ସମବାୟ ସମିତି ସଭାପତିଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି: ଏସ୍‌ପିଙ୍କୁ ଭେଟିଲେ ପରିବାରବର୍ଗ, ଗ୍ରାମବାସୀ

ସୋନପୁର,୧୭।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ସେବା ସମବାୟ ସମିତି ସଭାପତି ପ୍ରଦୀପ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ୨୮ ଦିନ ବିତିଲାଣି । ପ୍ରଦୀପଙ୍କ ଭାଇ ଅଜିତଙ୍କ ଲିଖିତ ଅଭିଯୋଗ କ୍ରମେ ସୁବଳୟା ପୋଲିସ ଏକ ହତ୍ୟା ଘଟଣା ରୁଜୁ କରିଛି । କିନ୍ତୁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ପ୍ରଦୀପଙ୍କ ସ୍ତ୍ରୀ ଜୟଶ୍ରୀ ଦେହୁରୀ, ପରିବାର ବର୍ଗ ଓ ଗ୍ରାମବାସୀ ଏସ୍‌ପି ଦେବୀପ୍ରସାଦ ଦାଶଙ୍କୁ ଭେଟିଥିଲେ। ପ୍ରଦୀପଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଜଣେ କ୍ରସର ମାଲିକ ଓ ଔଷଧ ଦୋକାନୀଙ୍କ ସମେତ ମୋଟ ୮ ଜଣ ସମ୍ପୃକ୍ତ ଥିବା ଜୟଶ୍ରୀ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ହତ୍ୟାକରୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ସେ ଅନୁରୋଧ କରିଥିଲେ। ଏହି ମାମଲାର ଅନୁସନ୍ଧାନ ଜାରି ରହିଛି, ଠିକଣା ସମୟରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ଦାଶ ପ୍ରତିଶୃତି ଦେଇଥିଲେ ।
ପ୍ରକାଶ ଯେ, ଗତ ୧୯ ତାରିଖ ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ପ୍ରଦୀପ ଖଣ୍ଡହତାସ୍ଥିତ ନିଜ ଔଷଧ ଦୋକାନ ବନ୍ଦ କରି ପ୍ରାୟ ୫ କିଲୋମିଟର ଦୂରରେ ଥିବା ନିଜ ଘର ପୁଇପାଣିକୁ ଫେରୁଥିଲେ। ହେଲେ ଦୀର୍ଘ ସମୟ ଧରି ପ୍ରଦୀପ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ଘରଠାରୁ ପ୍ରାୟ ଅଧା କିଲୋମିଟର ଦୂର ରାସ୍ତାର ବୁଦୁଲିଖମନଠାରେ ତାଙ୍କର ବାଇକ ସହିତ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ । ତାଙ୍କ କାନ, ନାକ ଓ ଆଖିରୁ ରକ୍ତ ବାହାରିବା ସହିତ ଦେହରେ ଅନେକ ସ୍ଥାନରେ ଦାଗ ଚିହ୍ନ ରହିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଚୀପ୍ରଜ୍ଞା ପିଏନ୍‌ କଲେଜ ଟପ୍ପର

ଖୋର୍ଦ୍ଧା ଅଫିସ,୩୧ା୧୦: ଖୋର୍ଦ୍ଧା ପ୍ରାଣନାଥ (ପିଏନ୍‌) ସ୍ବୟଂଶାସିତ ମହାବିଦ୍ୟାଳୟର ଦ୍ୱାଦଶତମ ସ୍ନାତକ(+୩) ୨୦୧୭-୨୦୨୦ ଶିକ୍ଷାବର୍ଷର ବାର୍ଷିକ ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ୍‌ ପାସ୍‌ ହାର...

ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ...

ରାଜଧାନୀକୁ ଟପିଲା ଯାଜପୁର: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା, ଆଜି ଗୋଟିଏ ଦିନରେ ୮ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଅଙ୍ଗନୱାଡିକୁ ଆସୁଥିବା ଚାଉଳ ହେରଫେର ଅଭିଯୋଗ

ବାଲିଗୁଡା,୧୪ା୨(ଡି.ଏନ୍‌.ଏ.)- ବିଭିନ୍ନ ସମୟରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦେଉଥିବା ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏମିତି ଏକ ଘଟଣା ବାଲିଗୁଡା ଅଞ୍ଚଳରେ ଦେଖିବାକୁ...

ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଅଗ୍ନିକାଣ୍ଡ: ଜଳିଗଲା ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ

ମାଲକାନଗିରି, ୨୮।୬(ସ୍ବ.ପ୍ର.): ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସ...

ଶିଳ୍ପ ଗଡ଼ରେ ଭୋକ

ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ଓ ସୁକିନ୍ଦା ବ୍ଲକରେ ଶିଳ୍ପ ଗଢ଼ିଉଠିଲେ ବିକାଶର ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ମୌଳିକ ସମସ୍ୟାର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ଆତ୍ମହତ୍ୟା, ୬ ଦିନ ତଳେ ବିଜୟଓ୍ବାଡାରୁ ଫେରିଥିଲେ

ବେତନଟୀ,୧୫।୫(ଡି.ଏନ୍‌. ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମହୁଲଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ...

ନିମାପଡ଼ାରେ ୫ ଦିନ ପାଇଁ ହାଟ, ବଜାର ବନ୍ଦ

ନିମାପଡ଼ା,୫।୪(ଡି.ଏନ.ଏ)- ମହାମାରୀ କରୋନା ସଂକ୍ରମଣର ବିଭୀଷିକା ପାଇଁ ସାରା ଦେଶରେ ଲକଡାଉନ ସହ କେତେକ ସହରରେ ଶଟ୍‌ଡାଉନ ମଧ୍ୟ କରାଯାଇଛି। ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ...

Play 250+ Trending Games
Archives

Model This Week

Why Dharitri