ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ କଡ଼ାକଡ଼ି

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): ଦେଶରେ କରୋନା ଭାଇରସର ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୧ଦିନ ପର୍ଯ୍ୟନ୍ତ ଘରୁ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଜରୁରୀ କାର୍ଯ୍ୟ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯିବାକୁ କେବଳ ଅନୁମତି ରହିଛି। ହେଲେ କିଛି ଲୋକ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି, ଯାହାଫଳରେ ରାଜ୍ୟ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଉଛି। ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଭିନ୍ନଭିନ୍ନ ଉପାୟରେ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଥିଲା। କେଉଁଠି ରାସ୍ତାରେ ବୁଲୁଥିବା ଯୁବକଙ୍କୁ କାନ ଧରି ବସ୍‌ ଉଠ କରୁଥିବାବେଳେ ଅନ୍ୟ କେଉଁଠି ହାତରେ ପ୍ଲାକାର୍ଡ ଧରାଇ ନିନ୍ଦିତ କରୁଥିଲା। ଏପରି କି କେଉଁଠି ଗାଡ଼ି ଜବତ କରି ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା। ମିଳିଥିବା ତଥ୍ୟ ଅନୁସାରେ ୨୪ମାର୍ଚ୍ଚ ସକାଳଠାରୁ ୨୫ ମାର୍ଚ୍ଚ ସକାଳ ସୁଦ୍ଧା ସମଗ୍ର ରାଜ୍ୟରେ କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ୧୪୯ଟି ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୧୭୩ଟି ମାମଲା ‘ଲକ୍‌ଡାଉନ୍‌’ ଉଲ୍ଲଂଘନ ନେଇ ରୁଜୁ ହୋଇଥିବାବେଳେ ୫ଟି ମାମଲା ‘ହୋମ୍‌ କ୍ୱାରାଣ୍ଟାଇନ’ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଜୁ ହୋଇଛି। ଏତଦ୍‌ବ୍ୟତୀତ ୭ଟି ମାମଲା କୋଭିଡ-୧୯ ସମ୍ବନ୍ଧୀୟ ଅନ୍ୟ ନିର୍ଦ୍ଦେଶାବଳୀ ଖିଲାପ କରିବା ନେଇ ରୁଜୁ ହୋଇଛି। ଭୁବନେଶ୍ୱର ଥାନା ଅଞ୍ଚଳରେ ଶତାଧିକ ବାଇକ୍‌କୁ ଜବତ କରାଯାଇଥିବାବେଳେ ନିୟମ ଉଲ୍ଲଂଘନକାରୀ ଚାଳକଙ୍କଠାରୁ ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ନିୟମ ଉଲ୍ଲଂଘନ କରି ରାସ୍ତାକୁ ବାହାରିଲେ ଜରିମାନା ସହ ଆବଶ୍ୟକସ୍ଥଳେ ଗିରଫ କରାଯିବ ବୋଲି ଟୁଇନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଅନୁପ କୁମାର ସାହୁ କହିଛନ୍ତି।

ଗୁଟ୍‌ଖା କିଣିବାକୁ ଯାଇ କାନ ଧରି ବସ ଉଠ
ଭୁବନେଶ୍ୱର ଜୟଦେବ ବିହାର ଛକରେ ୪ଜଣ ଯୁବକ ୨ଟି ବାଇକରେ ଯାଉଥିବାବେଳେ ସେମାନଙ୍କୁ ଟ୍ରାଫିକ ପୋଷ୍ଟ ଚେକିଂରେ ଅଟକା ଯାଇଥିଲା। ହେଲେ ସେମାନେ ନ ମାନି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏନେଇ ଖବର ପାଇ ବାଣୀବିହାର ଛକରେ କାର୍ଯ୍ୟରତ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହାପରେ ଉକ୍ତ ୪ ଜଣ ଯୁବକଙ୍କୁ ଯାଞ୍ଚ କରିବା ପରେ ଗୁଟ୍‌ଖା ଓ ସିଗାରେଟ ଆଣିବାକୁ ସେମାନେ ଯାଇଥିବା ଜଣାପଡ଼ିଥିଲା। ପୋଲିସ ସେମାନଙ୍କୁ କାନ ଧରି ବସ ଉଠ କରାଇବା ସହ ତତଲା ପିଚୁ ଉପରେ କିଛି ସମୟ ବସାଇଥିଲା। ପରେ ପୋଲିସ ସେମାନଙ୍କୁ ଏପରି ଭୁଲ ପୁନର୍ବାର ନ କରିବାକୁ ତାଗିତ କରି ବିଦା କରିଥିଲା।
‘ମୁଁ ସ୍ବାର୍ଥପର, ମୁଁ ସମାଜକୁ ବିପଦକୁ ଠେଲିପାରେ’
ମୁଁ ଗୋଟିଏ ସ୍ବାର୍ଥପର। ମୋ ବୁଲିବା ଚକ୍କରରେ ମୁଁ ସମାଜକୁ ବିପଦକୁ ଠେଲି ପାରେ। ଆଉ ଏଥିପାଇଁ ମୁଁ ଅନୁତପ୍ତ ବି ନୁହେଁ। ପ୍ଲା କାର୍ଡରେ ଲେଖାଥିବା ଏପରି କିଛି ସଚେତନ ବାର୍ତ୍ତାକୁ କନ୍ଧମାଳ ଜିଲା ବାଲିଗୁଡା, କେନ୍ଦୁଝର ଜିଲା ପାଟଣା ପୋଲିସ ନିୟମ ଉଲ୍ଲଂଘନକାରୀଙ୍କ ହାତରେ ଧରାଇ ରାସ୍ତାରେ ଠିଆ କରାଇଥିବା ଦେଖିବାକୁ ମିଳିଥିଲା। ଏପରି କି ସେମାନଙ୍କ ଫଟୋ ଉତ୍ତୋଳନ କରି ଚେତାବନୀ ଦେଇଥିଲା। ପୋଲିସର ଏଭଳି ଅଭିନବ ଢ଼ଙ୍ଗରେ ସଚେତନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri