୨୯ରେ ଢେଙ୍କାନାଳ ନୂଆଶାସନର ଗଣେଶ୍ୱର ନନ୍ଦ ଓ ନେତ୍ରମଣି ନନ୍ଦଙ୍କ କୋଳମଣ୍ଡନ କରିଥିଲେ ଆହ୍ଲାଦିନୀ। ୧୯୫୪ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ତାଳଚେରର ଜଗନମୋହନ ମିଶ୍ର ଓ ଜଗନମୋହିନୀ ମିଶ୍ରଙ୍କ ପୁତ୍ର ଦ୍ୱାରିକାମୋହନ ମିଶ୍ରଙ୍କ ସହ ବିବାହ ବନ୍ଧନରେ ସେ ଆବଦ୍ଧ ହୋଇଥିଲେ। ସ୍ବାମୀ ଜଣେ କମ୍ୟୁନିଷ୍ଟ ନେତା ତଥା ବହୁ ଶ୍ରମିକ ଆନ୍ଦୋଳନରେ ବ୍ୟସ୍ତ ରହୁଥିବାରୁ ତାଙ୍କ ଯୌଥ ପରିବାରର ଦାୟିତ୍ୱ ପଡ଼ିଥିଲା ଆହ୍ଲାଦିନୀଙ୍କ କୋମଳ କାନ୍ଧ ଉପରେ। ଏହାବାଦ ନିଜର ୯ ସନ୍ତାନସନ୍ତତିଙ୍କ ଲାଳନପାଳନର ଗୁରୁଦାୟିତ୍ୱ ମଧ୍ୟ ସେ ସୁଚାରୁରୂପେ ନିର୍ବାହ କରିଥିଲେ। ବେଶି ପାଠ ପଢ଼ି ନ ଥିଲେ ମଧ୍ୟ ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷିତ ଓ ସଂସ୍କାର ସମ୍ପନ୍ନ କରାଇବାର ସଂକଳ୍ପ ତାଙ୍କର ସଫଳ ହୋଇଥିଲା। କେବଳ ପରିବାର ଭିତରେ ସେ ନିଜକୁ ସୀମିତ ନ ରଖି ସମାଜ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ମଧ୍ୟ ଅନୁଭବ କରିଥିଲେ। ତେଣୁ ପରୋପକାର ତାଙ୍କ ଜୀବନର ବ୍ରତ ପାଲଟି ଯାଇଥିବାବେଳେ ସେବା ଓ ସମର୍ପଣ ଏକ ଅଂଶ ହୋଇଯାଇଥିଲା। ଢେଙ୍କାନାଳ ଜିଲା ସତ୍ୟସାଇ ସେବା ସଂଘର ମହିଳା ସଙ୍ଗଠନ ଆବାହିକା, ତାଳଚେରର ନାରାୟଣ ସେବା ପ୍ରତିଷ୍ଠାନର ଆବାହିକା ଭାବେ ତାଙ୍କ କାର୍ଯ୍ୟଧାରା ବେଶ୍‌ ପ୍ରଶଂସନୀୟ ଥିଲା। ଦତ୍ତାତ୍ରେୟ ଓ ସାଇଙ୍କୁ ସେ ଗଭୀର ଭକ୍ତି କରୁଥିବାରୁ ତାଙ୍କ ପ୍ରଭାବରେ ପରିବାରର ସମସ୍ତେ ଶିରିଡି ସାଇବାବାଙ୍କ ଆଶ୍ରିତ ହୋଇଥିଲେ। ତାଙ୍କ ପ୍ରେରଣାରେ ଢେଙ୍କାନାଳର କପିଳାସ ନିକଟରେ ଗଢ଼ି ଉଠିଥିବା ଦତ୍ତାତ୍ରେୟ ସାଇ ଆଶ୍ରମ ସାରା ରାଜ୍ୟର ସାଇ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପରିବେଶକୁ ଖୁବ୍‌ ଭଲ ପାଉଥିବା ଆହ୍ଲାଦିନୀ ନିଜ ଜୀବଦ୍ଦଶାରେ ଦତ୍ତାତ୍ରେୟ ଆଶ୍ରମ ପରିସରକୁ ସବୁଜିମାମୟ କରିଥିବାରୁ ଏହା ଏକ ଶାନ୍ତ ସାଧନାର ପୀଠ ଭାବେ ପ୍ରତିଷ୍ଠା ଲାଭ କରିପାରିଛି। ଏହି ଆଶ୍ରମକୁ ନାରାୟଣ ସେବା ଓ ଆଧ୍ୟାତ୍ମିକ ସାଧନାର ପୀଠ ଭାବେ ଗଢ଼ି ତୋଳିବା ତାଙ୍କ ସ୍ବପ୍ନ ଥିଲା। ପଢ଼ା ବେଶୀ ନ ଥିଲେ ବି ଓଡ଼ିଶାର ସଂସ୍କୃତି, ରୀତିନୀତି, ଧର୍ମଶାସ୍ତ୍ର ଉପରେ ତାଙ୍କ ବେଶ୍‌ ଦଖଲ ଥିଲା। ମୃତ୍ୟୁ ପରେ ଦତ୍ତାତ୍ରେୟ ସାଇ ଆଶ୍ରମ ପରିସରରେ ତାଙ୍କ ସମାଧି ହେଉ ବୋଲି ତାଙ୍କ ଶେଷ ଇଚ୍ଛା ଥିଲା, ଯାହା ୨୦୧୮ ଡିସେମ୍ବର ୨୪ରେ ଇହଧାମ ତ୍ୟାଗ ପରେ ପୂରଣ ହୋଇଛି। ମୃତ୍ୟୁ ପରେ ମଣିଷର ଯଶ, ପ୍ରତିଷ୍ଠାକୁ ଯେପରି କେହି ଲିଭାଇ ପାରେନି ଠିକ୍‌ ସେହିପରି କେବଳ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ନୁହେଁ, ଆହ୍ଲାଦିନୀଙ୍କ ସତ୍‌କର୍ମ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ।
– ଅଖିଳ କୁମାର ଜେନା
ଆବାହକ, ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମ ଟ୍ରଷ୍ଟ, କପିଳାସ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri