Posted inଫୁରସତ

ସବୁଠୁ ବଡ଼ ଚଳନ୍ତା ରୋବୋ

ଜାପାନର ମେକାନିକାଲ କମ୍ପାନୀ ସକାକିବାରା କିକାଇ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌। ଏହା ଦେଖିବାକୁ ଏକ ବିରାଟକାୟ ରୋବୋ ପରି, ଯାହାର ଉଚ୍ଚତା ୨୭ ଫୁଟ୍‌ ୯ ଇଞ୍ଚ, ଓସାର ୧୩ ଫୁଟ୍‌ ୧ ଇଞ୍ଚ ଓ ଲମ୍ବ ୧୪ ଫୁଟ। ଏହାର ନାମ ମୋନୋନୋଫୁ ରଖାଯାଇଛି, ଯାହାର ଅର୍ଥ ସାମୁରାଇ ଯୋଦ୍ଧା। ଉକ୍ତ ହ୍ୟୁମାନୋଏଡ୍‌ ଭେହିକଲ୍‌ ଭିତରେ ଏକ କକ୍‌ପିଟ୍‌ ରହିଛି, ଯାହା ମଧ୍ୟରୁ ରୋବୋର ସବୁ ଗତିବିଧିକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିରେ ଏକ ଲିଫ୍ଟ ବି ଅଛି, ଯାହା ସାହାଯ୍ୟରେ ଏହାର ଚାଳକ ବା ପାଇଲଟ୍‌ କକ୍‌ପିଟ୍‌ ପର୍ଯ୍ୟନ୍ତ ଯାଇଥାଆନ୍ତି। ଏହାକୁ ତିଆରି କରିବା ପାଇଁ ୬ ବର୍ଷ ସମୟ ଲାଗିଥିଲା। ଗିନିଜ ଓ୍ବାର୍ଲଡ ରେକର୍ଡରେ ଏହା ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌ର ମାନ୍ୟତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri