ସମଝୌତା ଏକ୍ସପ୍ରେସ୍‌କୁ ସୀମାରେ ଅଟକାଇଲା ପାକ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ସେବାକୁ ଇସ୍‌ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଗୁରୁବାର ଘୋଷଣା କରିଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଏନେଇ ଇସ୍‌ଲାମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ଭାରତୀୟ କର୍ତ୍ତୃପକ୍ଷ କହିଛନ୍ତି। ଓ୍ବାଘା ସୀମାରେ ଅଟକିଥିବା ସମଝୌତା ଏକ୍ସପ୍ରେସ୍‌କୁ ଭାରତୀୟ ଡ୍ରାଇଭର ଓ କର୍ମଚାରୀ ଅଟାରି ଆଣିଛନ୍ତି।
ସମଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପାକ୍‌ ମନ୍ତ୍ରୀ କହିବା ସହ ଏତେଶୀଘ୍ର ଏହା ଚଳାଚଳ କରିବ ନାହିଁ ବୋଲି ସୂଚନା ଦେଇଥିଲେ। ସେ ରେଳମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଉକ୍ତ ଟ୍ରେନ ଚଳାଚଳ କରିପାରିବନି ବୋଲି ରଶିଦ୍‌ ଖବରଦାତାମାନଙ୍କୁ କହିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ତା’ର ଟ୍ରେନ୍‌ କର୍ମଚାରୀ ଓ ଗାର୍ଡ଼ମାନଙ୍କ ସୁରକ୍ଷା ପ୍ରଶ୍ନ ଉଠାଇଛି। ସମଝୌତା ଏକ୍ସପ୍ରେସ୍‌ର କର୍ମଚାରୀ ଓ ଗାର୍ଡ ଭାରତ ଆସିବାକୁ ଚାହୁଁ ନ ଥିବା ପାକ୍‌ ରେଲଓ୍ବେ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି ଅଟାରି ଷ୍ଟେଶନମାଷ୍ଟର ଅରବିନ୍ଦ ଗୁପ୍ତା କହିଥିଲେ। ତେଣୁ ଅମୃତସରରୁ ଏକ ଟ୍ରେନ୍‌ ଇଞ୍ଜିନ, ଡ୍ରାଇଭର ଓ କର୍ମଚାରୀଙ୍କୁ ସେଠାକୁ ପଠାଯାଇଥିଲା।
ସୂଚନା ଅନୁଯାୟୀ ସକାଳ ୯ଟା ୩୦ରୁ ସମଝୌତା ଏକ୍ସପ୍ରେସ ଓ୍ବାଘା ରେଳଷ୍ଟେଶନରେ ଅଟକି ରହଥିଲା। ସେଥିରେ ୧୧୦ ଜଣ ଯାତ୍ରୀ ଥିବାବେଳେ ପାକିସ୍ତାନ ଯିବା ଲାଗି ଷ୍ଟେଶନରେ ୭୦ ଯାତ୍ରୀ ଅପେକ୍ଷା କରିରହିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ଏବଂ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଏହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିପାଇଛି। ପାକିସ୍ତାନ ଭାରତ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ତେବେ କର୍‌ତାରପୁର କରିଡର କାର୍ଯ୍ୟ ଜାରି ରହିବ ବୋଲି ପାକିସ୍ତାନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦...

୨୦ ବର୍ଷ ପରେ ବ୍ରିଟେନ୍‌ରୁ ଭାରତ ଫେରିଲେ ସୀତା-ରାମ-ଲକ୍ଷ୍ମଣଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୧୯।୧୧: ପ୍ରଭୁ ଶ୍ରୀରାମ,ମାତା ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କ ଚୋରୀ ହୋଇଥିବା ମୂର୍ତ୍ତି ୨୦ ବର୍ଷ ପରେ ଭାରତକୁ ଫେରିଛନ୍ତି। ମୂର୍ତ୍ତି ଚୋର ଏହାକୁ ବ୍ରିଟେନରେ...

ହନୁମାନ ଜୟନ୍ତୀ ଆୟୋଜନକାରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧୯।୪: ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାର ଦୁଇଦିନ ପରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଆୟୋଜନକାରୀ ଅନୁମତି...

ଅକ୍ସିଜେନ ଅଭାବ ନୋଟିସ ଜାରି କରିବାରୁ ହସ୍ପିଟାଲ ବିରୋଧରେ ମାମଲା

ଲକ୍ଷ୍ନୌ, ୬ା୫ : ରାଜ୍ୟରେ ଅକ୍ସିଜେନ ଅଭାବ ଥିବା ମାନିବାକୁ ନାରାଜ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲକ୍ଷ୍ନୌର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ନୋଟିସ...

ଗୁରୁଦାସପୁରରେ ନିଜର ପ୍ରତିନିଧି ନିଯୁକ୍ତ କଲେ ସନ୍ନି: କଂଗ୍ରେସ କହିଲା ଜନତାଙ୍କୁ ଧୋକା

ଗୁରୁଦାସପୁର,୨।୭:ବଲିଉଡ୍‌ ଅଭିନେତା ତଥା ଏମ୍‌ପି ସନ୍ନି ଦେଓଲ ନିଜ ନିର୍ବାଚନ ମଣ୍ଡଳି ଗୁରୁଦାସପୁରରେ ଜଣେ ଲେଖକଙ୍କୁ ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ନେଇ...

କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି...

ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ...

ନୂତନ ଆଦେଶ ଜାରି କଲା ତାଲିବାନ

କାବୁଲ,୧୨।୧: ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶାସକ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଜାରି କରୁଛନ୍ତି। ନିକଟରେ ତାଲିବାନ ସରକାର ଏକ...

Advertisement
Archives

Model This Week